ୟାସିନ୍ ମଲିକକୁ ଆଜୀବନ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର କୋର୍ଟ, ଜମ୍ମୁ-କାଶ୍ମୀରରେ ହାଇଆଲର୍ଟ
ନୂଆଦିଲ୍ଲୀ: ଆତଙ୍କବାଦୀ ମାମଲାରେ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲିକକୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ତାଙ୍କୁ ଏହି ଦଣ୍ଡାଦେଶ କରିଛନ୍ତି। ତାଙ୍କୁ ଆତଙ୍କବାଦୀ କାର୍ଯ୍ୟ କଳାପ ଓ ପାଣ୍ଠି ଯୋଗାଣ ମାମଲାରେ ଦଣ୍ଡ ମିଳିଛି। ଏଥିସହ ତାଙ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ହୋଇଛି। ଅନ୍ୟପଟେ ୟାସିନ୍ଙ୍କୁ ଦଣ୍ଡା ଦେଶ ପରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ନ ସୃଷ୍ଟି ହୁଏ, ସେଥିପାଇଁ କଶ୍ମୀର ଘାଟୀରେ ସୁରକ୍ଷା ଏଜେନ୍ସି କଡ଼ା ନଜର ରଖିଛନ୍ତି।
Kashmiri Separatist leader Yasin Malik sentenced to life imprisonment in terror funding casehttps://t.co/xsTdG2hAqT
— OpIndia.com (@OpIndia_com) May 25, 2022
ସ୍ପେଶାଲ ଜଜ୍ ପ୍ରବୀଣ ସିଂହ ୟାସିନଙ୍କୁ ମେ ୧୯ରେ ବେଆଇନ୍ ଗତିବିଧି ରୋକ ଅଧିନିୟମ (ୟୁଏପିଏ)ରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ୟାସିନ୍ ମଲିକଙ୍କ କେସର ଶୁଣାଣି ବେଳେ ପଟିୟାଲା ହାଉସ୍ କୋର୍ଟ ବାହା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।
Also Read: ପ୍ରେମିକ ସହ ବିଲରେ ଅସଞ୍ଜତ ଅବସ୍ଥାରେ ଧରା ପଡ଼ିଲେ ଯୁବତୀ, ଯୁବକଙ୍କୁ ପିଟି ପିଟି ମାରିଦେଲେ ଘର ଲୋକ