ଆସନ୍ତା କାଲି ମା’ ସରସ୍ୱତୀଙ୍କ ପୂଜାର ଦିନ, ଜାଣନ୍ତୁ ଶୁଭମୁହୂର୍ତ୍ତ ଓ ପୂଜା କରିବା ବିଧି

ଆସନ୍ତା କାଲି ପବିତ୍ର ଶ୍ରୀପଞ୍ଚମୀ । ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜାର ଦିନ। ପୌରାଣିକ ମାନ୍ୟତା ଅନୁସାରେ, ବସନ୍ତ ପଞ୍ଚମୀ ଦିନ ମା’ ସରସ୍ୱତୀଙ୍କ ସର୍ଜନା ହୋଇଥିଲା। ତେଣୁ ଏହି ଦିନକୁ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ । ଜଣେ ମଙ୍ଗଳକାରିଣୀ ଦେବୀ ଭାବେ ପୂଜିତା ମା’ ବିଦ୍ୟାଦାୟିନୀଙ୍କୁ ସମସ୍ତେ ପୂଜା। କଣ୍ଠରେ ସରସ୍ୱତୀ ବିରାଜମାନ କଲେ ବ୍ୟକ୍ତି ଉତ୍ତମ ଗାୟକ ହୋଇ ପାରିବେ ବୋଲି ବିଶ୍ୱାସ ରହିଛି । ତେଣୁ ସମସ୍ତେ ସରସ୍ବତୀ ପୂଜା ଦିନ ମା’ଙ୍କର ଆଶୀର୍ବାଦ ଲୋଡିଥାନ୍ତି।

ତେବେ ଚଳିତ ବର୍ଷ ବସନ୍ତ ପଞ୍ଚମୀ ଫେବୃଆରୀ ୫ ତାରିଖ ଶନିବାର ଦିନ ପାଳନ କରାଯିବ। ମାନ୍ୟତା ରହିଛି ଏହି ଦିନ ବିଦ୍ୟାର ଦେବୀ ମାଁ ସରସ୍ୱତୀଙ୍କ ଜନ୍ମ ହୋଇଥିଲେ। ଏହି ଦିନ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ଶୁଭ ହୋଇଥାଏ ବୋଲି କୁହାଯାଇଛି। ଏହି ଦିନ ବିବାହର ମଧ୍ୟ ଶୁଭ ଯୋଗ ରହିଛି।

ଏବେ ଜାଣନ୍ତୁ ମାଆଙ୍କର ସ୍ୱତନ୍ତ୍ର ପୂଜା ବିଧି। ଯାହାକୁ କରିବା ଦ୍ୱାରା ଆପଣ ମାଆଙ୍କର ଆଶିର୍ବାଦ ପାଇବେ:-

ପ୍ରାତଃ କାଳରୁ ସ୍ନାନ କାର୍ଯ୍ୟ ସାରି ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଏହାପରେ ମାଁ ସରସ୍ୱତୀଙ୍କ ପ୍ରତିମା ସାମ୍ନାରେ ବସି ଧୂପ-ଦୀପ ଲଗାନ୍ତୁ। ଏହାପରେ କଳସ ସ୍ଥାପନା କରି ଭଗବାନ ଗଣେଶ, ନବଗ୍ରହ ଏବଂ ମା ସରସ୍ୱତୀଙ୍କ ବିଧିବଧ ଭାବେ ପୂଜା କରନ୍ତୁ। ଧ୍ୟାନ ରଖନ୍ତୁ ମା ଶ୍ୱେତ ବସ୍ତ୍ର ଧାରଣ କରନ୍ତି। ଏହି କାରଣରୁ ମାଁ ଙ୍କ ପ୍ରତିମା ହେଉ କିମ୍ବା ମୂତ୍ତିରେ ଧଳା ରଙ୍ଗର ବସ୍ତ୍ର ଅର୍ପିତ କରନ୍ତୁ। କ୍ଷୀରରେ ପ୍ରସ୍ତୁତ ହୋଇଥିବା ମିଠା ମାଁଙ୍କୁ ଭୋଗ ଲଗାନ୍ତୁ।

ବସନ୍ତ ପଞ୍ଚମୀ କଥା:

ସୃଷ୍ଟି ଆରମ୍ଭ ସମୟରେ ଭଗବାନ ବିଷ୍ଣୁଙ୍କ ଆଜ୍ଞାରୁ ବ୍ରହ୍ମା ମନୁଷ୍ୟ ଯୋନିର ରଚନା କରିଥିଲେ କିନ୍ତୁ ବ୍ରହ୍ମା ନିଜର ସର୍ଜନାରେ ସନ୍ତୁଷ୍ଟ ନଥିଲେ। ଏହିସମୟରେ ବ୍ରହ୍ମା ଭଗବାନ ବିଷ୍ଣୁଙ୍କ ଆଜ୍ଞା ପାଇ କମଣ୍ଡୁଳରୁ ଜଳ ବାହାର କରି ଧରିତ୍ରୀ ଉପରେ ପୃଥିବୀ ଉପରେ ଛିଞ୍ଚିଥିଲେ, ଯାହା ଦ୍ୱାରା ପୃଥିବୀରେ କମ୍ପନ ହେବା ସହ ଅଭୁତ ଶକ୍ତି ରୂପରେ ଚର୍ତୁଭୂଜ ବିଶିଷ୍ଟ ସୁନ୍ଦର ସ୍ତ୍ରୀ ପ୍ରକଟ ହୋଇଥିଲେ। ଯାହାଙ୍କ ହାତରେ ବୀଣା ଏବଂ ଅନ୍ୟ ହସ୍ତରେ ବର ମୁଦ୍ରା ଧାରଣ କରିଥିଲେ।

ସେହିଭଳି ଅନ୍ୟ ଦୁଇ ହସ୍ତରେ ପୁସ୍ତକ ଏବଂ ମାଳି ଧାରଣ କରିଥିଲେ। ଏହାପରେ ଦେବୀ ସରସ୍ୱତୀଙ୍କ ବୀଣାର ମଧୁର ଧ୍ୱନୀରୁ ସଂସାରରେ ସମସ୍ତ ଜୀବ-ଜନ୍ତୁଙ୍କୁ ବାଣୀ ପ୍ରାପ୍ତ ହୋଇଥିଲା। ପୁରାଣ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ମାଁ ସରସ୍ୱତୀଙ୍କ ଉପରେ ଖୁସି ହୋଇ ବସନ୍ତ ପଞ୍ଚମୀ ଦିନ ଜନ୍ମ ଦିବସ ପାଳନ କରିବା ପାଇଁ ବରଦାନ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.