ଗୁଗଲ ଉପରେ ଲାଗିଲା ୧୪୨୦ କୋଟି ଟଙ୍କାର ଜୋରିମାନା, ଜାଣନ୍ତୁ କାରଣ

ଟେକ୍ନୋଲୋଜିର ଗନ୍ତାଘର ଗୁଗଲ ଉପରେ ୧୪୨୦ କୋଟି ଟଙ୍କାର ଜୋରିମାନା ଲଗାଯାଇଛି । ‘ୟୁଟ୍ୟୁବରେ ଚିଲଡ୍ରେନ ପ୍ରାଇଭେସି ଲ’ ର ଉଲଂଘନ କାରଣରୁ ଗୁଗଲ ଉପରେ ଏହି ଜୋରିମାନା ଲଗାଯାଇଛି ତେଣୁ ସେଟେଲମେଣ୍ଟ ପାଇଁ ବର୍ତ୍ତମାନ ଗୁଗଲକୁ ୧୪୨୦ କୋଟି ଟଙ୍କା ଭରିବାକୁ ପଡିବ। ସୂଚନା ଅନୁଯାୟୀ ବିଜ୍ଞାପନ ପାଇଁ ଡାଟା ଏକତ୍ରିତ କରିବା ସମୟରେ ୟୁଟ୍ୟୁବ ‘ଚିଲଡ୍ରେନ ପ୍ରାଇଭେସି ଲ’ ଉଲ୍ଲଙ୍ଘନ କରିଥିଲା।
ଆମେରିକା ଫେଡେରାଲ ଟ୍ରେଡ଼ କମିଶନ ଗୁଗଲ ଉପରେ ଏହି ଜୋରିମାନା ଲଗାଇଛି । ଏହାପରେ ବର୍ତ୍ତମାନ ଏହି ମାମଲା ନ୍ୟାୟ ବିଭାଗ ପାଖକୁ ଯିବ ଏବଂ ଯଦି ସେଠାରୁ ସ୍ୱୀକୃତି ମିଳିଯାଉଛି ତାହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଚିଲଡ୍ରେନ ପ୍ରାଇଭେସି ଉଲ୍ଲଙ୍ଘନ ସହ ଜଡିତ ଏହା ସବୁଠାରୁ ବଡ଼ ସେଟେଲମେଣ୍ଟ କେସ ହେବ।
ଚଳିତ ବର୍ଷ ମାର୍ଚ୍ଚରେ ୟୁରୋପୀୟ ସଂଘ ପ୍ରତିସ୍ପର୍ଦ୍ଧା କାନୁନ ଉଲଂଘନ ନେଇ ଗୁଗଲ ଉପରେ ୧.୪୯ ବିଲିୟନ ୟୁରୋ ବା ୧୧୭ ବିଲିୟନ ଟଙ୍କାର ଜୋରିମାନା ଲଗାଇଥିଲେ। ଅନଲାଇନ ବିଜ୍ଞାପନରେ ପକ୍ଷପାତୀତାକୁ ନେଇ ଗୁଗଲ ଉପରେ ଏହି ଜୋରିମାନା ଲଗା ଯାଇଥିଲା।
ଏହାସହ ପଢନ୍ତୁ ଏଥର ଗୋଟିଏ ଆଡପ୍ଟରରେ ହେବ ସାତଟି ଡିଭାଇସ ଚାର୍ଜ, ଓଭରଚାର୍ଜ ପ୍ରୋଟେକ୍ସନ ସହିତ ରହିଛି ଏହି ସବୁ ଫିଚର୍ସ
ସୂଚନା ଅନୁଯାୟୀ ଏହା ପୂର୍ବରୁ ମଧ୍ୟ ଗତବର୍ଷ ଜୁଲାଇରେ ଏହି ମାମଲାକୁ ନେଇ ୟୁରୋପୀୟ ଆୟୋଗ ଗୁଗଲ ଉପରେ ୩୪୪ ବିଲିୟନ ଟଙ୍କାର ଜୋରିମାନା ଲଗାଇଥିଲେ । ଯାହାକି ଗୁଗଲ ଉପରେ ଲଗାଯାଇଥିବା ସବୁଠାରୁ ବଡ଼ ଜୋରିମାନା ଥିଲା । ସାଧାରଣତଃ ଗୁଗଲ ଉପରେ ପ୍ରତିଥର ଏହି ଆରୋପ ଲାଗିଥାଏ ଯେ ସେ ନିଜର ମୋବାଇଲ ଡିଭାଇସ ରଣନୀତି ଅନୁଯାୟୀ ଗୁଗଲ ସର୍ଚ୍ଚ ଇଂଜିନକୁ ଭୁଲଭାବରେ ପ୍ରସ୍ତୁତ କରିଥାଏ।