ଭଦ୍ରକର ଚନ୍ଦନବଜାରରେ ଅୟୋଜିତ ହୋଇଛି ରାଧା କୃଷ୍ଣଙ୍କ ବିବାହ ଉତ୍ସବ

ଭଦ୍ରକରେ ଅନୁଷ୍ଠିତ ହୋଇଛି ପୁରାଣ ପ୍ରସିଦ୍ଧ ଓ ପୁରାଣ ବର୍ଣ୍ଣିତ ରାଧା କୃଷ୍ଣଙ୍କ ପବିତ୍ର ବିବାହ ଉତ୍ସବ । ଏହି ଅବସରରେ ସାଧାରଣ ବିବାହ ଉତ୍ସବ ପରି ସମସ୍ତ ବୈଦିକ ରୀତି ନୀତି ପାଳନ କରାଯାଇଥିଲା। ନୀତି ନିୟମ ଅନୁସାରେ ଦେବ ଦମ୍ପତିଙ୍କ ପବିତ୍ର ବିବାହ ଉତ୍ସବ ଆୟୋଜିତ ହୋଇଥିଲା।। ବର ମଙ୍ଗୁଳା ଠାରୁ ଆରମ୍ଭ କରି ହାତ ଗଣ୍ଠି ପର୍ଯ୍ଯନ୍ତ, ସମସ୍ତ ନୀତି ବେଶ ଅଧାତ୍ମିକ ପରିବେଶରେ ସମାପନ ହୋଇଥିଲା। । ୫ ଦିନ ବ୍ଯାପି ଆୟୋଜିତ ହୋଇଥିବା ଏହି ଉତ୍ସବ ଆଜିର ସମାଜରେ ଏକ ନିଆରା ନିଦର୍ଶନ ସୃଷ୍ଟି କରିଛି ।

ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ପାଇଁ ବିରାଟ ଶୋଭାଯାତ୍ରା ସହ ବାଜା ଓ ରୋଷଣୀରେ ବଜାର କମ୍ପୁଥିଲା।। ସାଧୁ , ସନ୍ଥଙ୍କ ସହ ଲୋକେ ମଧ୍ୟ ନାଚୁଥିଲେ । ଝାଞ୍ଜ ଘଣ୍ଟାର ବାଦ୍ୟରେ ରାସ୍ତା ଦୁଲୁକୁଥିଲା ତାହା ସହିତ ଚାଲିଥିଲା ନଗର ସଂକୀର୍ତନ। କେବଳ ସେତିକି ନୁହେଁ ଶିବ ପାର୍ବତୀ ବେଶରେ ଶ୍ରଦ୍ଧାଳୁ ମଧ୍ୟ ବାହାରିଥିଲେ ଏହାସହ ଗୋପାଳ ଗୋପାଳୁଣୀ ବେଶରେ ଝିଅ ମାନେ ମଧ୍ୟ ସଜେଇ ହୋଇଥିଲେ। ଅଗ୍ର ପୂଜ୍ଯ ଗଜାନନ ମଧ୍ୟ ଶୋଭାଯାତ୍ରାରେ ଯାଉଥିଲେ ଏହାସହ ସମସ୍ତ ଲୋକ ଶ୍ରୀ କୃଷ୍ଣଙ୍କର ବିବାହ ଶୋଭାଯାତ୍ରା ର ସାମିଲ ହୋଇଥିଲେ।

ଭଦ୍ରକ ଚନ୍ଦନବଜାର ଅଞ୍ଚଳର ଏଭଳି ବିବାହ ଉତ୍ସବ ଆୟୋଜନ କରାଯାଇଥିଲା । ଏଠାରେ ଥିବା ଲଷ୍ମୀ ନାରାୟଣ ମନ୍ଦିରରେ ଦୀର୍ଘ ୭ ବର୍ଷ ହେଲା ଆୟୋଜିତ ହେଉଛି ଶ୍ରୀ ରାଧା କୃଷ୍ଣଙ୍କ ବିବାହ । ସାଧାରଣ ବାହାଘର ଭଳି ସମସ୍ତ ବୈଦିକ ରୀତିନୀତିରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ।ବର ଆସିବା ପରେ ବୈଦିକ ରୀତିରେ ଆରମ୍ଭ ହୋଇଥିଲା ବିବାହ କାର୍ଯ୍ଯ। ଶ୍ରୀକୃଷ୍ଣ ଓ ଶ୍ରୀ ରାଧାଙ୍କର ପିତାମାତା ଭୂମିକାରେ ଥିଲେ ଦୁଇ ଜଣ ଶ୍ରଦ୍ଧାଳୁ ।ସେମାନେ ଶ୍ରୀ କୃଷ୍ଣ ଓ ଶ୍ରୀ ରାଧାଙ୍କ ପିତା ମାତା ହୋଇ ବିବାହ କାର୍ଯ୍ଯ ସମ୍ପନ୍ନ କରୁଥିବାରୁ ବେଶ ଖୁସି ଥିବା କହିଛନ୍ତି

ଏହି ବିବାହ ମହୋତ୍ସବ ଦୀର୍ଘ ୫ ଦିନ ଧରି ପାଳିତ ହୁଏ । ପ୍ରଥମ ଦିନ ରୁ ବିବାହ ପାଇଁ ସମସ୍ତ ବିଧି ପାଳନ ହୁଏ । ସାଂସ୍କୃତିକ କାର୍ଯ୍ଯକ୍ରମ ସହ ସାଧୁ ସନ୍ଥ ମାନେ ପ୍ରବଚନ ମଧ୍ୟ ଦେଇଥାନ୍ତି। ଶେଷ ଦିନ ରେ ନଗର ସଂକୀର୍ତ୍ତନ ରେ ଶ୍ରୀ କୃଷ ଙ୍କୁ ସହର ପରିକ୍ରମା କରିବା ପରେ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସର ରେ ଥିବା ବିବାହ ମଣ୍ଡପ କୁ ଅଣାଯଇ ବିବାହ କାର୍ଯ୍ଯ ସମ୍ପୃନ୍ନ କରାଯାଇଥିଲା । ବିବାହ ସମ୍ପୂର୍ଣ୍ଣ ହେବା ପର୍ଯ୍ଯନ୍ତ ରାଜ୍ଯର ବିଭିନ୍ନ ସ୍ଥାନ ରୁ ଆସିଥିବା ସନ୍ଥ ମାନେ ଉପସ୍ଥିତ ରହି ପ୍ରବଚନ ଦେଇଥିଲେ । ଏହି ପବିତ୍ର ବିବାହ ଉତ୍ସବ ଦେଖିବା ପାଇଁ ଆଖ ପାଖ ଅଂଚଳ ରୁ ବହୁ ଶ୍ରଦ୍ଧାଳୁ ଏକାଠି ହୋଇଥିଲେ. ତେବେ ଭଦ୍ରକ ଜିଲ୍ଲାରେ ଶିବ ବିବାହ ପରେ ରାଧା କୃଷ୍ଣ ଙ୍କ ବିବାହ ଉତ୍ସବ ଅଧାତ୍ମିକ ଭାବନା ଭକ୍ତଙ୍କ ମନରେ ଆହୁରି ଦୃଢ଼ୀଭୂତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.