ରହସ୍ୟମୟ ଢ଼ଙ୍ଗରେ ନଦୀର ପାଣି ହୋଇଗଲା ନାରଙ୍ଗୀ, ବାହାରକୁ ଆସି ଛଟପଟ ହୋଇ ମରୁଛନ୍ତି ଜୀବ
ଦୁନିଆରେ ପ୍ରାୟ ପ୍ରତ୍ୟେକ ଦିନ ଅଦ୍ଭୁତ ଘଟଣା ସବୁ ଘଟୁଥାଏ। ଯାହା ବିଷୟରେ ଜାଣିଲେ ଲୋକମାନେ ଆଶ୍ଚଯ୍ୟର୍ରେ ପଡିଯାଆନ୍ତି। ସତରେ କଣ ଏମିତି ଅଦ୍ଭୁତ ଘଟଣା ଏ ଦୁନିଆରେ ଘଟୁଛୀ। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ଯାହା ବିଷୟରେ ଶୁଣିଲେ ଲୋକେ ଚକିତ ହୋଇଯାଉଛନ୍ତି। ଆମେ ଆପଣଙ୍କୁ କହୁଛୁ ସ୍ଲୋଭାକିଆର ଏକ ଘଟଣା, ଯେଉଁଠି ଏକ ନଦୀର ପାଣି ଅତି ରହସ୍ୟମୟ ତରିକାରେ କମଳା ରଙ୍ଗ ହୋଇଯାଉଛି। ନଦୀର ରଙ୍ଗ ବଦଳିବା ହେତୁ ସ୍ଲୋଭାକିଆର ପରିସ୍ଥିତି ଖରାପ ହେଉଥିବା ଦେଖିବାକୁ ମିଳୁଛି। ନଦୀ ପାଣିର ରଙ୍ଗ ଅଚାନକ ବଦଳିବା କାରଣରୁ ସେଠାକାର ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି।
ନଦୀର ରଙ୍ଗ ଅଚାନକ ବଦଳିବା କାରଣରୁ ନଦୀ ଭିତରେ ଥିବା ଜୀବଜନ୍ତୁଙ୍କର ମୃତ୍ୟୁ ମଧ୍ୟ ହେଉଛି। ଏହି ନଦୀର ପାଣି ଉପରେ ହଜାର ହଜାର ଲୋକ ନିର୍ଭର କରୁଛନ୍ତି। ଏବେ ଏହି କାରଣରୁ ଜଳର ବଡ ସଂକଟ ସାମ୍ନାରେ ଆସି ଛିଡା ହୋଇଛି। ସ୍ଥାନୀୟ ପ୍ରଶାସନ ନଦୀ ପାଣି ରଙ୍ଗ ବଦଳିବା ପଛର କାରଣ ଜାଣିବା ପାଉଁ ଯାଞ୍ଚ୍ ନିର୍ଦ୍ଦେଶ ଦେଇଛନ୍ତି। ନଦୀ ପାଣିର ରଙ୍ଗ ବଦଳିବା ପଛରେ ମଣିଷ ସହିତ ବନ୍ୟଜୀବ ମଧ୍ୟ ବହୁତ ସମସ୍ୟାର ସାମ୍ନା କରୁଛନ୍ତି। ତାହେଲେ ଆସନ୍ତୁ ଦର୍ଶକବନ୍ଧୁ ଜାଣିବା ଏହି ନଦୀର ପାଣି ଅଚାନକ ଏପରି ନାରଙ୍ଗୀ ବା କମଳା ରଙ୍ଗ ହୋଇଯିବା ପଛର କାରଣ କଣ?
ଯାହା ସୂଚନା ମିଳିଛି ପୂର୍ବ ସ୍ଳୋଭାକିଆରେ ଏକ ଲୁହା ଖାଦାନ ରହିଛି, ଯାହାର ପ୍ରଦ୍ୟୁଷିତ ପାଣି କାରଣରୁ ସ୍ଳାନା ନଦୀର ଜଳ ନାରଙ୍ଗୀ ହୋଇଯାଇଛି। ଆଉ ଏବେ ଏହି କାରଣରୁ ମଣିଷଙ୍କ ସାମ୍ନାରେ ବଡ ଜଳ ସଂକଟ ଛିଡା ହୋଇଛି। ନଦୀର ରଙ୍ଗ ପରିବର୍ତ୍ତନ ହେବା ପରେ ସ୍ଥାନୀୟ ପ୍ରଶାସନ ତୁରନ୍ତ ଚିନ୍ତାରେ ପଡିଗଲେ। ପ୍ରଶାସନ ଜଣାଇଛି ଯେ ସ୍ଲାନା ନଦୀରେ ଦୂଷିତ ପାଣି କମ୍ କରିବା ପାଇଁ ବହୁତ ଚେଷ୍ଟା କରାଯାଉଛି। ନଦୀ ପାଖରେ ଏକ ଗାଁ ରହିଛି, ଏହି ସ୍ଲାନା ନଦୀ ପାଖରେ ନିଜ୍ନା ସ୍ଲାନା ଗାଁ ରହିଛି। ଏଠାକାର ଲୋକମାନେ ନଦୀ ପାଣି ଦୂଷିତ ହେବା କାରଣରୁ ବହୁତ ନିରାଶରେ ଅଛନ୍ତି।
ନଦୀର ପାଖାପାଖି ଗାଁରେ ରହୁଥିବା ଲୋକଙ୍କ କହିବା କଥା ଯେ ନଦୀରେ ଏବେ କୌଣସି ବି ଜୀବ ନାହାଁନ୍ତି। ନଦୀରେ କେବଳ ଆଉ କେବଳ ଲୁହାର ଜଙ୍କ୍ ଭାଷୁଥିବା ଦେଖିବାକୁ ମିଳୁଛି। ୨୦୦୮ରେ ଏକ ଆଇରନ୍ ପକେଟର ଖନନ କରାଯାଇଥିଲା ଆଉ ଏହି ରଙ୍ଗ ସେହି ପକେଟର। ଆଉ ଏବେ ପର୍ଯ୍ୟନ୍ତ ନଦୀର ତଳେ ମହଜୁଦ୍ ରହିଥିଲା। ଆଉ ଏବେ ଯେତେବେଳେ ବନ୍ୟା ଆସିଲା ସେଇଟା ଉପରକୁ ଆସି ନଦୀରେ ବହିବାକୁ ଲାଗିଲା।
ଖନନ କମ୍ପାନୀର କହିବା କଥା ଯେ ପାଣିରେ ଅଧିକ ରୁ ଅଧିକ ଲୁହା ଥିବା କରଣରୁ ପାଣିର ରଙ୍ଗ ବଦଳିଯାଇ କମଳା ରଙ୍ଗ ହୋଇଗଲା। କିନ୍ତୁ ଏହା ବିଷାକ୍ତ ନୁହେଁ। ସ୍ଲୋଭାକିଆର ଅର୍ଥ ମନ୍ତ୍ରୀ ମଧ୍ୟ ଏହା ସୁନିଶ୍ଚିତ କରାଇଛନ୍ତି ଯେ ଖାଦାନର ପାଣି ନଦୀର ପାଖାପାଖି ଅଞ୍ଚଳକୁ ଛଡାଯିବନାହିଁ। କମ୍ପାନୀ ନଦୀର ଏହି ଅବସ୍ଥାକୁ ସୁଧାରିବା ପାଇଁ ଅର୍ଥ ମନ୍ତ୍ରାଳୟଙ୍କ ଠାରୁ ୬୪ ଲକ୍ଷ ଟଙ୍କା ସାହାଯ୍ୟ ମାଗିଛନ୍ତି। ସ୍ଲୋଭାକିଆର ପର୍ଯ୍ୟାବରଣ ମନ୍ତ୍ରାଳୟ କହିଛନ୍ତି ଏହି ନଦୀରେ ବହୁତ ଖତରନାକ ପଦାର୍ଥ ରହିଛି ଯାହା ସ୍ଥାନୀୟ ଲୋକ ଏବଂ ନଦୀରେ ଥିବା ଜୀବଜନ୍ତୁଙ୍କ ପାଇଁ ବହୁତ କ୍ଷତିକାରକ।