୨୨ ଘଣ୍ଟାରେ ୨୨ କୋଟିରୁ ଅଧିକ ସମ୍ପତ୍ତି ଆକଳନ, କୁବେର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ କଟକ ନେଲା ଭିଜିଲାନ୍ସ ଟିମ୍‌

ଭୁବନେଶ୍ବର(କେନ୍ଯୁଜ୍) :ଭିଜିଲାନ୍ସ ଜାଲରେ କୁବେର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ର । ୨୨ ଘଣ୍ଟାରେ ୨୨ କୋଟିରୁ ଅଧିକ ସମ୍ପତ୍ତି ଆକଳନ। ୨୨ କୋଟିରୁ ଅଧିକ ସମ୍ପତ୍ତି ଆକଳନ କରିଛି ଭିଜିଲାନ୍ସ ଟିମ୍‌। ସମ୍ପତ୍ତି ଆକଳନ ପରେ ତ୍ରିନାଥ ମିଶ୍ରଙ୍କୁ କଟକ ନେଲା ଭିଜିଲାନ୍ସ ଟିମ୍‌। ରାତି ୩ଟାରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଶେଷ କରାଯାଇଥିଲା।

ଜବତ ଟଙ୍କା ଓ କାଗଜପତ୍ରକୁ ହେପାଜତକୁ ନେଇଛି ଭିଜିଲାନ୍ସ। ରେଡ୍‌ ବେଳେ ସଂପତ୍ତି ଦେଖି ଭିଜିଲାନ୍‌ସ ତାଜୁବ । ଫ୍ଲାଟ ସାଙ୍ଗକୁ ଭୁବନେଶ୍ୱର ଓ ବଡ଼ଚଣାରେ ୩ ପ୍ଲଟ ରହିଛି । ମନୋରମା ଇଷ୍ଟେଟ୍‌ରେ ଥିବା 3BHK ଫ୍ଲାଟର ମୂଲ୍ୟ ୮୦ ଲକ୍ଷ ଟଙ୍କା । ଭୁବନେଶ୍ୱର ଓ ଯାଜପୁରରେ ୪ଟି ପ୍ଲଟ ଠାବ ହୋଇଛି ।

ବିଭିନ୍ନ ବ୍ୟାଙ୍କରେ ଅଛି ୪୩ ଲକ୍ଷ ୩୨ହଜାରରୁ ଅଧିକ ଟଙ୍କାର ଫିକ୍ସଡ୍‌ ଡିପୋଡିଟ । ୪୪ ଲକ୍ଷ ଟଙ୍କାର ବୀମା ରହିଛି । ନଗଦ ୫ ଲକ୍ଷ ୨୭ ହଜାର ଟଙ୍କା ଓ ୧୬ ଲକ୍ଷ ୮୫ ହଜାର ଟଙ୍କାର ସୁନା ଜବତ ହୋଇଛି । BMW କାର ଦାମ୍‌ କୋଟିଏ ୨୦ ଲକ୍ଷ ଟଙ୍କା । କ୍ରେଟା କାରର ଦାମ ୧୭ ଲକ୍ଷ ଟଙ୍କା । ସବୁ ଗାଡ଼ିରେ ସ୍ପେଶାଲ ନମ୍ବର ରହିଛି । ଦେଢ଼ ଲକ୍ଷ ଟଙ୍କାର ବିଦେଶୀ କୁକୁର ପାଳିଛନ୍ତି ତ୍ରିନାଥ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.