ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିବା ଖେଳାଳିଙ୍କୁ ମୋଦୀଙ୍କ ସ୍ପେଶାଲ ଟ୍ରିଟମେଣ୍ଟ, ଜାଣନ୍ତୁ

ଜାଭେଲିନ ଥ୍ରୋରେ ଇତିହାସ ରଚିଥିବା ଗୋଲ୍ଡ ବୟ ନୀରଜ ଚୋପ୍ରାଙ୍କ ସ୍ୱାଗତ ସମ୍ବର୍ନ୍ଧନା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚାଲିଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ନୀରଜଙ୍କ ମନ ପସନ୍ଦ ଚୁରମା ଏବଂ ଗୋଲଗପ୍ପା ଖୁଆଇବାର ଯୋଜନା ରହିଛି । ଅନୁରାଗ ଠାକୁୁର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଖେଳାଳିଙ୍କ ସହ ସାକ୍ଷାତ କରିବା ଦିନ ଖେଳାଳିଙ୍କ ଖାଇବା ପିଇବାର ବ୍ୟବସ୍ଥା ରହିଛି । ସେହି ସମୟରେ ଗୋଲ୍ଡ ବୟଙ୍କ ପାଇଁ ତାଙ୍କ ମନ ପସନ୍ଦ ଖାଦ୍ୟ ଦିଆଯିବ । ଦେଶ ପାଇଁ ଗୋଲ୍ଡ ଜିତିଥିବା ନୀରଜଙ୍କ ଉପରେ ଏବେ ସମସ୍ତଙ୍କ ନଜର ।

sportss
pc: the indian express

ଟୋକିଓରେ ଖେଳି ପଦକ ହାସଲ କରିଥିବା ସମସ୍ତ ଭାରତୀୟ ଖେଳାଳି ଏବେ ନିଜ ଦେଶକୁ ଫେରିଛନ୍ତି । ଗତ ସୋମବାର ଦିଲ୍ଲୀର ଅଶୋକ ହୋଟେଲରେ ପଦକ ଜିତିଥିବା ଖେଳାଳିଙ୍କ ସମ୍ମାନ ସମାରୋହ କରାଯାଇଥିଲା । ଜାଭେଲିନ ଥ୍ରୋରେ ଇତିହାସ ରଚିଥିବା ଗୋଲ୍ଡ ମେଡାଲ ବିଜେତା ନୀରଜ ଚୋପ୍ରାଙ୍କ ସମ୍ମାନ ପାଇଁ କେନ୍ଦ୍ରରୁ ପ୍ରସ୍ତୁତ କରାଯାଉଛି ।

sports
pc: times now

ଅନୁରାଗ ଠାକୁର ନୀରଜଙ୍କୁ ଚୁରମା, ଗୋଲଗପ୍ପା ସହ ପି.ଭି ସିନ୍ଧୁଙ୍କୁ ଆଇସକ୍ରିମ ଭଳି ମନ ପସନ୍ଦ ଖାଦ୍ୟ ଦେବାର ପ୍ଲାନିଂ ରଖିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ଏହାସହ ଅଗଷ୍ଟ ୧୫ରେ ଏହି ଖେଳାଳିଙ୍କ ସହ ପୁନର୍ବାର ଦେଖା ସାକ୍ଷାତ କରିବେ ।
ଦୀର୍ଘ ୧୦୦ ବର୍ଷର ଅପେକ୍ଷାର ଅନ୍ତ ଘଟାଇଛନ୍ତି ୨୩ ବର୍ଷୀୟ ନୀରଜ ଚୋପ୍ରା । ସେ ଭାରତୀୟ ଆଥଲେଟିକ୍ସରେ ନୂଆ ଇତିହାସ ରଚନା କରିଛନ୍ତି । ବ୍ୟକ୍ତିଗତ ସ୍ପର୍ଦ୍ଧାରେ ଅଭିନବ ବିନ୍ଦ୍ରାଙ୍କ ପରେ ୨ୟ ଖେଳାଳି ଭାବେ ସେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.