ସଇତାନ ପୁଅର ବର୍ବରୋଚିତ କାଣ୍ଡ, ମଦ ପାଇଁ ପଇସା ନଦେବାରୁ ମାକୁ ମାରି ଭେଜାଫ୍ରାଏ କଲା କୁଳାଙ୍ଗାର

ପୁଅଟିଏ ପାଇଁ ମା ଟିଏ ବାର ବ୍ରତ ଓ ମାନସିକ କରିଥାଏ।  ସକଳ ଦୁଃଖ  କଷ୍ଟକୁ ଭୁଲି ନିଜ ପୁଅ ଯେପରି ଖୁସିରେ ରହିବ ସେଥିପାଇଁ ନିରନ୍ତର ପ୍ରୟାସ କରିଚାଲୁ ଥାଏ ମା। ହେଲେ ଥରେ ଚିନ୍ତା କରନ୍ତୁ  ଯଦି ସେହି ପୁଅ ସାମନ୍ୟ ମଦ ଟିକିଏ ପାଇଁ ବର୍ବରଚିତ କାଣ୍ଡକରି ମାର ହତ୍ୟା କରେ ତେବେ ଏମିତି ସଇତାନ ପୁଅକୁ ଜନ୍ମ ଦେବା ଅପେକ୍ଷା ମରିଦେବା ୧୦୦ଗୁଣରେ ଭଲ। ଏଭଳି ଘଟଣା ଘଟିଛି ଛତିଶଗଡ଼ ରାୟଗଡ ଜିଲ୍ଲାରେ।

ଆହୁରି ପଢନ୍ତୁ: ଶିଶୁ ମୃତ୍ୟୁ ହାର କମାଇବ ମଦର ମିଲ୍କ ବ୍ୟାଙ୍କ, ଜାଣନ୍ତୁ କଣ ରହିଛି ସ୍ୱତନ୍ତ୍ରତା

ମସଲା ବଟା ହୋଇ ରଖାଯାଇଛି। ଅଉ କଡେଇରେ ରଖାଯାଇଛି କିଛି ମାଂସ। ରାନ୍ଧିବା ପାଇଁ ପିଠା ଖଡିକା ଧରି ବସିଯାଇଛି ପାଗଳ ପୁଅ। ଖାଇବା ପାଇଁ ମଧ୍ୟ ଅଗ୍ରହରେ ଅପେକ୍ଷା କରିରହିଛି। ହେଲେ ଠିକ ସମୟ ବେଳକୁ ପାଗଳ ପୁଅର ଭାଇବୋହୂ ପଳାଇ ଆସିଲା। ଆଉ ଯାହା ଦେଖିଲା ତା ପଦ ତଳୁ ମାଟି ଖସିଗଲା । ରୋଷେଇ ଘରେ ପଡି ରହିଛି ଶାଶୁର ରକ୍ତ ଜୁଡୁବୁଡୁ ମରଶରୀର। ମୁଣ୍ଡକୁ ଛେଚା ଯାଇ ମସ୍ତିଷ୍କ କଢାଯାଇଛି ଓ ଖଣ୍ଡ ଖଣ୍ଡ କରି କଡେଇ ରଖି ଚୁଲିରେ ଉପରେ ବସିଛି। ଏହା ଦେଖି ସ୍ତମ୍ଭିଭୂତ ହେଇଗଲେ ଭାଇବୋହୂ। କାଳେ ଭାଇବୋହୂ ପାଟି କରିବେ ସେହି ଭୟରେ ସେଠାରୁ ଦୌଡି ପଳାଇଲା ପାଗଳ ଦେଢଶୁର। ଏ ଘଟଣା ଯେତିକ ନ୍ଶଂସକତାରେ ଭରି ରହିଛି ତାହା ବ୍ୟାଖ୍ୟା କରିବା କଷ୍ଟସାଧ୍ୟ। କାରଣ ଏହି ପାଗଳ ପୁଅଟି ନିଜ ମାକୁ ମାରିଦେଇଛି । ଆଉ ତାର ମସ୍ତିଷ୍କକୁ ଖଣ୍ଡ ଖଣ୍ଡ କରି କଡେଇରେ ପକାଇ ଭେଜା ତରକାରୀ ପ୍ରସ୍ତୁତ କରୁଛି। ଏତିକି ଶୁଣିବା ମାତ୍ରେ ଯେ କେହିବି ଆଚମ୍ବତ ହୋଇଯିବ। ଅଉ ନିଶ୍ଚୟ ପାଟିରୁ ବାହାରି ପଡିବ ଏ କେମିତିକୁ ପୁଅ? ଯାହାର ହୃଦୟ ହିଁ ନାହିଁ। ଘଟଣାଟି ହେଉଛି ଛତିଶଗଡ଼ର ରାୟଗଡ଼ ଖରସିୟା ଅଞ୍ଚଳର।

ଆହୁରି ପଢନ୍ତୁ: ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ପକ୍ଷୀ ‘କ୍ୟାସଓ୍ଵରୀ’, ଯିଏ ନେଇଯାଇଥିଲା ନିଜ ମାଲିକର ଜୀବନ

ମୃତ ୫୦ ବର୍ଷ ବୟସ୍କ ମହିଳା ହେଉଛନ୍ତି ଫୁଲବାଇ। ପରିବାର କହିଲେ ଦୁଇ ପୁଅ ଓ ବୋହୂ। ବଡ଼ ପୁଅ ସୀତାରମ ପାଗଳ ହୋଇଥିବାର ତାକୁ ବିବାହ କରାଇନଥିଲେ। ସ୍ବାମୀ ଗଲାପରେ ଦୁଇ ପୁଅଙ୍କ ମଣିଷ କରିବା ବହୁତ କଷ୍ଟ ହୋଇପଡିଥିଲା ଫୁଲବାଇଙ୍କ ପାଇଁ। ସାନ ପୁଅର ରୋଜଗାରରେ ଘରର ଗୁଜୁରାଣ ମେଣ୍ଟାନ୍ତି ଫୁଲବାଇ। ବଡ ପୁଅ ମାନସିକ ବିକ୍ତ ଥିବାରୁ ଘରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ଏମିତିରେ ମଦ ପିଇବା ପାଇଁ ସୀତାରାମ ମା ସହ ଝଗଡା ମଧ୍ୟ କରୁଥିଲା। କିନ୍ତୁ ମାର ମନ ଯେତେ ହେଲେବି ବୁଝିବ ନାହିଁ। ଯେହେତୁ ପୁଅଟି ପାଗଳ ସେହି କାରଣରୁ ତାକୁ କିଛି କୁହେ ନାହିଁ। ହେଲେ ଫୁଲ ବାଇ କେବେ ବି ଜାଣିନଥିଲେ ତାଙ୍କ ଜନ୍ମିତ ପୁଅ ହିଁ ତାଙ୍କର କାଳ ସାଜିବ।

ଆହୁରି ପଢନ୍ତୁ: ଚୋରି କରିବା ନିଶା ମହିଳାଙ୍କୁ କଲା ପାଗଳ, ନିଜ ଛୁଆ ସହ କଲେ ଏମିତି କାଣ୍ଡ

ଗତ ୨୭ ତାରିଖରେ ସବୁଦିନ ଭଳି ମଦ ପିଇବା ପାଇଁ ମାକୁ ପଇସା ମାଗିଥିଲା ସୀତାରାମ। ମା କିନ୍ତୁ ମଦ ପିଇବା ପାଇଁ ବାରଣ କରିଥିଲା ଓ ପଇସା ଦେବାକୁ ମନା କରିଥିଲା । ମା କଥା ଶୁଣି ସୀତାରମରୁ ମୁଣ୍ଡରେ ସଇତାନ ସବାର ହୋଇଯାଇଥିଲା। ଆଉ ରାଗରେ ଆସି କୁରାଢିରେ ନିଜ ମାର ମୁଣ୍ଡକୁ ଆକ୍ରମଣ କରିଦେଇଥିଲା। ଘଟଣା ସ୍ଥଳରେ ହିଁ ଫୁଲବାଇଙ୍କର ପ୍ରାଣବାୟୂ ଉଡିଯାଇଥିଲା। ମା ମରିଯିବାର ଦେଖି ଟକିଏ ବି ଅନୁତାପ କରିନଥିଲା ସୀତାରମ। ବରଂ ନୃସଂଶତାର ସୀମା ପାର କରି ମାର ମୁଣ୍ଡରୁ ମସ୍ତିଷ୍କଟି କାଢିଥିଲା। ଆଉ ତାକୁ କଡେଇରେ ପକାଇ ଭେଜା ଫ୍ରାଏ କରି ଖାଇବା ପାଇଁ ମନବଳାଇଥଲା। ହେଲେ ଖାଇବା ପୁର୍ବରୁ ଭାଇବୋହୁ ଦେଖିଦେଇଥିବାରୁ ସୀତାରାମର ଆଶା ଅଧାରେ ରହିଯାଇଥିଲା। ଏହି ବିଭତ୍ସ ଘଟଣା ଦୋହଲାଇ ଦେଇଛି ସମଗ୍ର ଖରସିୟା ଅଞ୍ଚଳକୁ। ଆଉ ସମସ୍ତଙ୍କ ମୁହଁରେ ଗେଡିଏ କଥା ବାହାରୁଛି ଏମିତିକୁ ପୁଅ ଭଗବାନ କାହାକୁ ନଦିଅନ୍ତୁ।