Below header

ଅମୃତଭଣ୍ଡା ସହ ଭୁଲ୍‌ରେ ବି ଖାଆନ୍ତୁନି ଏହି ୩ଟି ଜିନିଷ, ବଢ଼ିପାରେ ସ୍ୱାସ୍ଥ୍ୟ ସମସ୍ୟା

ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ। ଖାସ୍‌ କରି ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା ରାମବାଣ ଭଳି କାମ ଦିଏ। ପେଟ ସମ୍ବନ୍ଧୀୟ ସବୁ ସମସ୍ୟାକୁ ଦୂର କରିବାରେ ଅମୃତଭଣ୍ଡା ସହାୟକ ହୋଇଥାଏ। ତେବେ ଅଧିକାଂଶ ଲୋକ ଫ୍ରୁଟ୍‌ ଚାଟ୍‌ କରି ଖାଇଥାନ୍ତି। ଯେଉଁଥିରେ ଅମୃତଭଣ୍ଡା ସମେତ ଅନ୍ୟ ଫଳ ବି ରହିଥାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେତେକ ଜିନିଷ ସହ ଅମୃତଭଣ୍ଡା ଖାଇବା ଶରୀର ପାଇଁ ହାନିକାରକ ହୋଇଥାଏ। ଏହା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦିଏ। ତେବେ ଆସନ୍ତୁ ଜାଣିବା ଅମୃତଭଣ୍ଡା ସହ କି କି ଖାଦ୍ୟ ଖାଇବା ମନା…

ଦହି:

ଅମୃତଭଣ୍ଡା ଓ ଦହିକୁ କେବେ ବି ଏକାଠି ଖାଇବା ଉଚିତ୍‌ ନୁହେଁ। ଅମୃତଭଣ୍ଡା ଶରୀରକୁ ଗରମ କରୁଥିବା ବେଳେ ଦହି ଥଣ୍ଡା କରେ। ଏହି ଦୁଇଟିକୁ ଏକାଠି ଖାଇବା ଦ୍ୱାରା ସ୍ୱାସ୍ଥ୍ୟର ହାନି ଘଟେ।

ଲେମ୍ବୁ:

ଲେମ୍ବୁ ଓ ଅମୃତଭଣ୍ଡାକୁ କେବେ ବି ଏକା ସାଙ୍ଗେ ଖାଇବା କଥା ନୁହେଁ। ଉଭୟଙ୍କୁ ଏକାସଙ୍ଗେ ସେବନ କଲେ ଏନିମିଆର ସମ୍ଭାବନା ବଢ଼ିଯାଏ।

କମଳା:

ଫ୍ରୁଟ୍‌ ଚାଟ୍‌ରେ ଅମୃତଭଣ୍ଡା ସହ କମଳା ବି ପଡ଼େ। ମାତ୍ର ଏହି ଦୁଇଟି ଫଳକୁ ଏକାଠି ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.