ଚଷମା ଯୋଗୁ ବି ଘରକୁ ଆସିପାରେ କରୋନା ଭାଇରସ୍‌, ଜାଣନ୍ତୁ କେମିତି କରିବେ ସାନିଟାଇଜ୍‌

କରୋନା ଭାଇରସ୍‌ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ବାରମ୍ବାର ଲୋକଙ୍କୁ ମାସ୍କ ପିନ୍ଧିବା, ଗ୍ଲୋବସ୍‌ ପିନ୍ଧିବା ସହ ବାରମ୍ବାର ହାତ ଧୋଇବାକୁ କୁହାଯାଉଛି। ଏଥିସହ ଇମ୍ୟୁନିଟି ସିଷ୍ଟମ୍‌କୁ ସୁଦୃଢ଼ କରିବା ପାଇଁ କାଢ଼ା ପିଇବାକୁ ପରାମର୍ଶ ଦିଆଯାଉଛି। ଏସବୁ ସତର୍କତା ଅବଲମ୍ବନ କରି ଆପଣ ନିଜକୁ କରୋନା ସଂକ୍ରମଣରୁ ରକ୍ଷା କରିପାରିବେ।

ସାର୍ବଜନିକ ସ୍ଥାନକୁ ଯିବା ପରେ ଆପଣ ପ୍ରତିଟି ଜିନିଷକୁ ସାନିଟାଇଜ୍‌ କରୁଥିବେ ନିଶ୍ଚୟ। କିନ୍ତୁ ଗୋଟିଏ ଜିନିଷକୁ ସାନିଟାଇଜ୍‌ କରିବାକୁ ଲୋକମାନେ ଭୁଲିଯାଆନ୍ତି। ତାହା ହେଉଛି ଚଷମା। ଅଧିକାଂଶ ଲୋକ ଚଷମାକୁ ସାନିଟାଇଜ୍‌ କରିବା ଉପରେ ଗୁରୁତ୍ୱ ଦେଇନଥାନ୍ତି। କିନ୍ତୁ ଏହା ଦ୍ୱାରା ମଧ୍ୟ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି। ତେବେ ଆଜି ଆସନ୍ତୁ ଜାଣିବା ଚଷମାକୁ କେମିତି ସାନିଟାଇଜ୍‌ କରିବେ…

glass

-ସର୍ବପ୍ରଥମେ ଚଷମା ଉତାରିବା ପରେ ମୁହଁକୁ ପରିଷ୍କାର ପାଣିରେ ଧୋଇଦିଅନ୍ତୁ।

-ଏହା ପରେ ଏକ କପଡ଼ାରେ ଡିସ୍‌ଇନ୍‌ଫେକସନ୍‌ ସ୍ପ୍ରେ ପକାଇ ସେଥିରେ ଚଷମାକୁ ପୋଛି ଦିଅନ୍ତୁ।

-ଯଦି ଡିସ୍‌ଇନ୍‌ଫେକସନ୍‌ ସ୍ପ୍ରେ ନାହିଁ ତେବେ କପଡ଼ାକୁ ପାଣିରେ ଓଦା କରି ସେଥିରେ ପୋଛି ପାରିବେ।

Tips on How To Care For Your Eyeglasses - Beauty Life

-ଏହା ବ୍ୟତୀତ ଆପଣ ଚାହିଁଲେ ଚଷମା କାଚକୁ ଲେନ୍ସ ସଫା କରାଯାଉଥିବା ତରଳ ପଦାର୍ଥରେ ମଧ୍ୟ ସଫା କରିପାରିବେ।

-କାଚକୁ ସବୁବେଳେ ହାଲ୍‌କାଭାବେ ସଫା କରନ୍ତୁ। ଅଧିକ ରଗଡ଼ିକି ଘଷନ୍ତୁ ନାହିଁ।

-ଚଷମାକୁ ସଫା କରିବାକୁ ଆପଣ ମଗେ ପାଣିରେ ୧୦ ମିନିଟ୍‌ ପାଇଁ ଏହାକୁ ବୁଡ଼ାଇ ରଖନ୍ତୁ। ପରେ ଶୁଖିଲା କପଡ଼ାରେ ପୋଛି ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.