କବାଡ଼ି ଦୋକାନ ଚଲାଉଛନ୍ତି ବାପା, ପୁଅ ଟପ୍ପର ହେବା ପରେ ଫୋନ୍‌ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପରୀକ୍ଷାରେ ଟପ୍ପର ହୋଇଥିବା ପିଲାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବା ଏକ ସାଧାରଣ କଥା। କିନ୍ତୁ ପ୍ରଧାନମନ୍ତ୍ରୀ ଯଦି ଅଭିନନ୍ଦନ ଜଣାଇବେ ତେବେ ନିଶ୍ଚୟ ଭାବେ ଆପଣ ଖୁସିରେ ଝୁମି ଉଠିବେ। ଏଭଳି କିଛି ଘଟିଛି କୃତିକା ଓ ଉସ୍ମାନ୍‌ଙ୍କ ସହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୭ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ଟପ୍ପରଙ୍କ ସହ କଥାବାର୍ତ୍ତା କରିଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ନିଜ ଅନୁଭୂତି ଗଣମାଧ୍ୟମ ସହ ବାଣ୍ଟିଛନ୍ତି।

Lok Sabha polls to Ayodhya verdict, here is what PM Modi spoke on ...

ଅମରୋହାର ଉସ୍ମାନ୍‌ ସୈଫୀ ଦ୍ୱାଦଶ ପରୀକ୍ଷାରେ ୯୭.୮୦ ନମ୍ବର ରଖି ଟପ୍ପର ହୋଇଛନ୍ତି। ତାଙ୍କର ଏହି ଅଭୁତପୂର୍ବ ସଫଳତା ପାଇଁ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କୁ ବିଭିନ୍ନ ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ମାତ୍ର ସେ କେବେ ବି ଭାବି ନଥିଲେ ଦେଶର ପ୍ରଧାନମନ୍ତ୍ରୀ ତାଙ୍କୁ ଫୋନ୍‌ କରି ଶୁଭେଚ୍ଛା ଜଣାଇବେ। ଉସ୍ମାନ୍‌ କହିଛନ୍ତି ତାଙ୍କ ବାପା କବାଡ଼ି ଦୋକାନରେ କାମ କରୁଛନ୍ତି। ମାତ୍ର ସେ କେବେ ବି ତାଙ୍କ ପଢ଼ାରେ କୌଣସି ଅଭାବ ରଖିନଥିଲେ। ସେ ଦିନ ରାତି ପରିଶ୍ରମ କରି ତାଙ୍କୁ ପଢ଼ାଉଥିଲେ ବୋଲି କହିଛନ୍ତି ଉସ୍ମାନ୍‌। ପ୍ରଧାନମନ୍ତ୍ରୀଙ୍କ କଲ ଆସିବା ପରେ ସେ ଏହାକୁ ବିଶ୍ୱାସ କରିପାରିନଥିଲେ। ପ୍ରଧାନମନ୍ତ୍ରୀ ତାଙ୍କୁ ବୈଦିକ ଗଣିତ ଶିଖିବାକୁ ପରାମର୍ଶ ଦେଇଥିବା ଉସ୍ମାନ୍‌ କହିଛନ୍ତି।

modi2

କେବଳ ଉସ୍ମାନ୍‌ ନୁହେଁ ପାନିପତ୍‌ର କୃତିକା ନାନ୍ଦଲଙ୍କ ସହ ମଧ୍ୟ ପିଏମ୍‌ ମୋଦି କଥା ହୋଇଛନ୍ତି। ସେ କହିଛନ୍ତି ମୋତେ ମୋଦିଙ୍କ ଫୋନ୍‌ ଆସିବା ବେଳେ ମୁଁ ଓ ମା’ ଘରେ ଥିଲୁ। ପ୍ରଥମେ ମୋତେ ବିଶ୍ୱାସ ହେଲା ନାହିଁ କିନ୍ତୁ ଏବେ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି। କୃତିକା ଦ୍ୱାଦଶ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କୃତିକା ବଡ଼ ହୋଇ ଡାକ୍ତର ହେବାକୁ ଚାହୁଁଛନ୍ତି। ମୋଦି ତାଙ୍କୁ ଏବେ ଡାକ୍ତରମାନେ କେମିତି ଦିନ ରାତି ପରିଶ୍ରମ କରୁଛନ୍ତି ସେ ନେଇ କହିଥିଲେ। କୃତିକା ନିଜ ମା’ଙ୍କୁ ଆଦର୍ଶ ମାନୁଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.