ଖସିଗଲା ପ୍ରେମ ନିଶା, ପ୍ରପୋଜ୍‌ କରିବା ପରେ ପ୍ରେମିକା ହଁ କହିବା ବେଳକୁ ହିଁ ଖସିପଡ଼ିଲେ ୬୫୦ ଫୁଟ୍‌ ତଳକୁ

ପ୍ରେମ କରୁଥିବା ଲୋକଙ୍କ ପାଇଁ ପ୍ରପୋଜ୍‌ କେତେ ଗୁରୁତ୍ୱପୂର୍ଣ୍ଣ, ତାହା କେବଳ ଯିଏ ପ୍ରେମ କରେ ସେ ହିଁ ଜାଣିଥାଏ। ଭଲ ପାଉଥିବା ଲୋକର ହଁ ପ୍ରେମିକ ପାଇଁ ସବୁଠୁ ଅଧିକ ଜରୁରୀ ହୋଇଥାଏ। କିନ୍ତୁ, ଏକ ରୋମାଣ୍ଟିକ୍‌ ପ୍ରପୋଜାଲ ଜଣେ ମହିଳାଙ୍କ ମୃତ୍ୟୁର କାରଣ ବନିଯାଇଛି। ରୋମାଣ୍ଟିକ୍‌ ପ୍ରପୋଜାଲ ପରେ ମହିଳା ହଁ କହିଲା ବେଳକୁ ଅଚାନକ ତାଙ୍କ ପାଦ ଖସିଗଲା ଓ ସିଧା ଯାଇ ପଡ଼ିଲେ ୬୫୦ ଫୁଟ୍‌ ତଳେ। କ୍ଷଣିକ ମଧ୍ୟରେ ରୋମାଣ୍ଟିକ୍‌ ମାହୋଲ ପରିଣତ ହୋଇଗଲା ଦୁଃଖରେ। ଏଭଳି ଘଟଣା ଘଟିଛି ଅଷ୍ଟ୍ରିଆରେ।

ଏଠାରେ ଜଣେ ୨୭ ବର୍ଷୀୟ ଯୁବକ ଡିସେମ୍ବର ୨୭ ତାରିଖରେ ୩୨ ବର୍ଷୀୟା ଗାର୍ଲଫ୍ରେଣ୍ଡଙ୍କୁ ଫାଲ୍‌କେର୍ଟ ମାଉଣ୍ଟେନ୍‌ରେ ପ୍ରପୋଜ୍‌ କରୁଥିଲେ। ମାତ୍ର ପ୍ରେମିକା ହଁ କହିବା ବେଳକୁ ହିଁ ତାଙ୍କ ପାଦ ଖସିଯାଇଥିଲା ଓ ସେ ତଳେ ପଡ଼ିଯାଇଥିଲେ। ମାତ୍ର ସୌଭଗ୍ୟବଶତଃ ଏତେ ଉଚ୍ଚରୁ ଖସି ମଧ୍ୟ ମହିଳାଙ୍କ ଜୀବନ ବଞ୍ଚିଯାଇଛି।

ମହିଳା ଜଣଙ୍କ ତଳକୁ ଖସୁଥିବାର ଦେଖି ପ୍ରେମିକ ମଧ୍ୟ ଫିଲ୍ମ ଷ୍ଟାଇଲରେ ତାଙ୍କ ପଛରେ ଡେଇଁ ପଡ଼ିଥିଲେ। କିନ୍ତୁ ସେ ୫୦ ଫୁଟ୍‌ ତଳକୁ ଖସି ଏକ ପଥରରେ ଫସିଯାଇଥିଲେ। ଫଳରେ ତାଙ୍କର କିଛି ହୋଇନାହିଁ। ଅନ୍ୟପଟେ ମହିଳା ଜଣକ ୬୫୦ ଫୁଟ୍‌ ତଳେ ବରଫର ଚାଦର ଉପରେ ପଡ଼ିଥିଲେ। ସ୍ଥାନୀୟ ପ୍ରଶାସନର କିଛି କର୍ମଚାରୀ ମହିଳାଙ୍କୁ ତୁରନ୍ତ ଉଦ୍ଧାର କରିବାରୁ ସେ ମଧ୍ୟ ସୁରକ୍ଷିତ ଥିବା ଜଣାଯାଇଛି। ତେବେ ବର୍ତ୍ତମାନ ଉଭୟ ପ୍ରେମୀଯୁଗଳ ସୁରକ୍ଷିତ ଅଛନ୍ତି, ଯାହା ସେମାନଙ୍କ ପାଇଁ ବି ଅବିଶ୍ୱସନୀୟ ବୋଲି ସେମାନେ କହିଛନ୍ତି।

Leave A Reply

Your email address will not be published.