ସମସ୍ତଙ୍କ ଆଦରର ‘ନନା’ ରମେଶ ଚନ୍ଦ୍ର ପଣ୍ଡା, ଯିଏ ଦିନକୁ ଅତିକମ୍‌ରେ ୨୫ ଜଣ ଭିକ୍ଷୁକଙ୍କୁ ମାଗଣାରେ ଦିଅନ୍ତି ଖାଦ୍ୟ

ବାଲେଶ୍ୱର (କେ ନ୍ୟୁଜ): ଆଜିକାଲି ବ୍ୟସ୍ତବହୁଳ ଜୀବନ ଏବଂ ଅତ୍ୟାଧୁନିକ ଜୀବନଶୈଳୀ ମଧ୍ୟରେ ପ୍ରଚ୍ଛଦରେ ରହିଯାନ୍ତି କିଛି ଲୋକ। ନା ସମାଜ କେବେ ଗୁରୁତ୍ୱ ଦେଇ ଦେଖିଛି ନା ସେମାନେ କାହା ଆଗରେ ନିଜର ହକ୍‌କୁସାବ୍ୟସ୍ତ କରିଛନ୍ତି। ଆପଣମାନେ ପ୍ରତିଦିନ ରାସ୍ତାଘାଟ, କୋଟ କଚେରୀ, ଷ୍ଟେସନ ଇତ୍ୟାଦି ସ୍ଥାନରେ ଦେଖୁଥିବା ଭିକାରୀ। ଆଜ୍ଞା ହଁ, ଆମେ ତାଙ୍କ କଥା ହିଁ କହୁଛୁ। ଯେଉଁମାନଙ୍କର ପେଟ କାହା ହାତ ଟେକା ଦାନରେ ପୁରିଥାଏ। କିନ୍ତୁ ବାଲେଶ୍ୱରରେ ଏପରି ଜଣେ ବ୍ୟକ୍ତିତ୍ୱ ରହିଛନ୍ତି ଯିଏକି ପ୍ରତିଦିନ ୧୦ରୁ ୨୫ ଜଣ ଭିକାରୀଙ୍କୁ ଫ୍ରିରେ ଖାଇବାକୁ ଦିଅନ୍ତି। ବୃତ୍ତିରେ ସେ ହେଉଛନ୍ତି ଜଣେ ହୋଟେଲ ମାଲିକ କିନ୍ତୁ ରୁଚି ତାଙ୍କର ନିଆରା।

balesore

ଏହି ବ୍ୟକ୍ତି ଜଣକ ହେଉଛି ବାଲେଶ୍ୱରର ରମେଶ ଚନ୍ଦ୍ର ପଣ୍ଡା। ରମେଶ କଚେରୀ ଛକରେ ଏକ ହୋଟେଲ କରିଛନ୍ତି। ପ୍ରତିଦିନ ଏଠାକୁ ତ ଅନେକ ଲୋକ ଖାଇବାକୁ ଆସନ୍ତି। କିନ୍ତୁ ରମେଶ ପ୍ରତିଦିନ ୧୦ରୁ ୨୫ ଜଣ ଭିକାରୀଙ୍କୁ ମାଗଣାରେ ଖାଇବାକୁ ଦିଅନ୍ତି। କିନ୍ତୁ ଯେଉଁଦିନ ଶନିବାର ହୁଏ, ସେଦିନ ଏହି ସଂଖ୍ୟା ୭୦ରେ ପହଞ୍ଚିଯାଇଥାଏ। ଦୀର୍ଘ ୨୦ ବର୍ଷ ଧରି ଅନେକ ଘଶତ ପ୍ରତିଘାତ ସହିତ ଭୋକ ଉପାସରେ ରହି ଏହି ହୋଟେଲକୁ ତିଆରି କରିଛନ୍ତି। ଏଥିପାଇଁ ଭୋକ ଉପାସ ପେଟର ମହତ୍ୱ ସେ ବୁଝନ୍ତି। ଖାଦ୍ୟ ନ ପାଇବାର କଷ୍ଟ କ’ଣ ସେ ଜାଣନ୍ତି। ଆଜି ସିନା ସେ ଜଣେ ସଫଳ ମଣିଷ ହୋଇସାରିଛନ୍ତି କି କେବେ ବି କୌଣସି ଭିକାରୀକୁ ଉପାସ ଯିବାକୁ ଦେଇନାହାନ୍ତି। ଏହାଛଡା ହୋଟେଲକୁ ଖାଇ ଆସୁଥିବା କୌଣସି ଗ୍ରାହକଙ୍କୁ ମଧ୍ୟ କେବେ ନିରାଶ କରିନାହାନ୍ତି। ସେଥିପାଇଁ ସମସ୍ତେ ତାଙ୍କୁ ଆଦରରେ ନନା ବୋଲି ଡାକନ୍ତି।

111

ସାଧାରଣତ ଲୋକେ ଟଙ୍କା ରୋଜଗାର କରିବା ପରେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି। କିନ୍ତୁ ରମେଶ ଚନ୍ଦ୍ର ପଣ୍ଡାଙ୍କ ଏଭଳି ଉଦ୍ୟମ ତାଙ୍କୁ ଆତ୍ମସନ୍ତୋଷ ଦେଉଛି। ତାଙ୍କର ଏପରି କାର୍ଯ୍ୟକୁ ସମସ୍ତେ ପ୍ରଶଂସା ମଧ୍ୟ କରୁଛନ୍ତି।

ବାଲେଶ୍ୱରରୁ ଆଶୁତୋଷ ମଲ୍ଲିକ (କେ ନ୍ୟୁଜ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.