Below header

ପୁଣି ଏକାଠି ହେଲେ ଅମୀର ଓ କିରଣ, ସତ ଜାଣିବା ପାଇଁ ପଢ଼ନ୍ତୁ ଏହି ଖବର

ନିକଟରେ ଅମୀର ଖାନ ଓ କିରଣ ରାଓଙ୍କ ମଧ୍ୟରେ ହୋଇଥିବା ଛାଡପତ୍ର ଘଟଣାକୁ ନେଇ ଚର୍ଚ୍ଚା ଜୋରଧରିଛି । ଛାଡପତ୍ର ପରେ ଅମୀର ନିଜ ସୁଟିଙ୍ଗରେ ବ୍ୟସ୍ତ ଥିବା ଜଣାଯାଇଛି । କିନ୍ତୁ ଏଭିତରେ ନିଜ ଏକ୍ସ ୱାଇଫ କିରଣଙ୍କ ସହ ଏକ ଫଟୋରେ ଏକାଠି ନଜର ଆସିଛନ୍ତି ଅମୀର । ଦୁହେଁ ଏକାଠି ଫଟୋ ଉଠାଇଥିବା ଦେଖାଯାଇଛି । ଏହି ଫଟୋଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କହିରଖିବା ଉଚିତ ହେବକି ବିବାହର ଦୀର୍ଘ ୧୫ ବର୍ଷ ପରେ ଅମୀର ଓ କିରଣ ପରସ୍ପର ଠାରୁ ଅଲଗା ହେବା ନେଇ ନିଷ୍ପତ୍ତି ନେଇଥିଲେ | କିଛି ଦିନ ତଳେ ହିଁ ଏମାନଙ୍କର ଛାଡ଼ପତ୍ର ହୋଇଥିଲା ।

 

View this post on Instagram

 

A post shared by Chay Akkineni (@chayakkineni)

ଆଉ ଛାଡପତ୍ର ହେବା କ୍ଷଣି ହିଁ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ଜଣା ଅମୀର ନିଜ ଅପକମିଙ୍ଗ ଫିଲ୍ମ “ଲାଲ ସିଂହ ଚଢ଼ା”ର ସୁଟିଙ୍ଗକୁ ନେଇ ବ୍ୟସ୍ତ ଅଛନ୍ତି । ଆଉ ଏହାର ସୁଟିଙ୍ଗ ପାଇଁ ଲଦାଖ ଅଭିମୁଖେ ଯାଇଛନ୍ତି ଅମୀର । ଆଉ ଏହି ସମୟରେ କିରଣଙ୍କ ସହ ଏକ ଫଟୋରେ ନଜର ଆସିଛନ୍ତି ଅମୀର । ଛାଡପତ୍ର ପରେ ପରେ ଦୁହିଁଙ୍କ ଏହି ଫଟୋ ବିଭିନ୍ନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଏହି ଫଟୋରେ ଅମୀର ଆର୍ମି ୟୁନିଫର୍ମରେ ନଜର ଆସିଥିବା ବେଳେ ଏକ୍ସ ୱାଇଫ କିରଣ ପୋଜ ଦେଉଥିବାର ନଜର ଆସିଛନ୍ତି ।

ଅମୀର ଓ କିରଣଙ୍କ ସହ ଅକ୍କିନେନି ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ବି ପୋଜ ଦେଇଥିବା ଦେଖାହୋଇଛି । ଯାହାକୁ ଦେଖି ସାମନ୍ଥ ଅକ୍କିନେନି ଖୁବ ଏକସଶାଇଟେଡ଼ ହୋଇପଡିଛନ୍ତି । ସାଉଥ ଇଣ୍ଡଷ୍ଟ୍ରିର ଏହି ଅଭିନେତ୍ରୀ ତୁରନ୍ତ ଇନ୍ଷ୍ଟଗ୍ରାମରେ ରିପୋଷ୍ଟ କରିଦେଇଥିଲେ । ଆଉ କମେଣ୍ଟରେ ଲେଖିଛନ୍ତିକି, “ୟେ ୟେ ୟେ ଆଭାର” । କହିରଖିବା ଉଚିତ ହେବକି, ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଅମୀର ଖାଁଙ୍କ ପ୍ରଡକ୍ସନ ହାଉସରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମ ଜରିଆରେ ହିଁ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.