ମାଟିତଳୁ ଉଦ୍ଧାର ହେଲା ନିଖୋଜଙ୍କ ମୃତଦେହ, କ୍ଷେତକୁ କାମ କରିବା ପାଇଁ ଯାଇ ଫେରିନଥିଲେ ବିଘ୍ନରାଜ

ପାଟଣାଗଡ଼(କେନ୍ଯୁଜ୍): ମାଟିତଳୁ ଉଦ୍ଧାର ହେଲା ନିଖୋଜଙ୍କ ମୃତଦେହ । ପାଟଣାଗଡ଼ ବ୍ଲକ ଲରମ୍ବା ଥାନା ତମିଆଁ ଗାଁର ବିଘ୍ନରାଜ ପୁଟେଲଙ୍କ ମୃତଦେହ ମାଟିତଳୁ ଉଦ୍ଧାର ହୋଇଛି । କ୍ଷେତକୁ କାମ କରିବା ପାଇଁ ଯାଇ ଫେରିନଥିଲେ ବିଘ୍ନରାଜ ।

ବହୁ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନମିଳିବାରୁ ପରିବାର ଲୋକ ଲାରମ୍ବା ଥାନାରେ ଅଭିଯୋଗ କରିଥିଲେ । ତେବେ ବିଘ୍ନରାଜଙ୍କ ମୃତଦେହ ମାଟିତଳୁ ଉଦ୍ଧାର କରିଥିଲା ପୋଲିସ । ସେପଟେ ପରିବାର ହତ୍ୟା ସନ୍ଦେହ କରୁଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.