ଆଖି ପିଛୁଳାକେ ଭସାଇ ନେଲା ସମୁଦ୍ର

ବାପା ମାଆ ସମୁଦ୍ର ପାଖରେ ଥିବା ଛୋଟ ପାହାଡ଼ ଉପରେ ବସି ଫଟୋ ଉଠାଇବା ପାଇଁ ପୋଜ ଦେଉଥିଲେ। ବାପା ମାଆ ଦୁଇଜଣ ବସି ଥିବା ସମୟରେ ଆଉ ଜଣେ ସେମାନଙ୍କ ଭିଡ଼ିଓ କରିଥିଲେ.. । ଏହି ସମୟରେ ସମୁଦ୍ରର ଢ଼େଉ ଆସି ବୋହିନେଇ ଚାଲିଗଲା ମାଆକୁ.. ପାଖରେ ଥିବା ଝିଅ ମା ମା ବୋଲି ଡାକୁଥିଲା। କିନ୍ତୁ ମା ଝିଅ କଥା ନ ଶୁଣି ଫଟୋ ଉଠାଇବାରେ ବ୍ୟସ୍ତ ରହିଲା। ଆଉ ଏବେ ତାହା ଭାଇରାଲ ହେଉଛି। ମାତ୍ର କିଛି ସେକେଣ୍ଡରେ ଝିଅ ଆଗରେ ମାଆ ସମୁଦ୍ର ପାଣିରେ ଭାସିଗଲା। ଶେଷରେ ସବୁକିଛି ବୁଝିଲା ଆଗରୁ ଆଉ କିଛି ନଥିଲା।

କି ମୋବାଇଲ ଯୁଗ ଆସିଲା, ମଣିଷ ଜୀବନ ପାଇଁ କାଳ ସାଜିଲା। ଫଟୋ ପାଇଁ ସବୁ ଏବେ ପାଗଳ। କିଛି କାମ କର କି ନକର ଫଟୋ ଗୋଟିଏ ଉଠାଇଦେଲେ ଯେମିତି ଦିନ ସାର୍ଥକ ହୋଇଯିବ ସେଇଆ ଲାଗୁଛି। ଆପଣ ଅନେକ ଥର ଫଟୋ ଉଠାଇବା ସମୟରେ ହେଉଥିବା ଦୁର୍ଘଟଣା ସମ୍ପର୍କରେ ଶୁଣିଥିବେ। ଆମେ ଅନେକ ଥର ଏହାକୁ ନେଇ ଆପଣମାନଙ୍କୁ ଚେତାବନୀ ଦେଇଛୁ। କିନ୍ତୁ କିଛି ଅମାନିଆ ଲୋକ କଣ ମାନୁଛନ୍ତି । ଫଟୋ ନିଶା ତାଙ୍କୁ ଘାରିଛି। ବାତ୍ୟା ପବନ ବନ୍ୟା ଆସିଗଲେ ବି ସେମାନେ ତା ସହ ଗୋଟିଏ ଫଟୋ ଉଠାଇବାକୁ ପଛାଇବେ ନାହିଁ। ଏଭଳି ଲୋକଙ୍କୁ ଆପଣ କଣ କହିବେ? ବୁଝାଇଲେ ବି କିଛି ଲାଭ ହେବନି। ଚେତା ସେତେବେଳେ ପଶିବ ଯେତେବେଳେ କେହି ଏହା କାରଣରୁ ଏକ ସାଂଘାତିକ ଦୁର୍ଘଟଣାର ଶିକାର ହେବ। କିନ୍ତୁ ସେତେବେଳେ ଆଉ ସମୟ ନଥିବ କିଛି ବୁଝିବା ପାଇଁ… ସବୁ ସରିଯାଇଥିବ।

ଏଭଳି ଆଉ ଏକ ଘଟଣା ଏବେ ସାମ୍ନାକୁ ଆସୁଛି। ଆପଣ ଭିଡ଼ିଓ ଦେଖି ଜାଣିପାରୁଥିବେ। ସେହି ସମୟର ଅବସ୍ଥାକୁ.. ସମୁଦ୍ର ପାଖରେ ବସି ଫଟୋ ଉଠାଇବା ନିଶା ଗୋଟିଏ କୁନି ଝିଅକୁ ମା ଛେଉଣ୍ଡ କରିଦେଇଛି। ବାପା ମାଆ ସମୁଦ୍ର ପାଖରେ ଥିବା ଛୋଟ ପାହାଡ଼ ଉପରେ ବସି ଫଟୋ ଉଠାଇବା ପାଇଁ ପୋଜ ଦେଉଥିଲେ। ବାପା ମାଆ ଦୁଇଜଣ ବସି ଥିବା ସମୟରେ ଆଉ ଜଣେ ସେମାନଙ୍କ ଭିଡ଼ିଓ କରିଥିଲେ.. ଯେଉଁଥିରେ ଏଭଳି ଦୃଶ୍ୟ କଏଦ ହୋଇଛି।

 

ଏହି ସମୟରେ ସମୁଦ୍ରର ଢ଼େଉ ଆସି ବୋହିନେଇ ଚାଲିଗଲା ମାଆକୁ.. ପାଖରେ ଥିବା ଝିଅ ମା ମା ବୋଲି ଡାକୁଥିଲା। କିନ୍ତୁ ମା ଝିଅ କଥା ନ ଶୁଣି ଫଟୋ ଉଠାଇବାରେ ବ୍ୟସ୍ତ ରହିଲା। ଆଉ ଏବେ ତାହା ଭାଇରାଲ ହେଉଛି। ମାତ୍ର କିଛି ସେକେଣ୍ଡରେ ଝିଅ ଆଗରେ ମାଆ ସମୁଦ୍ର ପାଣିରେ ଭାସିଗଲା। ଶେଷରେ ସବୁକିଛି ବୁଝିଲା ଆଗରୁ ଆଉ କିଛି ନଥିଲା। ଏଭଳି ସଂଘାତିକ ଘଟଣା ଏବେ ସବୁଠି ଚର୍ଚ୍ଚା..

ତେବେ ଏଭଳି ଘଟଣାରେ ମୋବାଇଲ ଯେତିକି କାରଣ ନୁହେଁ ତାଠୁ ଅଧିକ ଦୋଷ ରହିଛି ଏଭଳି ମଣିଷମାନଙ୍କର.. ଚିନ୍ତା ଚେତନା ଶକ୍ତି ଆଗରେ ଏମାନେ ସମୟ ପରିସ୍ଥିତିକୁ ବୁଝୁ ନାହାନ୍ତି। ଫଟୋ ନିଶାରେ ଏମାନଙ୍କର ପରିବାର ଉଜୁଡ଼ି ଯାଉଛି। ଆପଣ କିନ୍ତୁ ସଚେତନ ରୁହନ୍ତୁ । ସମୟ ପରିସ୍ଥିତି ଦେଖି ଫୋନର ବ୍ୟବହାର କରନ୍ତୁ। ଫଟୋ ନିଶା ଆଳରେ ନିଜ ଜୀବନ ତଥା ପରିବାରକୁ ବାଜି ଲଗାନ୍ତୁ ନାହିଁ।