ବିଦେଶ ଯାତ୍ରା ପାଇଁ ଏହି ଗୁରୁଦ୍ୱାରାରେ ଚଢାଯାଇଥାଏ ଖେଳଣା ଉଡାଜାହାଜ, ପୂରଣ ହୋଇଥାଏ ମନସ୍କାମନା

ଭାରତର ବିଭିନ୍ନ କୋଣ ଅନୁକୋଣରେ ଭିନ୍ନ ଭିନ୍ନ ପ୍ରକାରର ପ୍ରଥା, ପରମ୍ପରା ପ୍ରଚଳିତ ରହିଛି। ନିଜ ଇଚ୍ଛା ପୂରଣ ପାଇଁ ଭକ୍ତମାନେ ଭଗବାନଙ୍କୁ ବିଭିନ୍ନ ଜିନିଷ ଅର୍ପଣ କରିଥାନ୍ତି। କେଉଁଠି ପଇସା ଚଢାଯାଇଥାଏ ତ କେଉଁଠି ଗହଣା। ହେଲେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଥିବା ସନ୍ଥ ବାବା ନିହାଲ ସିଂ ଜୀ ଗୁରୁଦ୍ୱାରା ବିଷୟରେ।

dd

ଏଠାରେ ଲୋକେ ବିଦେଶ ଯିବାର ଇଚ୍ଛାକୁ ପୂରା କରିବା ପାଇଁ ଖେଳଣା ଉଡାଜାହାଜ ଚଢାଇଥାନ୍ତି। ପଞ୍ଜାବର ଦୋଆବା ଅଞ୍ଚଳର ଲୋକେ ଏଥିପ୍ରତି ଗଭୀର ଅସ୍ଥା ରଖିଥାନ୍ତି। ଏଠାରେ ରହୁଥିବା ପ୍ରତ୍ୟେକ ଯୁବକଙ୍କର ଇଚ୍ଛା ରହିଥାଏ କି, ସେମାନେ ବିଦେଶ ଯାଇ ଚାକିରି କରନ୍ତୁ। ଚାକିରି ପାଇବାରେ ଯଦି କୌଣସି ସମସ୍ୟା ଆସିଥାଏ, ତା’ହେଲେ ଲୋକେ ଏଠାକୁ ଆସି ପ୍ରାର୍ଥନା କରିଥାନ୍ତି।

ffdx

ବିଦେଶରୁ ପ୍ରତ୍ୟେକ ବର୍ଷ ହଜାର ହଜାର ଭକ୍ତ ଏଠାକୁ ଆସିଥାନ୍ତି ଏବଂ ଗୁରୁଦ୍ୱାରା ପାଖରେ ଥିବା ଦୋକାନରୁ ଉଡାଜାହାଜ କିଣି ଚଢାଇଥାନ୍ତି। ଏହି ଖେଳଣା ଉଡାଜାହାଜର ଦାମ ୧୦୦ରୁ ନେଇ ୧୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.