ସୁପ୍ରିମ କୋର୍ଟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ, ଅଗଷ୍ଟ ୨୦ରେ ହେବ ଦଣ୍ଡର ଶୁଣାଣି

ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ଥ ହୋଇଛନ୍ତି । ନ୍ୟାୟମୂର୍ତ୍ତି ଅରୁଣ ମିଶ୍ର, ବିଆର ଗବାଇ, କୃଷ୍ଣ ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଭୂଷଣଙ୍କ ମାମଲାର ଶୁଣାଣି କରୁଥିଲେ । କିନ୍ତୁ ତାଙ୍କ ଦଣ୍ଡର ଶୁଣାଣି ଅଗଷ୍ଟ ୨୦ ତାରିଖରେ ହେବ ବୋଲି ଜଣାଯାଇଛି । କହିରଖିବା ଉଚିତ ହେବକି, ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ସର୍ବୋଚ୍ଚ ନ୍ୟାୟାଳୟ ଓ ବର୍ତ୍ତମାନର ମୁଖ୍ୟ ନ୍ୟାୟାଧୀଶ ଏସ. ଏ ବୋବଡ଼େଙ୍କୁ ଆକ୍ଷେପ କରି ଦୁଇଟି ଟ୍ୱିଟ କରିଥିଲେ । ଯେଉଁ ମାମଲାର ଶୁଣାଣି ଜାରି ରହିଛି । ଗତ ଜୁନ ୨୭ ତାରିଖରେ ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ନିଜ ଟ୍ୱିଟର ହ୍ୟାଣ୍ଡଲରୁ ସୁପ୍ରିମ କୋର୍ଟ ବିରୋଧରେ ଏକ ଟ୍ୱିଟ କରିଥିବା ବେଳେ ଅନ୍ୟ ଏକ ଟ୍ୱିଟ ମୁଖ୍ୟ ନ୍ୟାୟାଧୀଶ ଏସ ଏ ବୋବଡେଙ୍କୁ ଆକ୍ଷେପ କରି କରିଥିଲେ ।

ଏହି ଘଟଣାକୁ ନେଇ ଭୂଷଣଙ୍କ ବିରୋଧରେ ଅଦାଲତ ଅବମାନନା କରିଥିବା ଅଭିଯୋଗରେ ଜୁଲାଇ ୨୨ ତାରିଖରେ ସୁପ୍ରିମ କୋର୍ଟ ତରଫରୁ ଏକ ନୋଟିସ ଜାରି କରାଯାଇଥିଲା । କିନ୍ତୁ ଏହାର ଉତ୍ତରରେ ଶ୍ରୀ ଭୂଷଣ କହିଥିଲେକି, ସେ ନ୍ୟାୟାଧୀଶ ମାନଙ୍କ ବ୍ୟକ୍ତିଗତ ଆଚରଣକୁ ଲକ୍ଷ କରି ହିଁ ଏହି ଟ୍ୱିଟ କରିଥିଲେ । ନ୍ୟାୟାଳୟ କାର୍ଯ୍ୟରେ ବାଧା ଉପୁଜାଇବା ତାଙ୍କର ଉଦ୍ଧେସ୍ୟ ନଥିଲା । ନିଜ ପ୍ରଥମ ଟ୍ୱିଟରେ ଶ୍ରୀ ଭୂଷଣ ଲେଖିଥିଲେକି, ଯଦି ଗତ ୬
ବର୍ଷର ଘଟଣା ବଳିକୁ ତର୍ଜମା କରି ଦେଖାଯାଏ ତେବେ ଜାଣି ହେବକି କୌଣସି ପ୍ରକାର ଜରୁରୀ କାଳୀନ ସ୍ଥିତି ଲାଗୁ ହୋଇନଥିଲେ ବି ଭାରତରେ ଲୋକତନ୍ତ୍ରର ବିନାଶ ହୋଇସାରିଛି ।

ଏହି ଟ୍ୱିଟରେ ସେ ମୁଖ୍ୟ ନ୍ୟାୟାଧୀଶଙ୍କ ସମେତ ଉଚ୍ଚତମ ନ୍ୟାୟାଳୟକୁ ଟାର୍ଗେଟ କରିଥିବା ସ୍ପଷ୍ଟ ହୋଇଥିଲା । ସୁପ୍ରିମ କୋର୍ଟ ତରଫରୁ ଜୁଲାଇ ୨୨
ରେ ଯେଉଁ ଆଦେଶ ଜାରି ହୋଇଥିଲା ତାହାକୁ ଫେରେଇ ନେବା ପାଇଁ ଭୂଷଣଙ୍କ ତରଫରୁ କରାଯାଇଥିବା ଆବେଦନକୁ ଖାରଜ କରାଯିବା ସହ ତୁରନ୍ତ ଶୁଣାଣି ଆରମ୍ଭ କରିବା ନେଇ ନୋଟିସ ଜାରି କରାଯାଇଥିଲା । କହିରଖିବା ଉଚିତ ହେବକି, ଏହି ମାମଲାରେ ଭୂଷଣଙ୍କ ପକ୍ଷରୁ ଦୁଷ୍ୟନ୍ତ ସିଂହ ଦବେ କେଶ ଲଢୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.