ଉଦାହରଣ ପାଲଟିଛନ୍ତି ସରପଞ୍ଚ: ୮ଏକର ଜମିରେ ବିଭିନ୍ନ ପନିପରିବା ଚାଷ କରି ବାର୍ଷିକ ରୋଜଗାର କରୁଛନ୍ତି ୫ଲକ୍ଷ ଟଙ୍କା

ଆଳି: ତାଙ୍କର ପେଷା ହେଉଛି ଚାଷ କରିବା ଆଉ ନିଶା ହେଉଛି ଜନସେବା। ପଂଚାୟତ କାମରୁ ଟିକେ ଫୁରସତ ପାଇଲେ ଧାଇଁ ଯାନ୍ତି ନିଜ କ୍ଷେତକୁ। ଆଉ ନିଜର ପରିଶ୍ରମ ବଳରେ ଫଳାଇଛନ୍ତି ଭଳିକି ଭଳି ପନିପରିବା। ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ନମତରା ପଂଚାୟତର ସରପଞ୍ଚ ହୃଦାନନ୍ଦ ଦାସଙ୍କ କଥା।ଯିଏ ନିଜ ଉଦ୍ୟମ ବଳରେ ୮ଏକର ଜମିରେ ବିଭିନ୍ନ ପନିପରିବା ଚାଷ କରି ବାର୍ଷିକ ୫ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଆଉ ତାଙ୍କର ଏଭଳି ଉଦ୍ୟମ ପାଇଁ ନିଜ ଅଂଚଳରେ ଜଣେ ଲୋକ ପ୍ରିୟ ସରପଞ୍ଚ ଶହ ସଫଳ ଚାଷି ଭାବେ ବେଶ ପରିଚିତ।

ସବୁଜିମାରେ ପରିପୂର୍ଣ୍ଣ କ୍ଷେତ। କେଉଁଠି ଉନ୍ନତ ପ୍ରଣାଳୀରେ ଭଳିକି ଭଳି ପନି ପରିବାଚାଷ ତ ଆଉ କେଉଁଟି ଗହମ ଚାଷରେ ଭରପୁର କ୍ଷେତ।ପ୍ରତିଦିନ ପଞ୍ଚାୟତରେ ଲୋକଙ୍କ ଭଲ ମନ୍ଦ କଥା ବୁଝି ସାରିବା ପରେ ଧାଇଁ ଯାଆନ୍ତି ନିଜର କର୍ମ କ୍ଷେତ୍ରକୁ। ନିଜର ଦୃଢ଼ ମନୋବଳ ଯୋଗୁ ସେ ୮ ଏକର ଜମିରେ ବିଭିନ୍ନ କିସମର କାକୁଡି,କୋବି,ଭେଣ୍ଡି,କଲରା,ବିମ୍ସ ଓ ଗହମ ଆଦି ଚାଷ କରିଥାନ୍ତି । ଏଥିରୁ ବେଶ ଲାଭବାନ ହେବାର ଆଶା ରଖିଥିବା ହୃଦାନନ୍ଦ, ବିଗତ ବର୍ଷ ମାନଙ୍କରେ ଚାଷ କରି ପାଖାପାଖି ୫ଲକ୍ଷ ଟଙ୍କା ଯାଏ ଲାଭ କରିଥିବା କହିଛନ୍ତି। ଏହାସହ କେବଳ ଜଣେ ସରପଞ୍ଚ ହୋଇ ଭଲ ପୋଷାକ ପିନ୍ଧିଲେ ହେବ ନାହିଁ ଯେମିତି ସେ ଚାଷ କରି ରୋଜଗାର କରୁଛନ୍ତି, ଅନ୍ଯମାନେ ମଧ୍ୟ ତାଙ୍କ ଠାରୁ କିଛି ଶିଖନ୍ତୁ ଏବଂ ଚାଷ କରନ୍ତୁ ବୋଲି କହିଛନ୍ତି ହୃଦାନନ୍ଦ।

sarapanchସରପଞ୍ଚ ହୃଦାନନ୍ଦ ସରକାରଙ୍କ କୌଣସି ସାହାଯ୍ଯକୁ କେବେ ଅପେକ୍ଷା କରିନାହାନ୍ତି । ନିଜସ୍ବ ଖର୍ଚ୍ଚ ଓ ଆଧୁନିକ ଜ୍ଞାନ କୌଶକ ପ୍ରୟୋଗ କରି ନିଜ କ୍ଷେତରେ ପନିପରିବା ଚାଷ କରି ବେଶ ଲାଭବାନ ହେବା ସହ ଆତ୍ମର୍ନିଭରଶୀଳ ହୋଇ ପାରିଛନ୍ତି। ହୃଦାନନ୍ଦଙ୍କ ଚାଷ ପାଇଁ ପରିବାର ଲୋକେ ଓ ପଂଚାୟତବାସୀ ମଧ୍ୟ ବେଶ ଖୁସି ଅନୁଭବ କରନ୍ତି।ସତରେ ହୃଦାନନ୍ଦଙ୍କ ଏହି ସଫଳତା ନିଶ୍ଚୟ ଅନ୍ଯ ମାନଙ୍କ ପାଇଁ ପ୍ରେରଣା ଯୋଗାଇବ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.