ବିବାହରେ ସମ୍ପର୍କୀୟ କଲେ ଅତି କଦର୍ଯ୍ୟ କାମ, ମିଠା ଡବାରେ ବୋହୂକୁ ଦେଲେ ଏହି ଜିନିଷ; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବିବାହର ଅନେକ ଭିଡିଓ ପ୍ରତିଦିନ ଭାଇରାଲ ହେଉଛି। ଭିଡିଓରେ ବର-ବଧୂଙ୍କ ସମେତ ସାଙ୍ଗରେ ଥିବା ପରିବାରର ସଦସ୍ୟ ମଜାମସ୍ତି କରୁଥିବା ଦେଖାଯାଏ। ସେହିପରି କିଛି ଏଭଳି ସମ୍ପର୍କୀୟ ବି ଥାନ୍ତି ଯେଉଁମାନେ କନ୍ୟା ସହ ଥଟ୍ଟାମଜା କରିଥାନ୍ତି। ସେଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଏକ ବିବାହ ଉତ୍ସବ ଚାଲିଛି। ବର ଓ କନ୍ୟା ଷ୍ଟେଜ୍‌ରେ ବସିଛନ୍ତି। ଅତିଥିମାନେ ଷ୍ଟେଜ୍‌କୁ ଆସି ନବଦମ୍ପତିଙ୍କୁ ଉପହାର ଦେଉଛନ୍ତି। ଏହି ସମୟରେ ଜଣେ ଅତିଥି ଆସି କନ୍ୟାକୁ ଏକ ଗିଫ୍ଟ ଦେଉଛନ୍ତି ଓ ତାହାକୁ ଖୋଲିବାକୁ କହୁଛନ୍ତି। କନ୍ୟା ଉକ୍ତ ଗିଫ୍ଟକୁ ଖୋଲିବା ପରେ ଲାଜରେ ନାଲି ପଡ଼ିଯାଉଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:


କନ୍ୟା ଗିଫ୍ଟ ଖୋଲିବା ପରେ ଯେଉଁଭଳି ରିଆକ୍ସନ୍‌ ଦେଉଛନ୍ତି ତାହା ଦେଖି ବର ସମେତ ଉପସ୍ଥିତ ଅତିଥି ମଧ୍ୟ ଜୋର୍‌ରେ ହସୁଥିବା ଦେଖାଯାଇଛି। ଏହି ଭିଡିଓକୁ ଅଫିସିଆଲ ନିରଞ୍ଜନ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଗିଫ୍ଟଟି କ’ଣ ସେ ନେଇ ବିଭିନ୍ନ ୟୁଜର୍ସ ଭିନ୍ନ ଭିନ୍ନ ମତ ଦେଉଛନ୍ତି। କିନ୍ତୁ ଭିଡିଓରୁ ଜଣାପଡ଼ୁନାହିଁ ଯେ ପ୍ୟାକେଟ୍‌ରେ ପ୍ରକୃତ ଅଛି କ’ଣ। କିନ୍ତୁ ୟୁଜର୍ସ କହୁଛନ୍ତି ଯେ ଗିଫ୍ଟ ପ୍ୟାକେଟ୍‌ରେ ଏକାଧିକ କଣ୍ଡୋମ୍‌ ପ୍ୟାକେଟ୍‌ ରହିଛି। ତେବେ ଏଭଳି କାମକୁ କିଛି ଲୋକ ମଜାକ୍‌ କହୁଥିବା ବେଳେ ଆଉ କିଛି କଦର୍ଯ୍ୟ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.