କ’ଣ ସତରେ ଋଷରେ ହୋଇଥିଲା ବିପଦପୂର୍ଣ୍ଣ ‘ସ୍ଲିପ ଏକ୍ସପେରିମେଣ୍ଟ’ ? ଯେଉଁଥିରେ କଏଦୀ ଖାଇବାକୁ ଲାଗିଥିଲେ ନିଜର ମାଂସ

ଦୁନିଆରେ ପ୍ରତିଦିନ ଅନେକ ଏକ୍ସପେରିମେଣ୍ଟ ବା ପ୍ରୟୋଗ ହେଉଛି। ଏହା ଭିତରୁ କିଛି ପ୍ରୟୋଗ ବିଷୟରେ ଲୋକଙ୍କୁ ଜଣାଥିବା ତ ଆଉ କିଛି ଗୁପ୍ତ ଭାବରେ ରଖାଯାଇଥାଏ। କୁହାଯାଏ ଯେ, ଏଭଳି ଏକ ଏକ୍ସପେରିମେଣ୍ଟ ୧୯୪୦ ଦଶକରେ ହୋଇଥିଲା, ଯାହା ବିଷୟ ଜାଣିକି ଲୋକମାନଙ୍କ ଆତ୍ମା ବି ଡରିଯିବ। ଏହି ଏକ୍ସପେରିମେଣ୍ଟକୁ ‘ରଷିୟାନ୍ ସ୍ଲିପ୍ ଏକ୍ସପେରିମେଣ୍ଟ’ ନାମରେ ଜଣାଯାଇଥାଏ। ଏହି ଏକ୍ସପେରିମେଣ୍ଟ ପାଇଁ ଜେଲରେ ବନ୍ଦ ୫ ଜଣ କଏଦୀଙ୍କ ସହିତ ଏକ ଡିଲ୍ କରାଯାଇଥିଲା ଓ ତାଙ୍କୁ କୁହାଯାଇଥିଲା ଯଦି ସେମାନେ ଏଥିରେ ଭାଗ ନେବାକୁ ଚାହାନ୍ତି ତେବେ ଏକ୍ସପେରିମେଣ୍ଟ ଶେଷ ହେବାର ସଙ୍ଗେ ସଙ୍ଗେ ତାଙ୍କୁ ଛାଡି ଦିଆଯିବ।

ଏଥିପାଇଁ ୩୦ ଦିନ ପର୍ଯ୍ୟନ୍ତ ସେମାନେ ନଶୋଇକି ରହିବେ ବୋଲି ସେମାନଙ୍କୁ କୁହାଯାଇଥିଲା। ଏଥିପାଇଁ କଏଦୀମାନେ ରାଜି ହୋଇଗଲେ। ଏହାପରେ ତାଙ୍କୁ ଏକ ଏୟାର ଟାଇଟ୍ ଚାମ୍ବରରେ ବନ୍ଦ କରି ରଖାଯାଇଥିଲା ଓ ସେଥିରେ ଏକ ଗ୍ୟାସ ପକାଯାଇଥିଲା, ଯାହାଫଳରେ ତାଙ୍କୁ ଯେପରି ନିଦ ନଆସିବ ଓ ବୈଜ୍ଞାନିକମାନେ ଏହା ଦେଖିପାରିବେ ତାଙ୍କ ଉପରେ କିଭଳି ପ୍ରଭାବ ପଡୁଛି।

expriment11

ଆରମ୍ଭରୁ ସବୁଠିକ୍ ଥିଲା। ସବୁ କଏଦୀ ପରସ୍ପର ସହିତ କଥା ହେଉଥିଲେ। ତାଙ୍କ କଥାକୁ ବୈଜ୍ଞାନିକମାନେ ମଧ୍ୟ ରେକର୍ଡ କରୁଥିଲେ ଓ କାଚ ଜରିଆରେ ତାଙ୍କ ଉପରେ ନଜର ମଧ୍ୟ ରଖିଥିଲେ। ପ୍ରାୟ ୧ ସପ୍ତାହ ପର୍ଯ୍ୟନ୍ତ ସବୁ କଏଦୀଙ୍କ ସ୍ଥିତି ଠିକ୍ ଥିଲା, କିନ୍ତୁ ପରେ ଖରାପ ହୋଇଯାଇଥିଲା। କଏଦୀମାନେ ପରସ୍ପର ସହିତ କଥା ହେବା ବନ୍ଦ କରିଦେଇଥିଲେ। ୧୦ ଦିନ ବିତିଯାଇଥିଲା। ଏହାପରେ ୧୧ ଦିନରେ କଏଦୀମାନେ ଅଚାନକ ବହୁତ ଜୋରରେ ଚିଲାଇଥିଲେ। ଏତେ ଯୋରରେ ସେମାନେ ଚିଲାଇଥିଲେ ଯେ, ତାଙ୍କର ଭୋକାଲ କର୍ଡ ଫାଟିଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ ଥିଲା ଏତେ ଚିଲାଇବା ଶୁଣିବା ପରେ ମଧ୍ୟ ଅନ୍ୟ କଏଦୀଙ୍କୁ କୌଣସି ପ୍ରଭାବ ପଡୁନଥିଲା।

russia 1

କଏଦୀଙ୍କ ସ୍ଥିତି ଦେଖି ବୈଜ୍ଞାନିକମାନେ ଏହି ଏକ୍ସପେରିମେଣ୍ଟକୁ ରୋକିବାର ନିଷ୍ପତ୍ତି ନେଇଥିଲେ। ସେମାନେ ୧୫ ଦିନ ପରେ କଏଦୀଙ୍କ ଚାମ୍ବରରେ ଗ୍ୟାସ ଛାଡିନଥିଲେ, ଯାହାଫଳରେ ଯେପରି ସେମାନେ ଶୋଇପାରିବେ। କିନ୍ତୁ ଏହାର ଓଲଟା ପ୍ରଭାବ ପଡିଲା। ସବୁ କଏଦୀ ଏକାଠି ଚିତ୍କାର କରିଥିଲେ ଓ କହିଥିଲେ ଆମକୁ ବାହାରକୁ ବାହାର କରନି, ଆମେ ବାହାରକୁ ଯିବନୁ। ଏହା ଭିତରେ ଚାମ୍ବର ଭିତରେ ଜଣେ କଏଦୀର ମୃତ୍ୟୁ ମଧ୍ୟ ହୋଇଯାଇଥିଲା। ଯେତେବେଳେ ବୈଜ୍ଞାନିକମାନେ ଏହା ଦେଖିଥିଲେ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ଯାହା ଦେଖିଲେ, ସେମାନଙ୍କର ହୋସ୍‌ ଉଡିଯାଇଥିଲା। ସେମାନେ ଦେଖିଲେ କଏଦୀଙ୍କ ବହୁ ଅଙ୍ଗରୁ ମାଂସ ଗାଏବ୍ ହୋଇଯାଇଛି କେବଳ ତାଙ୍କର ହାଡ ଦେଖାଯାଉଥିଲା। ଦେଖିକି ଲାଗୁଥିଲା ସେମାନେ ନିଜ ଦେହର ମାଂସ ଖାଉଥିଲେ।

sleep11

କଏଦୀଙ୍କ ଏଭଳି ସ୍ଥିତି ଦେଖି ବୈଜ୍ଞାନିକମାନେ ଭାବିଥିଲେ ତାଙ୍କୁ ମାରିଦେବା ଦରକାର। ଏଥିପାଇଁ ସେମାନେ ଟିମର କମାଣ୍ଡରଙ୍କ ସହ କଥା ହୋଇଥିଲେ, କିନ୍ତୁ କମାଣ୍ଡର ତାଙ୍କୁ ଏଭଳି କରିବାକୁ ମନା କରିଦେଇଥିଲେ ଓ କହିଥିଲେ ଆମକୁ ଏକ୍ସପେରିମେଣ୍ଟ ଜାରି ରଖିବା ଦରକାର।

ତେବେ ପରେ ଜଣେ ବୈଜ୍ଞାନିକମାନେ ସେହି କଏଦୀଙ୍କୁ ମାରିଦେଇଥିଲେ ଓ ଏକ୍ସପେରିମେଣ୍ଟ ସମ୍ପର୍କିତ ସବୁ ପ୍ରମାଣ ନଷ୍ଟ କରିଦେଇଥିଲେ। ଏବେ ଏହା ସତ ନା ମନଗଢା ଏବିଷୟରେ ସ୍ପଷ୍ଟ ହୋଇପାରିନି। କିନ୍ତୁ ୨୦୧୦ରେ Creepipasta.Wikia.com ନାମକ ଓ୍ବେବସାଇଟରେ ପୋଷ୍ଟ କରାଯାଇଥିଲା, ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। କିଛି ଲୋକ ଏହି କାହାଣୀକୁ ସତ ବୋଲି କହୁଥିଲେ। ଏହା ପୂର୍ବରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ଏବଂ ଚୀନଭଳି ଦେଶରେ ମଣିଷ ଉପରେ ଅନେକ ବିପଦପୂର୍ଣ୍ଣ ପ୍ରୟୋଗ ହୋଇସାରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.