ବାଲେଶ୍ୱର: ବଲ୍‌ ଖୋଜୁ ଖୋଜୁ ବାଲିଗଦାରୁ ବାହାରିଲା ମଣିଷ ଖପୁରୀ, ପୋଲିସର ତଦନ୍ତ ଜାରି

ବାଲେଶ୍ବର(କେନ୍ୟୁଜ୍):ବାଲିଗଦା ଭିତରୁ ବାହାରିଲା ମଣିଷ ଖପୁରୀ । ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଆଇଟିଆଇ ପଡ଼ିଆରେ ଗଦା ହୋଇଥିବା ବାଲି ଭିତରୁ ଖପୁରୀ ବାହାରିଛି । ପଡ଼ିଆରେ ପିଲାମାନେ କ୍ରିକେଟ ଖେଳୁଥିବା ବେଳେ ହଠାତ୍‌ ଖପୁରୀ ଦେଖି ଭୟଭୀତ ହୋଇଥିଲେ । ପଡ଼ିଆରେ ନିର୍ମାଣାଧୀନ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ବାଲି, ପଥର ଗଦା କରାଯାଇଥିଲା ।

ବଲ୍‌ ଖୋଜୁ ଖୋଜୁ ନଦୀ ବାଲି ନିକଟରେ ଏକ ମଣିଷ ଖପୁରୀ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ନଦୀକୂଳରେ ପୋଡ଼ା ଯାଇଥିବା ମୃତଦେହର ଏହା ଏକ ଅଂଶ ବୋଲି କୁହାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.