ଜାଣନ୍ତୁ ଅଙ୍ଗରକ୍ଷୀଙ୍କ କଳା ଚଷମାର ରହସ୍ୟ ?

ଯେକୌଣସି ବ୍ଯକ୍ତିଙ୍କ ଲୋକପ୍ରିୟତା ବଢ଼ିଲେ ତାଙ୍କର ଶତ୍ରୁ ସଂଖ୍ୟା ମଧ୍ୟ ବଢ଼ିଥାଏ। ଯାହା ଦ୍ବାରା ସମାଜର ପ୍ରତିଷ୍ଠିତ ବ୍ୟକ୍ତି ନିଜର ସୁରକ୍ଷା ପାଇଁ ଅଙ୍ଗରକ୍ଷୀ ରଖିବା ପାଇଁ ବାଧ୍ୟ ହୋଇଥାନ୍ତି । ଅଙ୍ଗରକ୍ଷୀମାନେ ତାଙ୍କ ମାଲିକଙ୍କର ସୁରକ୍ଷାର ସମସ୍ତ ଦାୟିତ୍ୱ ର୍ନିବାହ କରିଥାନ୍ତି। ତେବେ ସେ କଳାକାର ହୁଅନ୍ତୁ କିମ୍ବା କୌଣସି ପ୍ରତିଷ୍ଠିତ ବ୍ୟକ୍ତି, ଅଧିକାଂଶ ବ୍ୟକ୍ତିଙ୍କ ଅଙ୍ଗରକ୍ଷୀଙ୍କ ମଧ୍ୟରେ ଗୋଟିଏ କଥା ହିଁ ସାଧାରଣ ରହିଥାଏ। ତାହା ହେଉଛି ସେମାନେ ପିନ୍ଧିଥିବା କଳାଚଷମା। ସବୁ ସ୍ଥାନରେ ଅଙ୍ଗରକ୍ଷୀଙ୍କୁ ପ୍ରାୟତଃ କଳା ଚଷମା ପିନ୍ଧିବାର ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣଙ୍କୁ ସେହି କଳା ଚଷମା ପଛର ରହସ୍ୟ ବିଷୟରେ ଜଣାଇବାକୁ ଯାଉଛୁ।

ଆହୁରି ପଢ଼ନ୍ତୁ : ଭାରତରେ ଜନ୍ମ ଦୈନନ୍ଦିନ ବ୍ୟବହାର ଜିନିଷ , ଯାହା ଆପଣଙ୍କୁ ମଧ୍ୟ ନଥିବ ଜଣା

ପ୍ରକୃତରେ ଏହା ପଛରେ ରହିଛି ଏକ ସାଧାରଣ କିନ୍ତୁ ଅଜଣା ତଥ୍ୟ। ଅଙ୍ଗରକ୍ଷୀମାନେ କଳାଚଷମା ପିନ୍ଧିଥାନ୍ତି କାରଣ, ତାଙ୍କ ଆଖିର ଗତିବିଧି ସାମ୍ନା ଲୋକଙ୍କୁ ଜଣା ନପଡ଼ୁ। ଏହା ଛଡ଼ା କଳାଚଷମା ଦ୍ବାରା ଖରାରେ ଏବଂ ଅତି ଆଲୋକରେ ମଧ୍ୟ ଆଖପାଖରେ ଘଟୁଥିବା ସମସ୍ତ ଜିନିଷ ଉପରେ ଧ୍ୟାନ ରଖାଯାଇପାରିବ। ଏହା ଛଡ଼ା ସେମାନଙ୍କ ଆଖି କାହାକୁ ଦେଖୁଛି ଏହା ବିଷୟରେ ସାମ୍ନା ଲୋକ ଜାଣି ପାରିନଥାଏ । ଯାହା ଫଳରେ ଦୋଷୀ କିମ୍ବା ଚୋରକୁ ଧରିବାରେ ସହଜ ହୋଇଥାଏ।

ଏହା ସହ ଯଦି କିଛି ଅଘଟଣ ଘଟେ ତ ସାଧାରଣତଃ ଆମେ ଆମ ଆଖି ବନ୍ଦ କରିଦେଇଥାଉ । କିନ୍ତୁ ଅଙ୍ଗରକ୍ଷୀଙ୍କ ପାଖରେ ଆଖିବନ୍ଦ କରିବା ପାଇଁ ରାସ୍ତାନଥାଏ । ସେମାନଙ୍କୁ ଆଖି ଖୋଲି ସମସ୍ତ ଅଘଟଣର ସାମ୍ନା କରିବା ପାଇଁ ପଡ଼ିଥାଏ । ଏହା ସହ କଳାଚଷମା ସେମାନଙ୍କ ଆଖିକୁ ଖରା ,ବର୍ଷା , ଧୂଳି ଆଦିରୁ ରକ୍ଷା କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.