ଗ୍ଲୋବାଲ ୱାର୍ମିଙ୍ଗକୁ ରୋକିବାର ଏକମାତ୍ର ଉପାୟ ହେଉଛି ଅମାଜ଼ାନ ଜଙ୍ଗଲର ସୁରକ୍ଷା, ବିଶ୍ୱସ୍ତରରେ ଚାଲିଛି ପ୍ରୟାସ

ଏକ ସର୍ବେକ୍ଷଣ ଅନୁଯାୟୀ ଯଦି ବିଶ୍ୱର ସମସ୍ତ ଜଙ୍ଗଲ ନଷ୍ଟ ହୋଇଯାଏ ତେବେ ମାତ୍ର ୩ ଘଣ୍ଟା ଭିତରେ  ପୁରା ଜୀବଜଗତ ଲୋପ ପାଇଯିବ। କିନ୍ତୁ ଏହି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଆମେ ଯେତେ ସଚେତନ ହେବା, ବର୍ତ୍ତମାନର ପିଢ଼ି ସମେତ ଆମ ଭବିଷ୍ୟତର ପିଢ଼ି ମଧ୍ୟ ସୁରକ୍ଷିତ ରହିପାରିବ। ଜଙ୍ଗଲ କ୍ଷୟ ହେବାର ପ୍ରମୁଖ କାରଣ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ନିଆଁ । ବହୁ କମ ସମୟ ମଧ୍ୟରେ ଏହା ସମଗ୍ର ଜଙ୍ଗଲକୁ ଧ୍ବଂସ କରି ପାଉଁଶରେ ପରିଣତ କରିଦିଏ । କିଛି ନିଆଁ ପ୍ରାକୃତିକ ହୋଇଥିବା ବେଳେ ଆଉ କିଛି ମନୁଷ୍ୟକୃତ ହୋଇଥାଏ। ନିଆଁ ଲାଗୁଥିବା କିଛି ପ୍ରମୁଖ ଜଙ୍ଗଲମାନଙ୍କ ମଧ୍ୟରୁ ପୃଥିବୀର ବୃହତମ ଜଙ୍ଗଲ ଆମାଜନରେ ଲାଗୁଥିବା ନିଆଁକୁ ଆଜି ଆମେ ଏଠାରେ ବିସ୍ତୃତରେ ବର୍ଣନା କରୁଛୁ ।

AMAZON-1

ପୃଥିବୀର ଫୁସଫୁସ କହିଲେ ‘ଆମାଜନ ଜଙ୍ଗଲ’କୁ ହିଁ ବୁଝାଇଥାଏ। ଏହା ଦକ୍ଷିଣ ଆମେରିକାରେ ଥିବା ଆମାଜନ ଅବବାହିକାର ୫୫,୦୦,୦୦୦ ବର୍ଗ କିଲୋମିଟର ସ୍ଥାନ ଅଧିକାର କରିଛି। ପୃଥିବୀ ପୃଷ୍ଠର ଜୀବ ଜଗତକୁ ଦରକାର ହେଉଥିବା ସମୁଦାୟ ଅମ୍ଳଜାନର  ପାଖାପାଖି ୨୦ ପ୍ରତିଶତ କେବଳ ଏହି ବିଶାଳ ଜଙ୍ଗଲରୁ ହିଁ ମିଳିଥାଏ। ଏହି ଜଙ୍ଗଲର ମୋଟାମୋଟି ଭାବରେ ୯ ଟି ଦେଶକୁ ବ୍ୟାପିଥିଲେ ମଧ୍ୟ ଏହାର ସର୍ବାଧିକ ଭାଗ ବ୍ରାଜିଲରେ ହିଁ ଅଛି ।

AMAZON-2

ଆକଳନ ଅନୁଯାୟୀ ଏହାର ପ୍ରାୟ ୬୦ପ୍ରତିଶତରୁ ଅଧିକ ଅଂଶ ବ୍ରାଜିଲରେ ଥିବାବେଳେ ଅବଶିଷ୍ଟ ୪୦ ଭାଗ ଅଂଚଳ ଅନ୍ୟାନ୍ୟ ୮ଟି ରାଷ୍ଟ୍ରକୁ ବ୍ୟାପିଛି। କିନ୍ତୁ କିଛି ବର୍ଷ ହେବ ଏହି ଜଙ୍ଗଲରେ ପ୍ରତି ବର୍ଷ ଲାଗୁଥିବା ନିଆଁ ବ୍ରାଜିଲ ସମେତ ସମଗ୍ର ବିଶ୍ୱ ପାଇଁ ଏକ ପ୍ରମୁଖ  ଚିନ୍ତାର କାରଣ ପାଲଟିଛି । ଏହାକୁ ନେଇ ଅନ୍ତର୍ଜାତୀୟ କ୍ଷେତ୍ରରେ ବହୁ  ଗୁରୁତ୍ୱପୂର୍ଣ   ଆଲୋଚନା ମଧ୍ୟ ଚାଲିଛି । ଏହି ନିଆଁକୁ ଯଦି ଅତି ଶୀଘ୍ର ଆୟତ କରା ନ ଯାଏ ତେବେ ଏହା ବିଶ୍ୱସ୍ତରରେ ସମଗ୍ର ପରିବେଶକୁ ଏକ ବିରାଟ କ୍ଷତି  ପହଞ୍ଚାଇବ, ଯାହା କି ପୃଥିବୀର ଅଧିକାଂଶ ଭାଗର ଜଳବାୟୁକୁ ମଧ୍ୟ  ପରିବର୍ତ୍ତନ କରିଦେବ। ପୃଥିବୀରେ ଦିନକୁ ଦିନ ବଢୁଥିବା ଗ୍ଲୋବାଲ ୱାର୍ମିଙ୍ଗ ସହ ଲଢ଼ିବାରେ ‘ଆମାଜନ’ ଜଙ୍ଗଲ ଅମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

AMAZON-3

ଏଠାରେ କହିରଖିବା ଉଚିତ ହେବ କି ଆମାଜନ ଏକ ସାମୁଦ୍ରିକ ଜଙ୍ଗଲ । ଏହାର ଯଦି କୌଣସି ବଡ କ୍ଷତି ହୁଏ ତେବେ ପୃଥିବୀ ସର୍ବ ବୃହତ ‘କାର୍ବନ ସିଙ୍କ’ ହରାଇ ବସିବ ଯାହା ଫଳରେ ସମୁଦ୍ରର ତାପମାତ୍ରା ଦିନକୁ ଦିନ ବଢିବାକୁ ଲାଗିବ। ଏହା ଦ୍ୱାରା ଅଧିକରୁ ଅଧିକ ଚକ୍ରବର୍ତ୍ତୀ ବାତ୍ୟା ସୃଷ୍ଟି ହେଵ। ପରେ ଏହା ଏକ ବଡ ପ୍ରାକୃତିକ ବିପର୍ଯୟର କାରଣ ପାଲଟିବ । ‘ଆମାଜନ’  ରେ ଲାଗି ଥିବା ନିଆଁ କେବଳ ବ୍ରାଜିଲ ନୁହେଁ ଏହାର ଆଖପାଖର ବାୟୁ ମଣ୍ଡଳକୁ ମଧ୍ୟ ପ୍ରଭାବିତ କରିବ ।

ଏହି ଅତ୍ୟନ୍ତ ଚିନ୍ତାଜନକ ବିଷୟ ଉପରେ ନିକଟରେ  ‘ଜି-୭ ସମ୍ମିଳନୀ’ ରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ବଢୁଥିବା ଅଗ୍ନିକାଣ୍ଡକୁ ରୋକିବା ପାଇଁ ଏହାର ସଦସ୍ୟ ରାଷ୍ଟ୍ରମାନେ ୨୨ ମିଳିୟନ ଡ଼ଲାର  (୧୫୭ କୋଟି) ର ସାହାଯ୍ୟ ବ୍ରାଜିଲକୁ ଦେବା ପାଇଁ ମଧ୍ୟ ସହମତି ଜଣାଇଥିଲେ । କିନ୍ତୁ ବ୍ରାଜିଲ ସରକାର ସେହି ରାଶି କୁ ପ୍ରଥମେ  ନେବାକୁ ମନା କରିଦେଇଥଥିଲେ ମଧ୍ୟ ପରେ ରାଜି ହୋଇଯାଇଥିଲେ ।

AMAZON-4

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଆମାଜନରେ ଲାଗୁଥିବା ନିଆଁ ଚଳିତ ବର୍ଷ ପ୍ରାୟ ୮୫ ପ୍ରତିଶତକୁ ବୃଦ୍ଧି ପାଇଛି । ଏକ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର ଦ୍ୱାରା ମିଳିଥିବା ତଥ୍ୟ  ଅନୁଯାୟୀ ଚଳିତ ବର୍ଷ ଏଯାବତ ପ୍ରାୟ ୮୦,୦୦୦ ଜଙ୍ଗଲରେ  ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଲାଣି । ତାହା ମଧ୍ୟରୁ ଅଧାରୁ ଅଧିକ ଘଟଣା କେବଳ ଅମାଜାନ ଜଙ୍ଗଲ ସହ ଜଡିତ । ଏହି  ନିଆଁ ଏତେ ମାରାତ୍ମକ ରୂପ ଧାରଣା କରୁଛି ଯେ ଏହାର ଧୂଆଁ ଅନ୍ତରୀକ୍ଷ କୁ ମଧ୍ୟ ଦେଖାଯାଉଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ଏମିତି ଯଦି ନିଆଁ ଲାଗି ରୁହେ ତେବେ ଏହି ବିଶାଳତମ ଜଙ୍ଗଲଟି ସମ୍ପୂର୍ଣ ନଷ୍ଟ ହେବାକୁ ଆଉ ବେଶୀ ସମୟ ଲାଗିବନି।

ଏହା ସହ ପଢନ୍ତୁ : ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ପକ୍ଷୀ ‘କ୍ୟାସଓ୍ଵରୀ’, ଯିଏ ନେଇଯାଇଥିଲା ନିଜ ମାଲିକର ଜୀବନ

ଆମାଜନ ଜଙ୍ଗଲରେ କେମିତି ଲାଗୁଛି ଲାଗୁଛି ନିଆଁ

ଆମାଜନ ଏକ ସାମୁଦ୍ରିକ ଜଙ୍ଗଲ ହୋଇଥିବାରୁ ଏହା ସାଧାରଣ ଭାବେ ଆର୍ଦ୍ର  ହୋଇ ରହିଥାଏ । ତେଣୁ ଏଥିରେ ସହଜରେ ନିଆଁ ଲାଗିନଥାଏ । କିନ୍ତୁ ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ଏ ଠାକାର ପାଗ ଶୁଖିଲା ରହୁଥିବାରୁ ଏହି ସମୟରେ ହିଁ ଅଧିକ ନିଆଁ ଲାଗିଥାଏ । ଜଙ୍ଗଲକୁ ଅତି କମ ସମୟ ମଧ୍ୟରେ ସଫା କରି ସେଠାରେ ଜନ ବସତି ସ୍ଥାପନ କରିବା ପାଇଁ ମଧ୍ୟ କିଛି ଦୁର୍ବୁତ୍ତ ଜଙ୍ଗଲରେ ନିଆଁ ଲଗାଇଥାନ୍ତି । ଏହି ଜଙ୍ଗଲରୁ ମିଳୁଥିବା ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟକୁ ସଂଗ୍ରହ କରିବା ନିମନ୍ତେ ମଧ୍ୟ ସେମାନେ ଏହିପରି କରିଥାନ୍ତି ।

AMAZON-5

ଆମାଜନ ଜଙ୍ଗଲରେ ଲାଗିଥିବା ନିଆଁ ବହୁ ସ୍ଥାନକୁ ପ୍ରଭାବିତ କରୁଛି । ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ଦ୍ୱାରା ଜାରି କରାଯାଇଥିବା କେତେକ ଫୋଟୋରୁ ଜଣାପଡୁଛି ଯେ ବ୍ରାଜିଲର କିଛି ରାଜ୍ୟ ଯଥା ଆମ୍ୱେଜୋନାଜ, ପରୋ, ରାଣ୍ଡୋଣିଆ ଓ ମତଗ୍ରାସ ଏହି ଧୂଆଁ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହେଉଛନ୍ତି । ଏହି ଧୂଆଁରେ କିଛି ମାରାତ୍ମକ ତତ୍ତ୍ୱ ଯେପରିକି କାର୍ବନ ମନୋକସାଇଡ, ମିଥେନ, ନାଇଟ୍ରୋଯେନ ଆକ୍ସାଇଡ ଇତ୍ୟାଦି ରହିଛି ଯାହା ବାୟୁମଣ୍ଡଳକୁ ନିର୍ଗତ ହୋ

ଏହା ସହ ପଢନ୍ତୁ :ରହସ୍ୟରେ ପରିପୂର୍ଣ୍ଣ ଏହି ଗାଁ, ଯାହା ବି ଛୁଇଁବେ ଦେବେ ଜରିମାନା

AMAZON-6

କେମିତି କରିପରିବା ଜଙ୍ଗଲ ସୁରକ୍ଷା

ଆମାଜନ ଜଙ୍ଗଲରେ ଲାଗୁଥିବା ନିଆଁକୁ ରୋକିବା ପାଇଁ ସ୍ଥାନୀୟ ଅଂଚଳର କିଛି ସହୃଦୟ ବ୍ୟକ୍ତି ଆନ୍ଦୋଳନ ମାଧ୍ୟମରେ ଲୋକଙ୍କୁ ସଚେତନ କରିବାର ପ୍ରଚେଷ୍ଠା କରୁଛନ୍ତି । ବିଭିନ୍ନ ସୋସିଆଲ ମିଡ଼ିଆରେ ମଧ୍ୟ  ‘ପରେ ଫର ଆମାଜନ’ ନାମରେ ଏକ କ୍ୟାମ୍ପେନ ଆରମ୍ଭ କରାଯାଇଛି । ଏ ସବୁ ବ୍ୟତୀତ ଆମେ ମଧ୍ୟ ଆଉ କିଛି ପଦକ୍ଷେପ ଦ୍ୱାରା ଜଙ୍ଗଲର ସୁରକ୍ଷା କରିପାରିବା ଯେପରିକି :

୧- ଖାଲି ସ୍ଥାନ ଗୁଡିକରେ ଅଧୀକ ରୁ ଅଧୀକ ବୃକ୍ଷରୋପଣ କରିବା

୨- କାଗଜ ଓ କାଠ ଜାତୀୟ ପଦାର୍ଥର ବ୍ୟବହାର କମ କରିବା

୩- ଜଳର ସଦୁପଯୋଗ କରିବା

୪- ବର୍ଷା ଜଳକୁ ସଂରକ୍ଷିତ କରିବା

୫- ଯେତେଦୂର ସମ୍ଭବ ପ୍ଲାଷ୍ଟିକର ବ୍ୟବହାର କମ କରିବା

ଜଳ ଓ ଶୁଦ୍ଧ ବାୟୁ ହିଁ ଜୀବନ ଏବଂ ବୃକ୍ଷ ବିନା ଏହାର ସୃଷ୍ଟି ଅସମ୍ଭବ । ପୃଥିବୀରେ ଦ୍ରୁତ ଗତିରେ ବଢୁଥିବା ଗ୍ଲୋବାଲ ୱାର୍ମିଙ୍ଗକୁ ରୋକିବା ପାଇଁ ଜଙ୍ଗଲ ସରଂକ୍ଷଣ ହିଁ ଏକମାତ୍ର ମାଧ୍ୟମ। ତେଣୁ ଆମେ ସମସ୍ତେ ଏ ଦିଗରେ ନିଜେ ସଚେତନ ହେବା ସହ ବୃକ୍ଷରୋପଣ ପାଇଁ ସାମସ୍ତଙ୍କୁ ସଚେତନ କରାଇବା ନିତାନ୍ତ ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.