Below header

ରାସନ କାର୍ଡ ନିୟମରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ, ଆଉ ଠକି କି ନେଇପାରିବେ ନାହିଁ ଦୁର୍ବୃତ୍ତ

ରାସନ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଏକ ଜରୁରୀ ଖବର । ଖାଦ୍ୟ ଏବଂ ସାର୍ବଜନିକ ବିତରଣ ବିଭାଗ ରାସନ କାର୍ଡ ନିୟମରେ କିଛିଟା ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରକୃତରେ ବିଭାଗ ପକ୍ଷରୁ ସରକାରୀ ରାସନ ଦୋକାନରୁ ରାସନ ଆଣୁଥିବା ଲାଭାର୍ଥି ମାନଙ୍କ ନିୟମରେ କିଛିଟା ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ନୂଆ ମାନକର ମାନଦଣ୍ଡ ଏକ ପ୍ରକାର ସ୍ଥିର ହୋଇଯାଇଛି । କୁହାଯାଉଛିକି ରାଜ୍ୟ ସରକାରଙ୍କ ସହିତ ଅନେକ ଥର ବୈଠକ ମଧ୍ୟ ବସି ସାରିଲାଣି । ତେବେ ଆସନ୍ତୁ କଣ କଣ ପରିବର୍ତ୍ତନ ଅଣାଯିବ ସେ ବିଷୟରେ ଜାଣିବା ।

ଖାଦ୍ୟ ଏବଂ ସାର୍ବଜନିକ ବିତରଣ ବିଭାଗ ଅନୁଯାୟୀ, ବର୍ତ୍ତମାନ ସମୟରେ ଦେଶବ୍ୟାପି ୮୦ କୋଟି ଲୋକ ନ୍ୟାସନାଲ ଫୁଡ ସିକ୍ୟୁରିଟି ଆକ୍ଟର ଲାଭ ନେଉଛନ୍ତି । ଏମାନଙ୍କ ମଧ୍ୟରୁ ଏମିତି ବି ଲୋକ ଅଛନ୍ତି ଯେଉଁମାନଙ୍କ ଆର୍ଥିକ ସ୍ଥିତି ଖୁବ ସୁଦୃଢ । ଏହାକୁ ଧ୍ୟାନରେ ରଖି ସାର୍ବଜନିକ ବିତରଣ ମନ୍ତ୍ରାଳୟ ମାନକ ଗୁଡିକରେ କିଛିଟା ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ନୂଆ ନିୟମ ଗୁଡିକ ବିଷୟରେ ।

ଏବାବଦରେ ଖାଦ୍ୟ ଓ ସାର୍ବଜନିକ ବିତରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛିକି ରାସନ କାର୍ଡ ନିୟମରେ ପରିବର୍ତ୍ତନକୁ ନେଇ ଗତ ଗତ କିଛି ମାସ ଧରି ରାଜ୍ୟ ମାନଙ୍କ ସହିତ ବୈଠକ ବସି ଆସୁଛି । ବିଭିନ୍ନ ରାଜ୍ୟ ମାନଙ୍କରୁ ମିଳିଥିବା ମାନକ ଗୁଡିକୁ ଦୃଷ୍ଟିରେ ରଖି ଲାଭାର୍ଥି ମାନଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି । ଖୁବଶୀଘ୍ର ଏଗୁଡ଼ିକୁ ଘୋଷଣା କରାଯିବ । ନୂଆ ନିୟମ ଲାଗୁ ହେବା ପରେ କେବଳ ଯୋଗ୍ୟ ବ୍ୟକ୍ତି ମାନଙ୍କୁ ହିଁ ଏହାର ଲାଭ ମିଳିପାରିବ । ଅଯୋଗ୍ୟ ଲୋକେ ଆଗଭଳି ଆଉ ଏହାର ଫାଇଦା ନେଇପାରିବେ ନାହିଁ ।

ଖାଦ୍ୟ ଓ ସାର୍ବଜନିକ ବିତରଣ ବିଭାଗ ଅନୁଯାୟୀ ଏବେ ଯାଏଁ “ୱାନ ନେଶନ ଓ ୱାନ ରାଶନ କାର୍ଡ ଯୋଜନା” ଚଳିତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମାନଙ୍କରେ ଲାଗୁ ହେବ । ପାଖାପାଖି ୬୯ କୋଟି ଏନଏଫଏସଏ ଅନ୍ତର୍ଗତ ଆସୁଥିବା ୮୬ ପ୍ରତିଶତ ଯୋଗ୍ୟ ପ୍ରାର୍ଥୀ ଏହାର ଲାଭ ନେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.