ବଦଳିଲା ଆପାର୍ଟମେଣ୍ଟ ନିର୍ମାଣ ନିୟମ, ୮ ରୁ ଅଧିକ ଗୃହଥିବା ଅଟ୍ଟାଳିକାକୁ ମିଳିବ ଆପାର୍ଟମେଣ୍ଟ ମାନ୍ୟତା

କେନ୍ଯୁଜ୍: ବଦଳିଲା ଆପାର୍ଟମେଣ୍ଟ ନିର୍ମାଣ ନିୟମ । ଆସିିଲା ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ, ଯୋଜନା ଏବଂ ନିର୍ମାଣ ମାନକ ନିୟମ – ୨୦୨୦ । ସୂଚନା ମୁତାବକ କୋଠାବାଡ଼ି ନିର୍ମାଣ ପାଇଁ ନିୟମ କୋହଳ ହୋଇଛି । ୮ ରୁ ଅଧିକ ଗୃହଥିବା ଅଟ୍ଟାଳିକାକୁ ମିଳିବ ଆପାର୍ଟମେଣ୍ଟ ମାନ୍ୟତା । ପ୍ଲଟ୍‌ ସାଇଜର ପ୍ରତିବନ୍ଧକ ରହିବ ନାହିଁ । କମ୍‌ ବିପଦପୂର୍ଣ୍ଣ ବିଲ୍ଡିଂ ଉପରୁ FAR ପ୍ରତିବନ୍ଧକ ହଟିଛି । ଏଥିସହ ପୁରୁଣା ଘର ନବୀକରଣ ପାଇଁ ଅନୁମତି ଦରକାର ନାହିଁ । ଏଣିକି ଅଣ୍ଡର ଟେକିଂ ଦେଇ ନୂଆ ଘର କରିହେବ । ଅନ୍ଯପଟେ OCCUPANCY ପ୍ରମାଣପତ୍ର ପାଇବା ସହଜ ହେବ । ରାସ୍ତା, ପାର୍କିଂ ଓ ସେଟ୍‌ବ୍ୟାକ୍‌ ନିୟମ କୋହଳ ରହିବ । ଓପେନ୍‌ ସ୍ପେସ୍‌ ନିୟମରେ ମଧ୍ୟ ରିହାତି କରାଯାଇଛି । ସେହିଭଳି ରାଜ୍ୟରେ FAR ସୀମା ୭ ପର୍ଯ୍ୟନ୍ତ ବୃଦ୍ଧି । କିଣିବା ଯୋଗ୍ୟ FAR ପାଇଁ ଦେୟ ୫୦ ପ୍ରତିଶତ କମିଛି । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.