Below header

ସବାଇ ଦୌଡିରୁ ପ୍ରସ୍ତୁତ ହେଉଛି ସୁନ୍ଦର ସୁନ୍ଦର ରାକ୍ଷୀ, ବିଭିନ୍ନ ସ୍ଥାନରୁ ଆସୁଛି ଅନେକ ଅର୍ଡର

ସବାଇ ଦୌଡିରୁ ପ୍ରସ୍ତୁତ ହୋଇପାରିଛି ଆକର୍ଷଣୀୟ ରାକ୍ଷୀ । ଯାହାର ଚାହିଦା କେବଳ ରାଜ୍ୟ ନୁହେଁ ଦେଶ ବିଦେଶରେ ମଧ୍ୟ ବହୁଳ ଭାବେ ବୃଦ୍ଧି ପାଉଛି । ପ୍ରଶାସନ ପକ୍ଷରୁ ବାରିପଦା ଓ ଭୁବନେଶ୍ଵର ଠାରେ ସ୍ଵତନ୍ତ୍ର ଷ୍ଟଲ କରି ବିକ୍ରୀ କରାଯାଉଛି ସବାଇ ଶିଳ୍ପୀଙ୍କ ଦ୍ଵାରା ପ୍ରସ୍ତୁତ ଏହି ରାକ୍ଷୀ । ନିଜେ ପ୍ରସ୍ତୁତ କରିଥିବା ରାକ୍ଷୀ ପ୍ରତି ଗ୍ରାହକଙ୍କ ଏଭଳି ଆଗ୍ରହ ଦେଖି ବେସ୍ ଖୁସି ସବାଇ ଶିଳ୍ପୀ ।

ମୟୁରଭଞ୍ଜ(କେନ୍ୟୁଜ୍): ରାଜ୍ୟର ଅନ୍ୟତମ ଆଦିବାସୀ ବହୁଳ ଜିଲ୍ଲା ମୟୁରଭଞ୍ଜ । ଏହି ଜିଲ୍ଲାର ଅଧାରୁ ଅଧିକ ଆଦିବାସୀ ନିର୍ଭର କରନ୍ତି ଚାଷ ଉପରେ । ସେଥି ମଧ୍ୟରେ ମୁଖ୍ୟତଃ ସବାଇ ଚାଷ ହିଁ ପାଲଟିଛି ଏହି ଚାଷୀଙ୍କ ରୋଜଗାର ପନ୍ଥା । ସବାଇ ଘାସରୁ ଦୌଡି ତିଆରି କରି ଗୁଜୁରାଣ ମେଣ୍ଟାନ୍ତି ଏମାନେ । ମାତ୍ର ଏହି ସବାଇ ରୁ ଯେ ବିଭିନ୍ନ ଆକର୍ଷଣୀୟ ସରଞ୍ଜାମ ତିଆରି କରି ବଜାରରେ ବିକ୍ରି କରି ଅଧିକ ଲାଭବାନ ହୋଇପାରିବେ ତାହା ପ୍ରମାଣ କରିବା ସହ ଚାଷୀଙ୍କୁ ତାଲିମ ଦେବା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ଏପରିକି ଭୁବନେଶ୍ଵରର ନିଫ୍ଟ ଓ ଅହମ୍ମଦାବାଦର ଏନ୍ଆଇଟି ପକ୍ଷରୁ ତାଲିମ ପ୍ରଦାନ କରି ଆଧୁନିକ ଶୈଳୀର ଡିଜାଇନରେ ପ୍ରସ୍ତୁତ କରାଯାଇଛି ସବାଇ ଘାସର ବିଭିନ୍ନ ସରଞ୍ଜାମ । ଏବେ ରାକ୍ଷୀ ପାଇଁ ତାଲିମ ପ୍ରଦାନ କରାଯାଇ ରାକ୍ଷୀ ତିଆରି କରିବାକୁ ପ୍ରସ୍ତୁତ କରାଯାଇଛି ଚାଷୀଙ୍କୁ।  ସବାଇ ଦୌଡିରୁ ପ୍ରସ୍ତୁତ ହୋଇପାରିଛି ଏଭଳି ଆକର୍ଷଣୀୟ ରାକ୍ଷୀ । ଯାହାର ଚାହିଦା କେବଳ ରାଜ୍ୟ ନୁହେଁ ଦେଶ ବିଦେଶରେ ମଧ୍ୟ ବହୁଳ ଭାବେ ବୃଦ୍ଧି ପାଉଛି । ପ୍ରଶାସନ ପକ୍ଷରୁ ବାରିପଦା ଓ ଭୁବନେଶ୍ଵର ଠାରେ ସ୍ଵତନ୍ତ୍ର ଷ୍ଟଲ କରି ବିକ୍ରୀ କରାଯାଉଛି ସବାଇ ଶିଳ୍ପୀଙ୍କ ଦ୍ଵାରା ପ୍ରସ୍ତୁତ ଏହି ରାକ୍ଷୀ । ନିଜେ ପ୍ରସ୍ତୁତ କରିଥିବା ରାକ୍ଷୀ ପ୍ରତି ଗ୍ରାହକଙ୍କ ଏଭଳି ଆଗ୍ରହ ଦେଖି ବେଶ୍ ଖୁସି ସବାଇ ଶିଳ୍ପୀ ।

କେବଳ ଆମ ରାଜ୍ୟ ନୁହେଁ ରାଜଧାନୀ ଦିଲ୍ଲୀରେ ମଧ୍ୟ ବହୁଳ ଭାବେ ଦେଖାଦେଇଛି ଏହି ସବାଇ ଶିଳ୍ପୀଙ୍କ ରାକ୍ଷୀ । କେବଳ ଦିଲ୍ଲୀରୁ ୩୦୦୦ ରାକ୍ଷୀର ଅର୍ଡର ପାଇ ଶିଳ୍ପୀ ମାନେ ରାକ୍ଷୀ ପ୍ରସ୍ତୁତରେ ବ୍ୟସ୍ତ । କେବଳ ଏତିକି ନୁହଁ ରାଜ୍ୟର ୧୦ଜିଲ୍ଲାକୁ ମଧ୍ୟ ପଠାଯାଇଛି ଏହି ସବାଇ ଘାସରୁ ପ୍ରସ୍ତୁତ ରକ୍ଷୀ । ପ୍ରଶାସନ ପକ୍ଷରୁ ବାରିପଦା ଓ ଭୁବନେଶ୍ଵର ଠାରେ ସ୍ଵତନ୍ତ୍ର ଷ୍ଟଲ କରି ବିକ୍ରୀ କରାଯାଉଛି ସବାଇ ଶିଳ୍ପୀଙ୍କ ଦ୍ଵାରା ପ୍ରସ୍ତୁତ ଏହି ରାକ୍ଷୀ ।

rakhi

ଏହି ସାବାଇ ଘାସର ଅତ୍ୟାଧୁନିକ ସାମଗ୍ରୀ ପ୍ରସ୍ତୁତ ପରେ ସ୍ଥାନୀୟ ବାସିନ୍ଦାଙ୍କ ରୋଜଗାର ବୃଦ୍ଧି ହେବା ସହ ଦେଶର ବିଭିନ୍ନ ସ୍ଥାନକୁ ଯାଇ ସବାଇ ପ୍ରଡକ୍ଟର ମୂଲ୍ୟ ପାଇବାକୁ ସକ୍ଷମ ହୋଇଛନ୍ତି ଚାଷୀ । ଏପରିକି ଚାଷୀରୁ ଏବେ ଶିଳ୍ପୀ ବନିଛନ୍ତି ସ୍ଥାନୀୟ ବାସିନ୍ଦା । ପୂର୍ବରୁ କେବଳ ଦୌଡି ତିଆରି କରି ଯେଉଁ ଚାଷୀ ମାସକୁ୧୫ଶହ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେଉଥିଲା ସେ ଏବେ ଏହି ଅତ୍ୟାଧୁନିକ ସାମଗ୍ରୀ ବିକ୍ରି କରି ମାସକୁ ୭ ହଜାରରୁ ୮ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାରକ୍ଷମ ହୋଇ ପାରିଛନ୍ତି । ପ୍ରଥମ ଥର ପାଇଁ ମୟୁରଭଞ୍ଜ ଜିଲ୍ଲାର ସବାଇ କ୍ରାଫ୍ଟକୁ ଏକ୍ସପୋର୍ଟ ଲାଇସେନ୍ସ ମିଳିଥିବା ବେଳେ ଏବେ ରାକ୍ଷୀ ରପ୍ତାନୀ କରିବାକୁ ପ୍ରସ୍ତୁତ ଏହି ମୟୁରଭଞ୍ଜ ଜିଲ୍ଲାର ସବାଇ ଶିଳ୍ପୀ ମାନେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.