ଭୀମଟାଙ୍ଗି ପ୍ରିୟଙ୍କା ମର୍ଡର ମିଷ୍ଟ୍ରିରେ ତଥ୍ୟ ପ୍ରମାଣ ଏକାଠି କରୁଛି କମିଶନରେଟ ପୋଲିସ୍, ସୁଧୁରୁଛି ଜଗନ୍ନାଥର ସ୍ୱାସ୍ଥ୍ୟାବସ୍ଥା

ଭୁବନେଶ୍ୱର (କେନ୍ଯୁଜ୍): ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ମର୍ଡର ମିଷ୍ଟ୍ରିରେ ତଥ୍ୟ ପ୍ରମାଣ ଏକାଠି କରୁଛି କମିଶନରେଟ ପୋଲିସ । ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଛି। ଏବେ ଜଗନ୍ନାଥର ବୟାନକୁ ଅପେକ୍ଷା ।

ଜଗନ୍ନାଥର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ନିଜେ ଖିଆପିଆ କରୁଛି ଜଗନ୍ନାଥ। ସଂପୂର୍ଣ୍ଣ ଭଲହେବାକୁ ଆଉ ୩ ଓ ୪ ଦିନ ସମୟ ଲାଗିବ। ତାପରେ ପୋଲିସ ଜଗନ୍ନାଥଙ୍କୁ ପ୍ରିୟଙ୍କା ମର୍ଡର ଉପରେ ପଚରାଉଚରା କରିପାରିବେ। କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ଜଗନ୍ନାଥଙ୍କୁ ଜେରା ପରେ ମର୍ଡର ମିଷ୍ଟ୍ରି ଖୋଲିବ । ତା ମୁହଁରୁ ପୋଲିସ ଜାଣିବ କାହିଁକି ପ୍ରିୟଙ୍କାଙ୍କୁ ମାରିଲା ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.