Below header

ମଣିଷ ରକ୍ତରେ ପିଠା କରେ ଏହି ମହିଳା, କେମିତି ଏସବୁ କାଣ୍ଡ ଘଟାଏ ? ଜାଣନ୍ତୁ

ଦୁନିଆରେ କେତେ ପ୍ରକାରର ଲୋକ ଅଛନ୍ତି । ଆଉ ସେମାନଙ୍କ ମଧ୍ୟରେ କିଏ କେଉଁଭଳି ତାହା କଣ ଆପଣ ଜାଣିପାରିବେ କି । ହୁଏତ ନାଁ । କାରଣ ବର୍ତ୍ତମାନ ସମୟ ପୁରା ଯେମିତି ଓଲଟା ଚାଲିଛି । ଶ୍ରଦ୍ଧା, ସହାନୁଭୂତି, ଭଲପାଇବା ଯେମିତି ଆଉ ଲୋକମାନଙ୍କ ପାଖରେ ନାହିଁ । ତେଣୁ ଅଚିହ୍ନା ଲୋକ କଣ ଚିହ୍ନା ଲୋକଙ୍କୁ ବି ଭୟ ଲାଗୁଛି । ଏ ଦୋଷ କାହାର କିଏ ଜାଣେ । ସମାଜ ନା ସମୟର ଜଣାନାହିଁ । କିନ୍ତୁ ଗୋଟିଏ କଥା ସମୟ ଏବେ ବହୁତ ହି ଖରାପ ଆଡକୁ ଗତି କରୁଛି ।

ଆମେ କାର୍ନିଭୋରସ ଏବଂ ହର୍ବିଭୋରସ  ପଶୁମାନଙ୍କ ବିଷୟରେ ଜାଣୁ । କେବଳ ଉଦ୍ଭିଦ, ଫଳ, ପନିପରିବା ଖାଉଥିବା ପଶୁମାନଙ୍କୁ ହର୍ବିଭୋରସ କୁହାଯାଏ । ଏବଂ ଯେଉଁମାନେ ମଣିଷ ଓ ପଶୁମାନଙ୍କର ମାଂସ ଖାଆନ୍ତି ସେମାନଙ୍କୁ କାର୍ନିଭୋରସ କୁହାଯାଏ । ମଣିଷମାନଙ୍କ ମଧ୍ୟରେ ବି ଲୋକେ ଭେଜିଟେରିଆନ ଓ ନନଭେଜିଟେରିଆନ ଥାନ୍ତି । କିନ୍ତୁ ଏମିତି ବି ମଣିଷ ଅଛନ୍ତି ଯେଉଁମାନେ ମଣିଷଙ୍କୁ ଖାଇଥାନ୍ତି । ଏପରି ମଣିଷମାନଙ୍କୁ କ୍ୟାନିବଲ କୁହାଯାଏ । କ୍ୟାନିବଲ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଯେ ସେମାନଙ୍କ ଆଖପାଖରେ ରହୁଥିବା ଲୋକମାନେ ଜାଣନ୍ତି ନାହିଁ ଯେ ସୋମାନେ ସେ ବ୍ୟକ୍ତିଙ୍କ ସହ କେତେ ବିପଦଜନକ ଭାବେ ରହିଥାନ୍ତି । ଅର୍ଥାତ ବିପଦ ତାଙ୍କ ଚାରିପାଖରେ ଯେମିତି ସାଙ୍ଗ ଭଳି ରହିଥାଏ ।

ଇଟାଲୀରେ ରହୁଥିବା ଏହି ମହିଳାଙ୍କ ନାମ ଥିଲା ଲିଓନାର୍ଡା ସିଆନସିଲୁ । ଏହି ମହିଳା ମଣିଷକୁ ମାରିବାକୁ ଭଲ ପାଉଥିଲା । ଏହି ମହିଳାଙ୍କର ଅପରାଧ କରିବାର ଏକ ଅଭ୍ଭୁତ ଉପାୟ ଥିଲା । ଏହି ମହିଳାଜଣକ ସେମାନଙ୍କ ଜୀବନରେ ଅସୁବିଧା ଭୋଗୁଥିବା ମହିଳାମାନଙ୍କୁ ଟାର୍ଗେଟ କରୁଥିଲା । ମହିଳାମାନଙ୍କୁ ହତ୍ୟା କରି ସେ କଣ କରେ ଜାଣିଲେ, ଆପଣଙ୍କର ହୋସ ଉଡିଯିବ ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯ।ୟୀ ଏହି ମହିଳା ଜଣକ ଦି ସାବୁନ ମେକର ଅଫ କରରେଜିଓ ଭାବରେ ଜଣାଶୁଣା । ଯେତେବଳେ ଏହି ମହିଳା ଜଣକ ଜାଣିବାକୁ ପାଇଲେ ଯେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି ସେତେବେଳେ ସେ ତାଙ୍କୁ ଅନ୍ୟଜଣେ ଭଲ ସ୍ୱାମୀ ପାଇବା ନାମରେ ଘରେ ଡାକନ୍ତି । ଏହି ମହିଳାଙ୍କର ପ୍ରଥମ ଶୀକାର ୧୯୩୯ ମସିହାରେ ଫୋଟସିନା ସେଟ୍ଟୀ ନାମକ ଜଣେ ମହିଳା । ସେ ଏହି ମହିଳାଙ୍କ ଆଗରେ ଏକ ଚିଠି ଲେଖିଥିଲେ ଯେ ସେ କାହାକୁ ଭେଟିବାକୁ ଦେଶ ବାହାରକୁ ଯାଉଛନ୍ତି । ଏହାପରେ ତାଙ୍କୁ କୁରାଢୀରେ ହତ୍ୟା କରିଥିଲା ।

ହତ୍ୟା କରିବା ପରେ ମୃତଦେହକୁ ୯ଖଣ୍ଡରେ କାଟି ଦିଆଯାଇଥିଲା । ସାବୁନ ତିଆରି କରିବା ପାଇଁ ଏହି ଖଣ୍ଡ ଗୁଡିକୁ ସୋଡାରେ ଫୁଟାଯାଇଥିଲା । ଏହାପରେ ରକ୍ତକୁ ପାତ୍ରରେ ସଂଗ୍ରହ କରି ଚୁଲିରେ ଶୁଖାଇ ଦେଇଥିଲା । ଯେତେବେଳେ ରକ୍ତ ଶୁଖିଗଲା, ସେଥିରେ ମଇଦା, ଚିନି , ଚକୋଲେଟ, ଅଣ୍ଡା ଓ କ୍ଷୀରରେ ମିଶାଇ କ୍ରଞ୍ଚିର ଟି କେକ ତିଆରି କରାଗଲା । ସେ ତାଙ୍କ ଘରକୁ ଆସୁଥିବା ପଡୋଶୀ ମାନଙ୍କୁ ଏହି କେକେ ଖାଇବାକୁ ଦେଉଥିଲା ।

୧୯୪୦ମସିହାରେ ଏହି ମହିଳା ତାଙ୍କର ଦ୍ୱିତୀୟ ଶିକାର ହୋଇଥିଲେ । ଯାହାଙ୍କ ନାମ ଥିଲା ଫ୍ରାନ୍ସିସ୍କା ସୋଭି । ଚାକିରି ନାଁରେ ମହିଳାଙ୍କୁ ନିଜ ଜାଲର ଫାନ୍ଦରେ ପକାଇଥିଲା ହତ୍ୟାକାରୀ । ଲଗାତାର ଭାବରେ ହତ୍ୟା କରିଆସୁଥିବା ମହିଳା ସେହିଭଳି ଭାବେ ପୁଣିଥରେ ଏହି ମହିଳାଜଣକୁ ହତ୍ୟା କରିଥିଲେ । ଆଉ ସମାନ ଭାବରେ ପିଠା ତିଆରି କରି ନିଜେ ଖାଇବା ସହ ପଡୋଶୀ ମାନଙ୍କୁ ବି ଖୁଆଇଲେ ।

କିନ୍ତୁ ସବୁବେଳେ ସମୟ ସମାନ ନଥାଏ କି ସମସ୍ତଙ୍କ ହିସାବରେ ଯାଏନାହିଁ । ପୂର୍ବଢଙ୍ଗରେ ତୃତୀୟ ମହିଳାଙ୍କୁ ବି ହତ୍ୟା କଲା ହତ୍ୟାକାରୀ । କିନ୍ତୁ ବଡକଥା ଏଇଆ ହେଲା ଯେ ସେ ଏଥର ଭୂଲ କରିବସିଲା । ଅର୍ଥାତ ଏହି ତୃତୀୟ ମହିଳାଙ୍କ ପରିବାର ସଦସ୍ୟ ହତ୍ୟାକାରୀ ପଠାଇଥିବା ଚିଠିକୁ ବିଶ୍ୱାସ କରିପାରିଲେ ନାହିଁ । ଏହାପରେ ପୋଲିସ ଏହି ସିରିୟଲ କିଲର ମହିଳାଙ୍କୁ ଧରିଥିଲା । ଏହାପରେ ସେ ତା ନିଜ ଅପରାଧ ସ୍ୱୀକାର କରିବା ପରେ ତାକୁ ୩୦ବର୍ଷ ପାଇଁ ଦଣ୍ଡିତ କରାଯାଇଥିଲା । ଶେଷରେ ଅକ୍ଟୋବର ୧୯୭୦ରେ ସେ ୭୯ବର୍ଷ ବୟସରେ ଜେଲରେ ମୃତ୍ୟୁ ବରଣ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.