ଭାଙ୍ଗିଗଲା ପୃଥ୍ଵୀରାଜଙ୍କ ଭାତହାଣ୍ଡି: ମୁଣ୍ଡ ଉପରେ ଆଉ ଛାତ ନାହିଁ କି, କ୍ଯାବିନ ବି ନାହିଁ

ଭୁବନେଶ୍ୱର(କେନ୍ୟୁଜ୍):  ରାସ୍ତା କଡ। ଏଣେ ତେଣେ ଫିଙ୍ଗା ଫୋପଡା ହୋଇରହିଥିଲା ଅନେକ ଭଙ୍ଗା ଦଦରା ଜିନିଷ। ସ୍ଥାନଟି ଅଳିଆ ଗଦା ଭଳି ଦେଖାଯାଉଥିଲା। ଆଉ ସେଠାରେ ପରିଷ୍କାର କରି ରଖାଯାଇଥିଲା ଭଙ୍ଗା ହାଣ୍ଡି ଆଉ କିଛି ଭଙ୍ଗା ଭାଙ୍ଗି ବିଭିନ୍ନ ବାଦ୍ୟ ଯନ୍ତ୍ର। ଭଙ୍ଗା ବାଦ୍ୟ ଯନ୍ତ୍ର ଗୁଡିକରୁ କେଉଁଟା କେମିତି ବାହାର କରି ତିଆରି କରିବାରେ ଲାଗିପଡ଼ି ଥାଆନ୍ତି ବ୍ୟକ୍ତି ଜଣଙ୍କ। କାହାରି ଉପରେ ତାଙ୍କର ନଜର ନଥାଏ। ଯେମିତି କିଛି ଘଟଣା ତାଙ୍କ ସାଙ୍ଗରେ ଘଟିଛି ସେହିଭଳି ହତାଶ ଲାଗୁଥାନ୍ତି।

ବ୍ଯକ୍ତି ଜଣକ ଜଣେ ସୁନ୍ଦର କଳାକାର। ଜଣେ କଳା ସମ୍ପର୍ଣ୍ଣ ମଣିଷଟିଏ। ଏଇ ସଂସାର ଯେତେ ବାଦ୍ୟ ଯନ୍ତ୍ର ଅଛି ଯାହା କି ଖରାପ ହେଲେ ମରାମତି କରିବାରେ ସେ ପାରଙ୍ଗମ। ଏମିତି କଳାକାର ବହୁତ କମ ଅଛନ୍ତି ଯିଏକି ଯେକୌଣସି ପ୍ରକାର ବାଦ୍ୟ ଯନ୍ତ୍ର ସଜାଡି ସ୍ୱର ସଂଯୋଜନା ଠିକ ଠାକ ଲଗାଇ ପାରନ୍ତି। ତେବେ ଦୀର୍ଘ ୩୦ବର୍ଷ ହେବ ଏମିତି ରାସ୍ତା କଡରେ ଭଙ୍ଗା କ୍ଯାବିନ୍ ଖଣ୍ଡେ ପକାଇ ବସିଛନ୍ତି। ଆଉ ଲୋକ ମାନଙ୍କ ବାଦ୍ୟ ଯନ୍ତ୍ର ମରାମତି କରି ଆସୁଛନ୍ତି। ସେଥିରୁ ଯାହା ଦି ପଇସା ଆସେ ସେଥିରେ ଚଳେ ତାଙ୍କ ପରିବାର ।

3ଖାଲି ସେତିକି ନୁହେଁ କଳାକାର ମାନଙ୍କ ବାଦ୍ୟ ଯନ୍ତ୍ର ମରାମତି କରି ମିଳୁଥିବା ଟଙ୍କାରୁ ଘର ଖର୍ଚ୍ଚ ପରେ ଯାହା ଦିପଇସା ରୁହେ ସେଥିରେ ଅନ୍ଯମାନଙ୍କୁ ସାହାଯ୍ୟ କରିଥାନ୍ତି। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ପୃଥ୍ଵୀରାଜ ସାମଲ। ଘର ପୁରୁଣା ଭୁବନେଶ୍ୱର ଅଂଚଳରେ। ଦୀର୍ଘ ବର୍ଷ ହେଲାଣି ଭଡା ଘରେ ରହି ଆସୁଛନ୍ତି।

ସେ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପୁଅ। ଏହି ଦୋକାନ ଖଣ୍ଡେ ହିଁ ତାଙ୍କ ପରିବାର ସାହାରା ଥିଲା। ହେଲେ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଚାଲିଥିବା ସହର ସୌନ୍ଦର୍ଯ୍ୟ କରଣ ପାଇଁ ରାସ୍ତା କଡରେ ଥିବ ତାଙ୍କ ଉଠା ଦୋକାନକୁ ଉଛେଦ କରାଯାଇଥିଲା, ଫଳରେ ଯାହା ମରାମତି ପାଇଁ ଥିବା ବାଦ୍ୟ ଯନ୍ତ୍ର ଗୁଡିକ ଭାଙ୍ଗି ରୁଜି ଛାରକାର ହୋଇ ଯାଇଥିଲା। ସେହି ସବୁ ଭଙ୍ଗା ବାଦ୍ୟ ଗୁଡିକୁ ସାଉଁଟି ତିଆରି କରିବାରେ ବ୍ୟସ୍ତ ଥିଲେ ପୃଥ୍ଵୀରାଜ।

ଏବେ ମୁଣ୍ଡ ଉପରେ ଛାତ ଆଉ ନାହିଁ କି କ୍ଯାବିନ ନାହିଁ। କେବଳ କେଇ ଖଣ୍ଡ କାଠ ପଟା ଓ ଗଛର ଡାଳ କୁ ସାହାରା କରି ତାରି ତଳେ ବସି ବାଦ୍ଯଯନ୍ତ୍ର ସବୁକୁ ମରାମତି କରୁଛନ୍ତି। ଭାତ ହାଣ୍ଡି ଭାଙ୍ଗିଲା ଭଳି ରୋଜଗାର ଯୋଗାଉଥିବା ଭଙ୍ଗା କ୍ଯାବିନଟି ଆଜି ଭାଙ୍ଗିଗଲା ପରେ ପୃଥ୍ଵୀରାଜ ପୁରାପୁରୀ ଭାଙ୍ଗି ପଡିଛନ୍ତି। ବେସାହlରା ଏ କଳାକାର ଜଣକୁ ଯଦି ସାହାଯ୍ୟ ମିଳନ୍ତା ତେବେ ସେ ପରିବାର ଚଳାଇବାରେ ସକ୍ଷମ ହୋଇ ପାରନ୍ତେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.