ସ୍ୱପ୍ନରେ ହନୁମାନଜୀଙ୍କୁ ଦେଖିବା ଶୁଭ କି ଅଶୁଭ, ଜାଣନ୍ତୁ କ’ଣ କହେ ସ୍ୱପ୍ନ ଶାସ୍ତ୍ର

ଅଧିକାଂଶ ସମୟରେ ଆମେ ଭଗବାନଙ୍କ ସ୍ୱପ୍ନ ଦେଖିଥାଉ । ବେଳେ ବେଳେ ଆମେ ଭାବୁ ଯେ ଭଗବାନଙ୍କୁ ସ୍ୱପ୍ନ ଦେଖିବା ଦ୍ୱାରା ହୁଏତ ଆମେ କିଛି ଭୁଲ କରିଦେଇଥାଉ ବା ଆମର କିଛି ମାନସିକ ରହିଯାଇଛି । ହେଲେ ବାସ୍ତବରେ ତାହା ନୁହେଁ, ଭଗବାନଙ୍କୁ ସ୍ୱପ୍ନରେ ଦେଖିବା ଦ୍ୱାରା ଆମେ କ’ଣ ସଂକେତ ପାଇଥାଉ ଆସନ୍ତୁ ଜାଣିବା । ଯଦି ଭଗବାନ ହନୁମାନଜୀଙ୍କୁ ଆମେ ସ୍ୱପ୍ନରେ ଦେଖିଥାଉ, ତେବେ କ’ଣ ହୋଇଥାଏ, ଆସନ୍ତୁ ଜାଣିବା ।

ଶାସ୍ତ୍ର ଅନୁସାରେ ହନୁମାନଜୀଙ୍କୁ ଭଗବାନ ଶିବଙ୍କ ୧୧ ତମ ରୁଦ୍ର ଅବତାର କୁହାଯାଇଥାଏ । ଯାହାଙ୍କ ଉପରେ ହନୁମାନଜୀଙ୍କ କୃପା ହୋଇଥାଏ, ତାଙ୍କର ସବୁ ଅସଫଳ କାମ ସଫଳ ହୋଇଯାଇଥାଏ ।

ସ୍ୱପ୍ନରେ ହନୁମାନଜୀଙ୍କ ମୂର୍ତ୍ତି ଦେଖିବା

ସ୍ୱପ୍ନରେ ହନୁମାନଜୀଙ୍କ ମୂର୍ତ୍ତି ଦେଖିବା, ଏହି ସଂକେତ ଦେଇଥାଏ ଯେ ଆପଣଙ୍କ ମନସ୍କାମନା ଶୀଘ୍ର ପୂରଣ ହେବ । ସେହିପରି ସ୍ୱପ୍ନ ଶାସ୍ତ୍ର ଅନୁସାରେ ଆପଣଙ୍କ ସବୁ ସମସ୍ୟାର ସମାଧାନ ଶୀଘ୍ର ହୋଇଯିବ ।

ସ୍ୱପ୍ନରେ ପଞ୍ଚମୁଖୀ ହନୁମାନଙ୍କ ମୂର୍ତ୍ତି ଦେଖିବା

ସ୍ୱପ୍ନରେ ଯଦି ପଞ୍ଚମୁଖୀ ହନୁମାନଜୀଙ୍କ ମୂର୍ତ୍ତି ଦେଖନ୍ତି, ଏହା ଶୁଭ ସଂକେତ ହୋଇଥାଏ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ଆପଣଙ୍କୁ ଖୁବ୍‌ ଶୀଘ୍ର କରଜରୁ ମୁକ୍ତି ମିଳିପାରେ ।

ସ୍ୱପ୍ନରେ ହନୁମାନଜୀଙ୍କ ମନ୍ଦିର ଦେଖିବା

ସ୍ୱପ୍ନରେ ହନୁମାନଜୀଙ୍କ ମନ୍ଦିର ଦେଖିବା ଅର୍ଥ ଆପଣଙ୍କୁ କିଛି ମନସ୍କାମନା କରିଛନ୍ତି ଯାହା ଏ ପର୍ଯ୍ୟନ୍ତ ପୁରଣ କରି ନାହାଁନ୍ତି । ସ୍ୱପ୍ନ ଶାସ୍ତ୍ର ଅନୁସାରେ ଆପଣ ଶୀଘ୍ର ଏହି ମନସ୍କାମନା ପୂର୍ଣ୍ଣ କରନ୍ତୁ ।

ସ୍ୱପ୍ନରେ ହନୁମାନଜୀଙ୍କ ଗଦା ଦେଖିବା

ସ୍ୱପ୍ନରେ ହନୁମାନଜୀଙ୍କ ଗଦା ଦେଖିବା ବହୁତ ଶୁଭ ହୋଇଥାଏ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏହା ସୂଚନା ଦେଇଥାଏ ଯେ ଭଗବାନ ହନୁମାନ ସର୍ବଦା ଆପଣଙ୍କ ସାଥୀରେ ଅଛନ୍ତି ।

ସ୍ୱପ୍ନରେ ହନୁମାନଜୀ ଶୋଇଥିବା ଦେଖିବା

ଏପରି ସ୍ୱପ୍ନ ଦେଖିବା ଶୁଭ ହୋଇଥାଏ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏପରି ଦେଖିବା ଦ୍ୱାରା ଆପଣଙ୍କ ପରିବାରରେ ଯଦି କେହି ଦୀର୍ଘ ଦିନ ଧରି ରୋଗରେ ପୀଡିତ ଥିବେ, ସେ ଶୀଘ୍ର ଭଲ ହୋଇଯିବେ ।

ସ୍ୱପ୍ନରେ ହନୁମାନଜୀଙ୍କୁ ହସିବା ଦେଖିବା

ସ୍ୱପ୍ନରେ ହନୁମାନଜୀଙ୍କୁ ହସୁଥିବାର ଦେଖିବା ଅର୍ଥ ଶୀଘ୍ର ଆପଣଙ୍କ କିଛି ଇଚ୍ଛା ପୂରଣ ହେବ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ଶିଶୁ ହନୁମାନଙ୍କୁ ଦେଖିବା ଅର୍ଥ ଶୀଘ୍ର ଘରକୁ ଖୁସି ଆସିବାକୁ ଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.