ପାଣିରେ ଭାଷୁଛି ବ୍ୟାଙ୍କ ! ଦେଖନ୍ତୁ କେମିତି ଏସବିଆଇ ବାଣ୍ଟୁଛି ଟଙ୍କା

ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ସବୁବେଳେ ନିଜ ଗ୍ରାହକଙ୍କ ସେବା ପାଇଁ ନୂଆ ନୂଆ ପଦ୍ଧତି ଆପଣେଇଥାଏ। ପ୍ରବଳ ବନ୍ୟା ଭିତରେ ବି ଲୋକଙ୍କୁ ବ୍ୟାକିଙ୍ଗ୍‌ ସୁବିଧା ଯୋଗାଇବା ପାଇଁ ଆଗେଇ ଆସିଛି। ଏସବିଆଇ ବନ୍ୟା ପ୍ରଭାବିତ ଲୋକଙ୍କୁ ଏହି ଘଡିସନ୍ଧି ମୁହୂର୍ତ୍ତରେ ସାହାଯ୍ୟ କରିବା ପାଇଁ ନିଜେ ଲୋକଙ୍କ ପାଖରେ ପହଁଚିଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆସାମର ବନ୍ୟା ପରିସ୍ଥିତିରେ ଲୋକେ ହା ହା କାର ହେଉଛନ୍ତି। ତେବେ ଏଭଳି ପରିସ୍ଥିତିରେ ଏସବିଆଇର କର୍ମଚାରୀ ବନ୍ୟା ପ୍ରଭାବିତ ଗାଁରେ ଲୋକଙ୍କୁ ବ୍ୟାକିଙ୍ଗ୍‌ ସର୍ଭିସେଜ୍‌ ଏବଂ ସପୋର୍ଟ ଉପଲବ୍ଧ କରାଉଛି।


ଆପଣ ଦେଖିପାରୁଥିବେ ଯେ ଏକ କ୍ୟାମ୍ପ ଭିତରେ ବସିଛନ୍ତି ଜଣେ ବ୍ୟକ୍ତି। ଆଉ ପାଖରେ ଅଛି ଗୋଟେ ଲାପଟପ୍‌। ଆଉ ତାଙ୍କ ସାମ୍ନାରେ କିଛି ଲୋକମାନେ। କିନ୍ତୁ ଟିକେ ଭଲ କରି ଦେଖନ୍ତୁ ତ ଏସବିଆଇର ଏହି କର୍ମଚାରୀ ଜଣଙ୍କ କୋଉଠି ବସି କାମ କରୁଛନ୍ତି।

ଦେଖିଲେ ତ ବ୍ୟକ୍ତି ଜଣଙ୍କ କେଉଁଠି ବସିଛନ୍ତି। ସେ ବସିଛନ୍ତି ଡଙ୍ଗା ଉପରେ ଆଉ ଭାଷମାନ ଅବସ୍ଥାରେ ଏସବିଆଇ ଦେଉଛି ବ୍ୟାକିଙ୍ଗ୍‌ ସେବା। ଏହି ଭିଡିଓକୁ ଏସବିଆଇ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଛି। ତେବେ ଏସବିଆଇର ଏହି କାମ ନିହାତି ଭାବରେ ପ୍ରଶଂସା ଯୋଗ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.