ଦ୍ୱିତୀୟ ଥର ପାଇଁ ପିତା ହେଲେ ହରଭଜନ ସିଂହ, ଗୀତା ବାସ୍ରା ଜନ୍ମ ଦେଲେ ଏକ ପୁତ୍ର ସନ୍ତାନ

ଭାରତୀୟ ଟିମ୍‌ର ପୂର୍ବ କ୍ରିକେଟର ତଥା ସ୍ପିନର ହରଭଜନ ସିଂହ ଓ ତାଙ୍କ ପତ୍ନୀ ଗୀତା ବାସ୍ରା ଦ୍ୱିତୀୟ ଥର ପାଇଁ ବାପା-ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ହରଭଜନ ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇ କହିଛନ୍ତି ଯେ ସେ ପୁଣିଥରେ ବାପା ହୋଇଛନ୍ତି ଓ ତାଙ୍କର ଏକ ପୁଅ ହୋଇଛି। ପତ୍ନୀ ଗୀତା ଜୁଲାଇ ୧୦ ବା ଆଜି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।

ସୋସିଆଲ ମିଡିଆରେ ଖୁସି ଜାହିର କରିବା ଅବସରରେ ହରଭଜନ ଲେଖିଛନ୍ତି, ଆମେ ଭଗବାନ ପାଖରେ କୃତଜ୍ଞତା ଜ୍ଞାପନ କରୁଛୁ ଯେ ସେ ଆମକୁ ଏକ ପୁଅ ଆଶୀର୍ବାଦ ରୂପେ ଦେଇଛନ୍ତି। ମା’ ଓ ପିଲା ଉଭୟେ ସୁସ୍ଥ ଅଛନ୍ତି। ସମସ୍ତଙ୍କୁ ଧନ୍ୟବାଦ।


ହରଭଜନ ଓ ଗୀତା ବାସ୍ରା ୨୯ ଅକ୍ଟୋବର ୨୦୧୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ୨୦୧୬ରେ ଭଜ୍ଜି ପ୍ରଥମ ଥର ପାଇଁ ପିତା ହୋଇଥିଲେ। ସେତେବେଳେ ତାଙ୍କ ପତ୍ନୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଭଜ୍ଜି ତାଙ୍କ ଝିଅ ନାଁ ରଖିଛନ୍ତି ହିନାୟା ହୀର ପ୍ଲାହା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.