Below header

ହ୍ରିତିକ ରୋଶନ-ଦୀପିକା ପାଦୁକୋନ୍‌ଙ୍କ Fighter ହେବ ଭାରତର ପ୍ରଥମ ଏରିୟଲ ଆକ୍ସନ୍‌ ଫିଲ୍ମ, ବଜେଟ୍‌ ରହିବ ୨୫୦ କୋଟି!

ଖୁବ୍‌ଶୀଘ୍ର ଏକାଠି ନଜର ଆସିବାକୁ ଯାଉଛନ୍ତି ହ୍ରିତିକ୍‌ ରୋଶନ୍‌ ଓ ଦୀପିକା ପାଦୁକୋନ୍‌। ଫ୍ୟାନ୍‌ଙ୍କର ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଏହି ଦୁଇ ଷ୍ଟାର ଗୋଟିଏ ଫିଲ୍ମରେ ସ୍କ୍ରିନ୍‌ ସେୟାର କରିବେ। ଖୁବ୍‌ଶୀଘ୍ର ଏହି ଦୁଇ ତାରକାଙ୍କୁ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ଫାଇଟର’ରେ ଦେଖିବାକୁ ମିଳିବ। ମୁମ୍ବାଇରେ ଏଥିପାଇଁ ହ୍ରିତିକ ଓ ଦୀପିକା ପରସ୍ପରକୁ ସାକ୍ଷାତ କରିଛନ୍ତି ଏବଂ ଏଥିରେ ମୋହର ମାରିଛନ୍ତି।

ହ୍ରିତିକ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଦୀପିକାଙ୍କ ସହ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସହ ସେ କ୍ୟାପସନ୍‌ରେ ଲେଖିଛନ୍ତି- ଏହି ଗ୍ୟାଙ୍ଗ୍‌ ଉଡ଼ାଣ ଭରିବାକୁ ପ୍ରସ୍ତୁତ।

 

View this post on Instagram

 

A post shared by Hrithik Roshan (@hrithikroshan)


ହ୍ରିତିକ୍‌ଙ୍କ ଜନ୍ମ ଦିନରେ ଏହି ଫିଲ୍ମର ୩୦ ସେକେଣ୍ଡରେ ଟିଜର ରିଲିଜ୍‌ କରାଯାଇଥିଲା। ଏହା ବଲିଉଡ୍‌ର ସବୁଠାରୁ ମହଙ୍ଗା ଫିଲ୍ମ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି। ଏଥିପାଇଁ ପାଖାପାଖି ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଏହି ଫିଲ୍ମକୁ ଭାୟକମ୍‌ ୧୮ ଷ୍ଟୁଡିଓ, ସିଦ୍ଧାର୍ଥ ଆନନ୍ଦ ଓ ତାଙ୍କ ପତ୍ନୀ ମମତା, ରେମନ୍‌ ଚିବ୍ଦ ଓ ଅଙ୍କୁ ପାଣ୍ଡେ ମିଳିତ ଭାବେ ନିର୍ମାଣ କରିବେ। ଫିଲ୍ମ ନିର୍ମାଣ ସହ ଜଡ଼ିତ ଲୋକ କହିଛନ୍ତି ଗ୍ଲୋବାଲ ଅଡିୟନ୍ସଙ୍କୁ ଦୃଷ୍ଟିରେ ରଖି ତିଆରି କରାଯାଇଥିବା ଫିଲ୍ମ ‘ଫାଇଟର’ର ସୁଟିଂରେ ଲାଟେଷ୍ଟ ଫିଲ୍ମିଂ ମେଥଡ୍‌ ଓ ଟେକ୍ନୋଲୋଜି ବ୍ୟବହାର କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.