ଆଉ ବୁଢ଼ା ହେବ ନାହିଁ ମଣିଷ, ବୈଜ୍ଞାନିକ ବାହାର କଲେ ଟେକନିକ୍‌

ମଣିଷ କେବେ ବୁଢ଼ା ହେବାକୁ ଚାହେଁ ନାହିଁ । ନିଜକୁ ଯୁବକ ଅବସ୍ଥାରେ ରଖିବାକୁ ଇଚ୍ଛା କରେ । ହେଲେ ବିଧିର ବିଧାନ ଆଗରେ କିଏ ବା କଣ କରିପାରିବ । ତେଣୁ ମଣିଷ ବୁଢ଼ା ହୁଏ ଏବଂ ବୟସାଧିକ୍ୟ ଯୋଗୁଁ ଦୁର୍ବଳ ହେବା ସହ ଅନ୍ୟର ଆଶ୍ରାରେ ରହେ । ତେବେ ଆଉ ବୟସ ଡରାଇ ପାରିବନି ମଣିଷକୁ । ବୁଢ଼ା ହେବେ ନାହିଁ କେହି । ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ବୈଜ୍ଞାନିକମାନେ ଏହାର ରାସ୍ତା ବାହାର କରିଛନ୍ତି । ମଣିଷର କୋଷିକାରେ ପରିବର୍ତ୍ତନ ଆଣି ଏଭଳି କରାଯାଇ ପାରିବ ।

AGE-1ଏକ ଫଙ୍ଗସ ଉପରେ ଗବେଷଣା କରି ବୈଜ୍ଞାନିକମାନେ ମଣିଷ ଯେପରି ବୁଢ଼ା ନହେବ ତାର ବାଟ ଖୋଜିଛନ୍ତି । ତେବେ ଏହି ପରୀକ୍ଷଣ ଏବେ କେବଳ ଫଙ୍ଗସ ଉପରେ ହୋଇଛି । ପରବର୍ତ୍ତୀ ସମୟରେ ମଣିଷକୁ ନେଇ ପରୀକ୍ଷା ନିରୀକ୍ଷା କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.