କେବେ ଖାଇଛନ୍ତି ଗୋଲାବଜାମୁ ଚାଟ୍‌, ଭିଡିଓ ଦେଖିଲେ କେବେ ବି ଖାଇବାକୁ ପସନ୍ଦ କରିବେ ନାହିଁ

ଗୋଲାବଜାମୁ ମିଠା ଖାଇବାକୁ ସବୁ ଲୋକ ପସନ୍ଦ କରନ୍ତି। ବିବାହ ହେଉ ଅବା ଅନ୍ୟକୌଣସି ଫଙ୍କସନ ଗୋଲାବଜାମୁ ପ୍ରତି ସ୍ଥାନରେ ଦେଖିବାକୁ ମିଳିଯାଏ। କିନ୍ତୁ ଏବେ ଯେଉଁ ଭିଡିଓ ଭାଇରଲ ହେଉଛି, ତାହାକୁ ଦେଖିଲେ ହୁଏତ ଆପଣ ଗୋଲାବଜାମୁ ଖାଇବା ଛାଡିଦେବେ। ଆଉ ଯଦି ଆପଣଙ୍କର ଗୋଲାବଜାମୁ ପ୍ରିୟ ମିଠା ହୋଇଥାଏ, ତେବେ ଆପଣ ଏହାକୁ ଦେଖିବା ବିଲକୁଲ ମଧ୍ୟ ଉଚିତ ନୁହେଁ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେଉଛି, ଯେଉଁଥିରେ ଜଣେ ଦୋକାନୀ ଗୋଲାବଜାମୁ ଚାଟ୍‌ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓ ଦେଖି ହୁଏତ ଆପଣ ଦୋକାନୀ ଉପରେ ରାଗିଯିବେ। ଭିଡିଓରେ ଜଣେ ଦୋକାବୀ ଗୋଲାବଜାମୁ ସହିତ ଏକ୍ସପେରିମେଣ୍ଟ କରୁଥିବାର ଦେଖିବାକୁ ମିଳିଛି। ଯାହାକୁ ଦେଖିବା ପରେ ଆପଣ ଗୋଲାବଜାମୁ ଖାଇବା ଛାଡିଦେବେ। ଦୋକାନୀ ଗୋଲାବଜାମୁରେ ଚାଟ୍‌ କରୁଥିବା ନଜର ଆସିଛି।

ଆଉ ଏହି ଚାଟ୍‌ ତିଆରି କରିବା ପାଇଁ ଦୋକାନୀ ଗୋଲାବଜାମୁ ଉପରେ ମିଠା ଓ ଖଟା ଚଟଣୀ ପକାଇବା ସହିତ ଗୁଣ୍ଡ ସେଉ ମଧ୍ୟ ପକାଉଛି। ଯାହା ଖାଇବାକୁ ମିଠା ବି ଆଉ ନମକିନ୍‌ ମଧ୍ୟ। ଈଶାନ୍ତ ଶର୍ମା ନାମକ ଜଣେ ଫୁଡ ବ୍ଲଗର ନିଜ ଇନଷ୍ଟାଗ୍ରାମ ପେଜରେ ଏହି ଭିଡିଓକୁ ସେୟାର କରିଛନ୍ତି।

 

View this post on Instagram

 

A post shared by Ishan Sharma🧿 (@tonguetwisters___)

ଭିଡିଓ ଦେଖିବା ପରେ ମିଠା ଖାଇବାକୁ ଭଲ ପାଉଥିବା ଲୋକେ ଚିଡି ଯାଉଛନ୍ତି। ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.