ଏବେ ମରିବା ପୂର୍ବରୁ ଜାଣିପାରିବେ ମୃତ୍ୟୁ ତାରିଖ ! ମାର୍କେଟକୁ ଆସିଲା ଭବିଷ୍ୟତବାଣୀ କରୁଥିବା କାଲ୍କୁଲେଟର

ମୃତ୍ୟୁ ହେଉଛି ଦୁନିଆର ଅପ୍ରିୟ ସତ୍ୟ । ଜନ୍ମ ମାତ୍ରେ ମୃତ୍ୟୁ ସୁନିଶ୍ଚିତ ସମସ୍ତଙ୍କୁ ଦିନେ ନା ଦିନେ ମରିବାକୁ ପଡିବ । କେଉଁ ଦିନ କାହାର ଶେଷ ଦିନ ତାହା କେହିବି ଜାଣିନାହାନ୍ତି କିନ୍ତୁ ଆଗାମୀ ସମୟରେ ଏହି କଥା ଭୁଲ ଭାବରେ ପ୍ରମାଣିତ ହୋଇଯିବ। କାହିଁକି ନା ଅନୁସନ୍ଧାନକାରୀମାନେ ଏକ ମେସିନ ତିଆରି କରିଥିବା ଦାବି କରିଛନ୍ତି, ଯାହାକି ଏକ ବ୍ୟକ୍ତିର ମରିବା ପୂର୍ବରୁ ମୃତ୍ୟୁ ତାରିଖ କହିଦେବ । ଫଳରେ ବ୍ୟକ୍ତିଜଣକ ନିଜ ମୃତ୍ୟୁ ପୂର୍ବରୁ ବଞ୍ଚିଥିବା ସମୟକୁ ନିଜ ହିସାବରେ ବିତାଇପାରିବ ।

ତେବେ ମାର୍କେଟରେ ମୃତ୍ୟୁର ତାରିଖ କହୁଥିବା କାଲକୁଲେଟର ଲଞ୍ଚ ହୋଇଛି । ଏହି କାଲକୁଲେଟରର ନାଁ Risk Evaluation for Support: Predictions for Elder-Life in the Community Tool (RESPECT) ରହିଛି । ଏଥିରେ ଦୁନିଆର ପ୍ରାୟ ଅଧା ବୟସ୍କଙ୍କ ଡାଟା ଅପଲୋଡ କରାଯାଇଛି । ଏଥିରେ ଆପଣଙ୍କ ଜୀବନର ହାରାହାରି ବୟସକୁ ନେଇ ମୃତ୍ୟୁ ତାରିଖ କାଲକୁଲେଟ କରାଯିବ । ଏହି ଡିଭାଇସ ଆସନ୍ତା ୪ ସପ୍ତାହ ମଧ୍ୟରେ ହେବାକୁ ଥିବା ମୃତ୍ୟୁର ଅନୁମାନ ଲଗାଇପାରିବ ।

ସୂଚନା ମୁତାବକ, ଏହି ଡିଭାଇସର ପ୍ରସ୍ତୁତି ୨୦୧୩ରୁ ଆରମ୍ଭ ହୋଇଥିଲା । ସେହି ସମୟରୁ ୨୦୧୭ ମସିହା ପର୍ଯ୍ୟନ୍ତ ପ୍ରାୟ ୫ ଲକ୍ଷ ଲୋକ ନିଜର ମେଡିକାଲ ସ୍ଥିତି ଓ ନିଜର ଅବସ୍ଥା ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ସେମାନଙ୍କର ଅବସ୍ଥା ଏପରି ଥିଲା, କି ସେମାନେ ଆଗାମୀ ୫ ବର୍ଷ ମଧ୍ୟର ମୃତ୍ୟୁବରଣ କରିଥାନ୍ତେ । ସମସ୍ତ ମେଡିକାଲ ଡିଟେଲକୁ ଆଧାର କରି ସେମାନେ କେତେ ବର୍ଷ ପର୍ଯ୍ୟନ୍ତ ବଞ୍ଚିବେ , ତାହା ଧାର୍ଯ୍ୟ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.