୧୭ ଅଗଷ୍ଟରେ ଭାରତୀୟ ବଜାରରେ Motorolaର ଏହି ଦୁଇଟି ସ୍ମାର୍ଟଫୋନ୍ ଲଞ୍ଚ ହେବ, ଜାଣନ୍ତୁ କଣ ରହିଛି ଏହାର ଫିଚର୍ସ

ଟେକ୍ କମ୍ପାନୀ ମୋଟରୋଲା ଏହାର ଦୁଇଟି ସ୍ମାର୍ଟଫୋନ୍ Motorola Edge 20 ଏବଂ Motorola Edge 20 Fusion ର ଶୁଭାରମ୍ଭ ତାରିଖ ଘୋଷଣା କରିଛି। କମ୍ପାନୀର କହିବାନୁସାରେ, ଉଭୟ ସ୍ମାର୍ଟଫୋନ୍ ଅଗଷ୍ଟ ୧୭ ତାରିଖ ଦିନ ଦ୍ୱିପ୍ରହରରେ ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି । ଏହି ଦୁଇଟି ଉପକରଣ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରୁ ବିକ୍ରି ହେବ।

Motorola Edge 20 ଏବଂ Motorola Edge 20 Fusionର ସ୍ପେସିଫିକେସନ

Motorola Edge 20 ସ୍ମାର୍ଟଫୋନରେ 6.7-ଇଞ୍ଚ OLED ଡିସପ୍ଲେ ଅଛି। ଏହାର ସ୍ପେସ ରେଟ ହେଉଛି 144Hz । ଏହି ଡିଭାଇସରେ ସର୍ବୋତ୍ତମ କାର୍ଯ୍ୟଦକ୍ଷତା ପାଇଁ ସ୍ନାପଡ୍ରାଗନ୍ 778 5G ପ୍ରୋସେସର ଏବଂ 4,000mAh ବ୍ୟାଟେରୀ ଦିଆଯାଇଛି । ଏହା ବ୍ୟତୀତ ସ୍ମାର୍ଟଫୋନରେ 8 ଜିବି ରାମ୍ ଏବଂ 256 ଜିବି ଇଣ୍ଟେରନାଲ ଷ୍ଟୋରେଜ୍ ମିଳିବ | କ୍ୟାମେରା ବିଷୟରେ କହିବାକୁ ଗଲେ ସ୍ମାର୍ଟଫୋନରେ ଏକ ଟ୍ରିପଲ୍ ରିୟର କ୍ୟାମେରା ଅଛି, ଯେଉଁଥିରେ 108MP ପ୍ରାଇମେରୀ ସେନ୍ସର, 16MP ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍ ଲେନ୍ସ ଏବଂ 8MP ଲେନ୍ସ ଅଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନର ସାମ୍ନାରେ 32MP ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି ।

Motorola Edge 20 Fusion 90Hz ର ସ୍ପେସ ରେଟ ସହିତ 6.7-ଇଞ୍ଚ OLED ଡିସପ୍ଲେ ରହିଛି । ଏହି ସ୍ମାର୍ଟଫୋନ୍ ମିଡିଆଟେକ୍ ଡାଇମେନସିଟି 720 ପ୍ରୋସେସର ଏବଂ 5000mAh ବ୍ୟାଟେରୀ ରହିଛି । ଏହାର ବ୍ୟାଟେରୀ 30W TurboPower ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । ଏହା ବ୍ୟତୀତ ଡିଭାଇସରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି । ଏଥିରେ ପ୍ରଥମ 108MP ପ୍ରାଇମେରୀ ସେନ୍ସର, ଦ୍ୱିତୀୟ 8MP ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍ ଲେନ୍ସ ଏବଂ ତୃତୀୟ 2MP ଡିପ ସେନ୍ସର ଅଛି ।

Motorola Edge 20 ଏବଂ Motorola Edge 20 Fusionର ମୂଲ୍ୟ

ଭାରତରେ Motorola Edge 20 ଏବଂ Motorola Edge 20 Fusion ର ମୂଲ୍ୟ ୪୦,୦୦୦ ରୁ ୫୦,୦୦୦ ମଧ୍ୟରେ ହୋଇପାରେ। ତେବେ ଏପର୍ଯ୍ୟନ୍ତ ଉଭୟ ସ୍ମାର୍ଟଫୋନର ମୂଲ୍ୟ ସମ୍ପର୍କରେ କମ୍ପାନୀ ପକ୍ଷରୁ କୌଣସି ସୂଚନା ସେୟାର କରାଯାଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.