ଗର୍ଭବତୀ ହେବେ ବୋଲି କୋର୍ଟରୁ ସ୍ୱାମୀଙ୍କୁ ପାରୋଲରେ ଆଣିଲେ ସ୍ତ୍ରୀ….

ନିକଟରେ ରାଜସ୍ଥାନ ହାଇକୋର୍ଟ ଏକ ଅଜବ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ଥାନ ହାଇକୋର୍ଟର ଯୋଧପୁର ବେଞ୍ଚ ଜଣେ ବ୍ୟକ୍ତିଙ୍କୁ ୧୫ ଦିନ ପାଇଁ ପାରୋଲରେ ଛାଡିଛନ୍ତି । ଏମିତିରେ କୌଣସି କୋର୍ଟ ପାରୋଲରେ ଯିବା କିମ୍ବା କୋର୍ଟ କାହାକୁ ପାରୋଲ ଛାଡ଼ିବା ଅତି ସାଧାରଣ କଥା । କିନ୍ତୁ ଏଠି ଏମିତି କଣ ଅଜବ ଘଟିଛି ଯାହାକୁ ନେଇ ଏତେ ଚର୍ଚ୍ଚା । ପ୍ରକୃତରେ ବ୍ୟକ୍ତି ଜଣଙ୍କୁ କୋର୍ଟ ଏକ ଖାସ ଉଦ୍ଦେଶ୍ୟରେ ପାରୋଲରେ ଛାଡିଛନ୍ତି । ଏହି ୧୫ ଦିନ ପାଇଁ ସେ ପାରୋଲରେ ଯାଇ ନିଜ ପତ୍ନୀଙ୍କୁ ଗର୍ଭବତୀ କରିବେ । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି ନା’ । ଇଏ କେମିତିକା ରାୟ । ଆଉ କୋର୍ଟ ଏମିତି ଏକ ରାୟ କାହିଁକି ଦେଲେ । ପ୍ରକୃତରେ କିଛି ଦିନ ତଳେ ମହିଳା ଜଣଙ୍କ ଅଦାଲତ ନିକଟରେ “ରାଇଟ ଟୁ ପ୍ରୋଜେନି” ବା “ସନ୍ତାନ କରିବା ଅଧିକାର” ଅଇନ ଆଧାରରେ ନିବେଦନ କରିଥିଲେ | ଏହି କାମ ପାଇଁ ସ୍ୱାମୀ ନିହାତି ଆବଶ୍ୟକ । ମହିଳାଙ୍କ ଏହି ଆବେଦନର ରାୟ କୋର୍ଟ ଶୁଣାଇଛନ୍ତି । ଜଷ୍ଟିସ ସନ୍ଦୀପ ମେହେଟା ଓ ଫରଆନ୍ଦ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଗଠିତ ଯୋଧପୁର ଉଚ୍ଚ ନ୍ୟାୟାଳୟ ବେଞ୍ଚରେ ହିଁ ଏହି ରାୟ ଶୁଣାଯାଇଛି । କୋର୍ଟ ନିଜ ରାୟରେ

କହିଛନ୍ତିକି କୌଣସି ବ୍ୟକ୍ତିଙ୍କୁ ଯଦି ଦୀର୍ଘ ଦିନ ଯାଏଁ ବନ୍ଦୀ କରି ରଖାଯାଏ କିମ୍ବା ଜେଲରେ ରଖାଯାଏ ତେବେ ତାଙ୍କ ସ୍ତ୍ରୀ କିମ୍ବା ପରିବାର ସଦସ୍ୟମାନେ ହିଁ ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଥାନ୍ତି । କୋର୍ଟ ନିଜ ଏହି ଶୁଣାଣିରେ ବିଭିନ୍ନ ଶାସ୍ତ୍ର ଗୁଡିକର ଉଦାହରଣ ବି ଦେଇଛନ୍ତି । ହିନ୍ଦୁ, ଇହୁଦୀ, ଖ୍ରୀଷ୍ଟିୟାନ ସମ୍ପ୍ରଦାୟ, ଇସ୍ଲାମ ଧର୍ମ ଆଧାରରେ ବ୍ୟକ୍ତିଙ୍କୁ ୧୫ ଦିନ ପାଇଁ ପାରୋଲରେ ଛାଡିବାକୁ ଶୁଣାଣିରେ କହିଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତିକି ଜଣେ ମହିଳା ଗର୍ଭବତୀ ହେବା କିମ୍ବା ଏସମୟରେ ବିଭିନ୍ନ ପର୍ବପର୍ବାଣି ପାଳିତ ହେବା ହେଉଛି ତାଙ୍କର ଅଧିକାର । ଭାରତୀୟ ସଂସ୍କୃତି ତଥା ଆମ ଆଇନ ବ୍ୟବସ୍ଥା ବି ଏନେଇ ବର୍ଣ୍ଣିତ ଅଛି । ବଂଶରକ୍ଷା ହେଉଛି ସମସ୍ତଙ୍କ ଅଧିକାର । ଯାହାକୁ କେହି କେବେ ବି ଛଡେଇ ପାରିବେ ନାହିଁ । ଏ ନେଇ ବିଭିନ୍ନ ଧର୍ମଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ଅଛି । କୋର୍ଟ ଏହା ମଧ୍ୟ କହିଛନ୍ତିକି ଆଉ ସନ୍ତାନ କରିବା ଅଧିକାର ସେହି ସମୟରେ ହିଁ ସମ୍ଭବ ହେବ ଯେବେ ଦୁହେଁ ସ୍ୱାମୀ ସ୍ତ୍ରୀ କିଛି ଦିନ ପାଇଁ ଏକାଠି ରହିବେ । ଅପରାଧ ସଂଖ୍ୟା କମେଇବା କିମ୍ବା ଅପରାଧୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ଏହା ନିହାତି ଆବଶ୍ୟକ ।

ସୂଚନା ଦେବା ଉଚିତ ହେବକି ୩୪ ବର୍ଷୀୟ ନନ୍ଦଲାଲ ବ୍ୟକ୍ତି ଜଣଙ୍କୁ ଆଜମେର ଜେଲରେ କଏଦୀ ଭାବରେ ଅଛନ୍ତି । ୨୦୨୧ ମସିହାରେ ୨୦ ଦିନ ପାଇଁ ପାରୋଲ ଦିଆଯାଇଥିଲା । କୋର୍ଟ ଏହା ମଧ୍ୟ କହିଛନ୍ତିକି ଜେଲରେ ରହିବା ସମୟରେ ସେ ଉତ୍ତମ ବ୍ୟବହାର କରିବା ସହିତ ତାଙ୍କ ପାରୋଲ ସରିବା ପରେ ସମର୍ପଣ ମଧ୍ୟ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.