ସମୁଦ୍ର ରାକ୍ଷସର ବିରଳ ଚିତ୍ର, ଯାହା ଦେଖି ଆପଣ ହୋଇଯିବେ ଭୟଭୀତ

ଦୁନିଆରେ ଅନେକ ପ୍ରଜାତିର ମାଛ ରହିଛନ୍ତି । ଜଣେ ମାଛ ଧରାଳୀ ଏବେ ଏମିତି ଏକ ମାଛ ଧରିଛନ୍ତି ଯାହା ଏବେ ପୂରା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଲୋକେ କହୁଛନ୍ତି ଅସଲି ଦୁନିଆର ‘ସମୁଦ୍ର ରାକ୍ଷସ’। ଆଜ୍ଞା ହଁ, ଆପଣମାନେ ଏମିତି ଏକ ମାଛ ଦେଖିବେ ଯାହାର ଆକାର ଏବଂ ମୁହଁ ବହୁତ ବଡ। ଦାନ୍ତ ମଧ୍ୟ ଅସ୍ତ୍ର ଭଳି ଧାରୁଆ।

usa34
pc: navbharat times

ଆମେରିକାର ୩୯ ବର୍ଷିୟ ନେଟ ଆଇସଜାକ୍‌ ପେସାରେ ଜଣେ ମାଛ ଧରାଳୀ। ସେ ମାର୍ଚ୍ଚ ୯ ତାରିଖରେ ଆଲାସ୍କାର ଅକୁତାନ ଆଇଜଲ୍ୟାଣ୍ଡରୁ ଏହି ବିଶାଳକାୟ ମାଛକୁ ଧରିଥିଲେ। ପରେ ଏହାର ଫଟୋକୁ ଫେସବୁକରେ ସେୟାର କରିଥିଲେ।

usa3467
pc: navbharat times

ଯାହାଦ୍ୱାରା ଏହା ଭାଇରାଲ ହେବାରେ ଲାଗିଲା। କ୍ୟାପ୍ସନରେ ସେ ଲେଖିଥିଲେ ‘Wolf Eel’। ବର୍ତ୍ତମାନ ଏହିି ପୋଷ୍ଟକୁ ୩୫୦ରୁ ଅଧିକ ଥର ସେୟାର କରିବା ସହ ଏଥିରେ ୧୦୦ ରୁ ଅଧିକ ରିଆକ୍ସନ ଆସିଲାଣି।

usa34677
pc: LADbible

ନେଟଙ୍କ କହିବା ଅନୁସାରେ, ‘ଏହି ମାଛ ଜୋରରେ କାମୁଡିଥାଏ, ତେଣୁ ଏହାକୁ ଧରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପଡିଥିଲା।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.