ଭୟଙ୍କର ସାପ ଦାଉରୁ ରକ୍ଷାପାଇଲେ ବ୍ୟକ୍ତି, ଥରେ ଦେଖନ୍ତୁ ଏହି ଛାତି ଥରା ଭିଡିଓ

ଇଣ୍ଟରନେଟରେ ଅନେକ ଭିଡିଓ ପୋଷ୍ଟ କରାଯାଇଥାଏ । ଦିନ କୁ ଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ବେଳେ ବେଳେ ତ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ଦେଖି ଆପଣଙ୍କ ହୋସ ଉଡିଯିବ । ଭୟରେ କେତେ ଜଣଙ୍କର ଖରାପରୁ ଖରାପ ସ୍ଥିତି ଉପୁଜିଛି । ନିକଟରେ ସେୟାର ହୋଇଥିବା ଭିଡିଓରେ ଆପଣ ଦେଖିପାରିବେ କେମିତି ଜଣେ ବ୍ୟକ୍ତି ନିଜ ହାତରେ ଏକ କୋବ୍ରାକୁ ଧରିଛନ୍ତି । ପାରିପାର୍ଶ୍ବିକ ସ୍ଥିତିରୁ ଲାଗୁଛି ବ୍ୟକ୍ତି ଜଣଙ୍କ କୌଣସି ଏକ ଜଙ୍ଗଲରେ ଛିଡା ହୋଇଛନ୍ତି । କିଛି ଲୋକଙ୍କୁ ସାପଙ୍କ ଭିଡିଓ ଭଲ ଲାଗିଥାଏ ତ କେତେକଙ୍କୁ ଏତେଟା ପସନ୍ଦ ନଥାଏ । ଯଦି ଆପଣଙ୍କୁ ଏମିତି ଭୟଙ୍କର ଭିଡିଓ ପସନ୍ଦ ତାହେଲେ ଏହାକୁ ଦେଖନ୍ତୁ ଆଉ ଏହାର ମଜା ନିଅନ୍ତୁ ।

 

View this post on Instagram

 

A post shared by Animal Power (@animals_powers)

ଭିଡିଓରେ ଆପଣ ଦେଖିପାରିବେ କେମିତି ଏକ ସାପ ନିଜକୁ ଜଣେ ବ୍ୟକ୍ତିଙ୍କ ହାତରୁ ଖସାଇବା ପାଇଁ ବ୍ୟକ୍ତିଙ୍କ ମୁହଁ ନିକଟ ଦେଇ ଯାଉଛି । ଆଉ ଅଚାନକ ଆକ୍ରମଣ କରିଦେଉଛି । ଭିଡିଓଟିକୁ ଦେଖିଲେ ଆପଣ ମାନେ ବୁଝି ପାରୁଥିବେ କେମିତି ଜଣେ ବ୍ୟକ୍ତି ଏକ ଲମ୍ବା ଚୌଡା ସାପକୁ ହାତରେ ଧରି ଛିଡା ହୋଇଛନ୍ତି । ଦୃଶ୍ୟରେ ସାପର ହରକତକୁ ଦେଖିଲେ ଲାଗୁଛି କେବେ ବି ବ୍ୟକ୍ତି ଜଣଙ୍କ ସାପର ଭୟଙ୍କର କ୍ରୋଧର ଶିକାର ହୋଇପାରନ୍ତି ।

କିନ୍ତୁ ନିଜ ଉପସ୍ଥିତ ବୁଦ୍ଧି କାରଣରୁ ବ୍ୟକ୍ତି ଜଣଙ୍କ ଭୟଙ୍କର ସାପ ମୁହଁରୁ ରକ୍ଷା ପାଇଯାଉଛନ୍ତି । ରକ୍ଷା ପାଇଗଲେ ସିନା ଗୋଟେ ସାପକୁ ଏପରି ଭାବେ ହାତରେ ଉଠାଇବା ପାଇଁ ସତରେ ସାହସ ଦରକାର । ଭିଡିଓ ଟିକୁ ଇନ୍ଷ୍ଟଗ୍ରାମରେ ସେୟାର କରାଯାଇଥିବା ବେଳେ ହଜାରେ ରୁ ଅଧିକ ଲୋକ ଲାଇକ କରିଛନ୍ତି । ଅନେକ କମେନ୍ଟ ମଧ୍ୟ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.