IAS କୁର୍ସୀରେ ବସିଥିବା ଏହି ଛୋଟ ଝିଅର ଫଟୋ ହେଉଛି ଖୁବ ଭାଇରାଲ

IAS ପଦବୀ ପାଇବା ସମସ୍ତଙ୍କ ପାଇଁ ସହଜ ନୁହେଁ। ଏହାକୁ ପାଇବା ପାଇଁ କଡ଼ା ପରିଶ୍ରମ ଦରକାର। ଏହାର ମହତ୍ୱ ସିଏ ବୁଝିଛି ଯିଏ ଏହି ପଦବୀ ପାଇଛି । ନଚେତ ଯିଏ ଏହାକୁ ପାଇବାକୁ ପରିଶ୍ରମ କରୁଛି। କିନ୍ତୁ ଏବେ ସୋସିଆଲ ମିଡିଆରେ ଜଣେ ଆଇଏଏସ୍‌ ଅଫିସରଙ୍କ ଟ୍ଵିଟ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟକୁ ଅନେକ ଲୋକ ପସନ୍ଦ କରୁଛନ୍ତି।

ସେଲ୍ଵା କୁମାରୀ ଜୟାରାଜନ ପେଶାରେ ଜଣେ ଆଇଏଏସ୍‌ ଅଫିସର। ସେ ତାଙ୍କ ଟ୍ଵିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଠାରେ ତାଙ୍କ ଚେୟାରରେ ଜଣେ ଛୋଟ ଝିଅ ବସିଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ସେଲ୍ଵା କୁମାରୀଙ୍କ କହିବା ଅନୁଯାୟୀ, ଏହି ଛୋଟ ଝିଅ ବଡ଼ ହୋଇ ଆଇଏଏସ୍‌ ଅଫିସର ହେବାକୁ ଚାହୁଁଛି।

ଏହି ଚେୟାରରେ ବସି କିପରି ଅନୁଭବ ହେଉଛି ତାହା ସେ ଜାଣିବାକୁ ଚାହୁଁଛି। ତେଣୁ ସେଥିପାଇଁ ସେଲ୍ଵା କୁମାରୀ ଛୋଟ ଝିଅକୁ ଚେୟାର ଉପରେ ବସାଇଛନ୍ତି। ଯାହାର ଏକ ଫଟୋ ସେ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଥିଲେ । ଯାହା ଖୁବ ଭାଇରାଲ ହେଉଛି।