ମିଳିଲା ସୁପର ଭ୍ୟାକ୍‌ସିନ୍‌ ଫର୍ମୁଲା, କରୋନାର ସବୁ ଭ୍ୟାରିଏଣ୍ଟକୁ ଏବେ କରିହେବ ମୂଳପୋଛ

ଆସିଲା ସୁପର ଭ୍ୟାକ୍‌ସିନ୍‌। କରୋନା ଭାଇରସ୍‌କୁ ମୂଳପୋଛ କରିବାକୁ ବୈଜ୍ଞାନିକମାନେ ବାହାର କରିଛନ୍ତି ସୁପର ଭ୍ୟାକ୍‌ସିନ୍‌। ଏହି ଭ୍ୟାକ୍‌ସିନ୍‌ କରୋନା ଭାଇରସ୍‌ର ସବୁ ନୂଆ ଭ୍ୟାରିଏଣ୍ଟକୁ ମାତ୍‌ ଦେବାକୁ ସକ୍ଷମ ବୋଲି ଦାବି କରିଛନ୍ତି ବୈଜ୍ଞାନିକ। ନିକଟରେ ବୈଜ୍ଞାନିକମାନେ ସୁପର ଭ୍ୟାକ୍‌ସିନର ଫର୍ମୁଲା ଖୋଜି ବାହାର କରିବାରେ ସଫଳ ହୋଇଛନ୍ତି।

ୟୁନିଭର୍ସିଟି ଅଫ୍‌ ଓ୍ଵାଶିଂଟନ୍‌ର ରିସର୍ଚ୍ଚରମାନେ ସୂଚନା ଦେଇଛନ୍ତି ଯେ ସେମାନେ କରୋନାକୁ ମାତ୍‌ ଦେଇଥିବା ଲୋକଙ୍କ ଶରୀରରେ ଏଭଳି ଆଣ୍ଟିବଡି ଖୋଜି ବାହାର କରିଛନ୍ତି, ଯାହା ସବୁ ପ୍ରକାରର ଭ୍ୟାରିଏଣ୍ଟ ସହ ଲଢ଼ିବାକୁ ସକ୍ଷମ। ସାଇନ୍ସ ଜର୍ଣ୍ଣାଲରେ ଏହି ରିସର୍ଚ୍ଚ ପ୍ରକାଶିତ ହୋଇଛି। ଅଧ୍ୟୟନରେ ୫ ମାନବ ମୋନୋକ୍ଲୋନଲ ଆଣ୍ଟିବଡି ଉପରେ କରାଯାଇଥିବା ରିସର୍ଚ୍ଚ ସମ୍ପର୍କରେ ବିସ୍ତତ ଭାବେ ବର୍ଣ୍ଣନା କରାଯାଇଛି। ଏହା ବିଟା ଭାରିଏଣ୍ଟ ପାଇଁ ଅଧିକ ପ୍ରଭାବୀ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।

ଏହି ରିସର୍ଚ୍ଚରେ ବୈଜ୍ଞାନିକମାନେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଶରୀରରେ ସ୍ୱତନ୍ତ୍ର ମେମୋରୀ ବି କୋଷିକା ଉପରେ ଗବେଷଣା କରିଛନ୍ତି। ମେମୋରୀ ବି ହେଉଛି ଏକ ଶ୍ୱେତ ରକ୍ତ କୋଷିକା। ଏହି କୋଷିକା ପୂର୍ବରୁ ଶରୀର ଉପରେ ଆକ୍ରମଣ କରିସାରିଥିବା ଭାଇରସ୍‌କୁ ଚିହ୍ନଟ କରି ତାକୁ ରୋକିବାକୁ ପ୍ରତିକ୍ରିୟା ଦିଏ।

ବୈଜ୍ଞାନିକମାନେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଠାରୁ ମିଳିଥିବା ୫ ଆଣ୍ଟିବଡି ମଧ୍ୟରୁ ଏସ୍‌୨ପି୬ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଅଧିକ ପରୀକ୍ଷଣରୁ ଜଣାପଡ଼ିଛି ଯେ ଏହି ମୋନୋକ୍ଲୋନଲ ଆଣ୍ଟିବଡିରେ ପ୍ରଭାବଶାଳୀ ବିବିଧତା ଥିଲା। ଏଥିସହ ଏହା କରୋନାର ବିଟା ଭାଇରସ୍‌ ସମେତ ତିନିଟି ଭିନ୍ନ ଉପଜାତିକୁ ନିଷ୍କ୍ରିୟ କରିବାକୁ ମଧ୍ୟ ସକ୍ଷମ। ଏଣୁ ଭବିଷ୍ୟତରେ ଏହି ଫର୍ମୁଲା ଅନ୍ୟ ଭୟଙ୍କର ଭାଇରସ୍‌ ବିରୋଧରେ ମଧ୍ୟ ପ୍ରଭାବଶାଳୀ ହେବ ବୋଲି ବୈଜ୍ଞାନିକମାନେ ଆଶା ପ୍ରକଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.