Below header

କେନ୍ଦ୍ରାପଡା ଓ ଭଦ୍ରକ ମଧ୍ୟରେ ଦୂରତ୍ୱ କମିବ, ତାଳଚୁଆରୁ କାରନାଳି ଯାଏ ନିର୍ମାଣ ହେବ ରୋ-ପାକ୍ସ ଜେଟି ଓ ଫ୍ଲୋଟିଂ ବ୍ରିଚ୍

ଦୀର୍ଘଦିନର ସମସ୍ୟା ଦୂର ହେବ। ଘୁଞ୍ଚବ ଦୁଃଖ । ସମୟ ନଷ୍ଟ ହେବ ନାହିଁ । କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲା ମଧ୍ୟରେ ଜଳପଥରେ ଦୂରତା ହ୍ରାସ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ତାଳଚୁଆରୁ ଭଦ୍ରକ ଜିଲ୍ଲାର କାରନାଳି ପର୍ଯ୍ୟନ୍ତ ନିର୍ମାଣ ହେବ ରୋ-ପାକ୍ସ ଜେଟି ଓ ଫ୍ଲୋଟିଂ ବ୍ରିଜ ।

ରାଜନଗର (କେନ୍ୟୁଜ):  ଦୀର୍ଘଦିନର ସମସ୍ୟା ଦୂର ହେବ। ଘୁଞ୍ଚବ ଦୁଃଖ । ସମୟ ନଷ୍ଟ ହେବ ନାହିଁ । କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲା ମଧ୍ୟରେ ଜଳପଥରେ ଦୂରତା ହ୍ରାସ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ତାଳଚୁଆରୁ ଭଦ୍ରକ ଜିଲ୍ଲାର କାରନାଳି ପର୍ଯ୍ୟନ୍ତ ନିର୍ମାଣ ହେବ ରୋ-ପାକ୍ସ ଜେଟି ଓ ଫ୍ଲୋଟିଂ ବ୍ରିଜ । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ୧୧୬ କୋଟି ୮ ଲକ୍ଷ ୬୪ ହଜାର ୩୨୪ ଟଙ୍କା ବ୍ୟୟରେ ଏହା ନିର୍ମାଣ ହେବ । ତେବେ ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ନିର୍ମାଣ ହେବ ଫ୍ଲୋଟିଂ ଜେଟି ଓ ବ୍ରିଜ ।

ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ନିର୍ମାଣ ହେବ ଫ୍ଲୋଟିଂ ଜେଟି ଓ ବ୍ରିଜ । ଏହି ଫ୍ଲୋଟିଂ ବ୍ରିଜ ଦେଇ ଯାତ୍ରୀଙ୍କ ସହିତ ବସ୍ , କାର ତାଳଚୁଆରୁ କାରନାଳି ଯାଇପାରିବ । କେନ୍ଦ୍ରାପଡା ଓ ଭଦ୍ରକ ମଧ୍ୟରେ ଦୂରତ୍ୱ କମିବ । ରାଜନଗର ବ୍ଲକର ବଂଗୀୟ ଅଧ୍ୟୁଷିତ ଅଂଚଳର ୫୦ ହଜାର ଲୋକ ଆଉ ବିପଦପୂର୍ଣ୍ଣ ଜଳଯାତ୍ରା କରିବେନି । ତେବେ ରାଜନଗର ବିଧାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଫର୍ଚୁନ ଗ୍ରୁପ ଏହି ଫ୍ଲୋଟିଂ ଜେଟି ଓ ଫ୍ଲୋଟିଂ ବ୍ରିଜ ନିର୍ମାଣ କରିବ । ୧୮ ମାସ ମଧ୍ୟରେ ନିର୍ମାଣ ଶେଷ ହେବ ।

BOAT

ଦୀର୍ଘ ବର୍ଷର ଦାବି ସରକାର ପୂରଣ କରିଛନ୍ତି। ଏହି ବ୍ରିଜ ନିର୍ମାଣ ହେବା ପରେ ଲୋକଙ୍କ ବ୍ୟବସାୟରେ ଉନ୍ନତି ଘଟିବ । ବ୍ୟବସାୟୀମାନେ କମ୍ ଖର୍ଚ୍ଚରେ ଦୁଇ ଜିଲ୍ଲା ମଧ୍ୟରେ ଆମଦାନୀ ରପ୍ତାନୀ କରିପାରିବେ । ଏବେ କାରନାଳି ଦେଇ ଧାମରା ଯାଏଁ ପ୍ରତିଦିନ ବୋଟ ଓ ଲଂଚ ଚାଲିଛି । ରାଜନଗର ବ୍ଲକର ତାଳଚୁଆ, ବାଘମାରି, କେରୁଆଁପାଳ, ରଂଗଣୀ, କୃଷ୍ଣନଗର, ଡାଙ୍ଗମାଳ, ଖମାରସାହି ପ୍ରଭୃତି ୭ଟି ପଂଚାୟତର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକେ ଭଦ୍ରକ ଓ ବାଲେଶ୍ୱର ଉପରେ ନିର୍ଭରଶୀଳ ।

ଏହି ଲୋକମାନଙ୍କ ପାଇଁ ସଡ଼କ ପଥ ବହୁ ଦୂର । ଏହି ଲୋକ ମାନେ ସବୁ ଦିନ ଜୀବନକୁ ପାଣି ଛଡାଇ ବୋଟ କିମ୍ବା ଲଞ୍ଚରେ ଯାତାୟାତ କରିଥାନ୍ତି । ପ୍ରତିଦିନ ୫ ହଜାର ଲୋକ ଜଳପଥରେ ପ୍ରାୟ ୧୦ କିଲୋମିଟର ଭଦ୍ରକ ଓ ବାଲେଶ୍ୱରକୁ ଯା’ଆସ କରିଥାନ୍ତି । ଦୀର୍ଘ ଦିନର ସ୍ଵପ୍ନ ପୂରଣ ହେବାକୁ ଯାଉଥିବାରୁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ରାପଡ଼ା ଓ ଭଦ୍ରକ ମଧ୍ୟରେ ରୋ ପ୍ୟାକ୍ସ ଜେଟି ଏକ ମାଇଲ ଷ୍ଟୋନ ହେବାକୁ ଯାଉଛି । ବାଣିଜିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଯୋଡିହେବ ଭଦ୍ରକ, ବାଲେଶ୍ଵର ଜିଲ୍ଲା ସହିତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.