ପ୍ରଚୁର ପୋଷକ ତତ୍ତ୍ୱରେ ଭରପୂର ‘ଓଟ୍ସ ଖିରି’, ଜାଣନ୍ତୁ ତିଆରି କରିବାର ସଠିକ୍‌ ପ୍ରଣାଳୀ

ବର୍ତ୍ତମାନ ଫିଟ୍‌ ରହିବାକୁ ସମସ୍ତେ ଚେଷ୍ଟା କରୁଛନ୍ତି। ଏଣୁ ଏକ୍ସରସାଇଜ୍‌ ସହ ଖାଇବା ପିଇବା ଉପରେ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି। ଯଦି ଆପଣ ବି ପୁଷ୍ଟିକର ଖାଦ୍ୟ ଖାଇବାକୁ ଚାହୁଁଛନ୍ତି ତେବେ ସବୁଠୁ ଭଲ ଅପ୍‌ସନ୍‌ ହେଉଛି ଓଟ୍ସ। ଓଟ୍ସରେ ଆପଣ ଉଭୟ ରାଗ ଓ ମିଠା ଆଇଟମ୍‌ ବି ତିଆରି କରିପାରିବେ। ତେବେ ଆଜି ଆସନ୍ତୁ ଜାଣିବା ଓଟ୍ସ ଖିରି ତିଆରି କରିବା ବିଧି…

ସାମଗ୍ରୀ:

ଗୋଟେ କପ୍‌ ସାଦା ଓଟ୍ସ
୨୦୦ ଗ୍ରାମ୍‌ ଜିରୋ ଫ୍ୟାଟ୍‌ କ୍ଷୀର
୧ ଚାମଚ କିସ୍‌ମିସ୍‌
୧ ଚାମଚ କଟା ବାଦାମ
୨ ଚାମଚ ମହୁ
୧ ଚାମଚ କଟା କାଜୁ
୧ ଚାମଚ ଡାଳିମ୍ବ ଦାନା

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଗୋଟେ ପାତ୍ରରେ କ୍ଷୀରକୁ ଭଲ ଭାବେ ଫୁଟାନ୍ତୁ। କ୍ଷୀର ଫୁଟିଯିବା ପରେ ସେଥିରେ ଓଟ୍ସ, ବାଦାମ, କିସ୍‌ମିସ୍‌ ପକାଇ ଅଳ୍ପ ଘାଣ୍ଟନ୍ତୁ। ଖିରି ବହଳିଆ ହୋଇଗଲେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଏହା ଥଣ୍ଡା ହେବା ପରେ ଏଥିରେ ମହୁ ମିଶାନ୍ତୁ। ଏବେ ଏକ ପାତ୍ରରେ ଖିରିକୁ ଢାଳି ଡାଳିମ୍ବ ଦାନା ଓ କାଜୁ ପକାଇ ସର୍ଭ କରନ୍ତୁ ଓଟ୍ସ ଖିରି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.