Below header

ଶିବଲିଙ୍ଗରେ ଗୁଡାଇ ହୋଇ ବସିଛନ୍ତି ନାଗଦେବ, ଭାଇରାଲ୍ ହେଉଛି ଦୁର୍ଲ୍ଲଭ ଦୃଶ୍ୟ

ସୋସିଆଲ ମିଡିଆରେ ଏକ ଭିଡିଓ ଓ ଏହାର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ବିଶାଳ ସାପ ଶିବଲିଙ୍ଗରେ ଗୁଡାଇ ହୋଇ ରହିଛି।

ତ୍ରିଦେବଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ଭୋଳାଶଙ୍କର। ଯିଏ ନିଜ ଭକ୍ତଙ୍କୁ ବହୁତ ଭଲ ପାଆନ୍ତି। ସେମାନଙ୍କ କଷ୍ଟକୁ ହରଣ କରନ୍ତି। ଭୋଳା ବାବା ଅଧର୍ମକୁ ସହି ପାରନ୍ତି ନାହିଁ। ଧର୍ମର ପ୍ରତିଷ୍ଠାରେ ସବୁ ଦେବତାଙ୍କର ସ୍ୱତନ୍ତ୍ର ସ୍ଥାନ ରହିଥିବା ବେଳେ ଶିବଙ୍କର ସ୍ଥାନ ଖୁବ ଉଚ୍ଚରେ ରହିଛି। ସତୀ ଏବଂ ପାର୍ବତୀଙ୍କ ପତି ଭଗବାନ ଶଙ୍କରଙ୍କୁ ସଦାଶିବଙ୍କ କାରଣରୁ ଶିବ ମଧ୍ୟ କୁହାଯାଇଥାଏ। ସନତାନ ଧର୍ମର ପ୍ରମୁଖ ଆଦି ପଞ୍ଚ ଦେବତାଙ୍କ ମଧ୍ୟରେ ଭଗବାନ ଶଙ୍କରଙ୍କ ସ୍ଥାନ ରହିଛି। ସେହିଭଳି ଶଙ୍କରଙ୍କୁ ଦେବାଧି ଦେବ ମହାଦେବ ମଧ୍ୟ କୁହାଯାଇଥାଏ। ଏଥିସହ ତିନି ଲୋକର ସ୍ୱାମୀ ଭଗବାନ ତ୍ରିଲୋକୀ ନାଥ ଶିବ ଶଙ୍କରଙ୍କ ପୂଜା-ଅର୍ଚ୍ଚନା ପ୍ରତ୍ୟେକ ସ୍ଥାନରେ ବଡ଼ ଧୂମଧାମର ସହ ପାଳନ କରାଯାଇଥାଏ।

ତେବେ ଏହି ଭଗବାନ ଶିବଙ୍କର ପ୍ରତିମା ଦେଖିବା ମାତ୍ରେ ମନକୁ ଶାନ୍ତି ଅନୁଭବ ହୋଇଥାଏ । ତାଙ୍କର ଜଟାରୁ ବହୁ ଥିବା ଗଙ୍ଗା ଏବଂ ଗଳାରେ ଝୁଲିଥିବା ସାପ ତାଙ୍କୁ ଆହୁରି ମନମୋହକ କରିଥାଏ । ତେବେ ଏମିତି କିଛି ଘଟଣା ଯାହା ଏବେ ଭାଇରାଲ ହେଉଛି। ଆଜ୍ଞା ସୋସିଆଲ ମିଡିଆରେ ଏକ ଭିଡିଓ ଓ ଏହାର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ବିଶାଳ ସାପ ଶିବଲିଙ୍ଗରେ ଗୁଡାଇ ହୋଇ ରହିଛି।

ସାପଟିକୁ ଦେଖିଲେ ଲାଗୁଛି ଯେପରି ଏହା ଶିବଲିଙ୍ଗକୁ ଜଗିକି ରହିଛି । ହିନ୍ଦୁ ଧର୍ମରେ ଶିବଲିଙ୍ଗଙ୍କୁ ବିଶ୍ୱାସର ପ୍ରତୀକ ଭାବରେ ପୂଜା କରାଯାଏ ଏବଂ ଏପରି ପରିସ୍ଥିତିରେ ଯଦି ନାଗରାଜ ଶିବଲିଙ୍ଗଙ୍କ ଉପରେ ଦେଖାଯାଏ, ତେବେ ଏହା ଆହୁରି ଶୁଭ ବୋଲି ବିବେଚନା କରାଯାଏ। ଭିଡିଓ ଏବଂ ଏହାର ଫଟୋ ଦେଖିବା ପରେ ଇଣ୍ଟରନେଟ୍ ବ୍ୟବହାରକାରୀମାନେ ହିନ୍ଦୁ ଧର୍ମର ବିଶ୍ୱାସ ଆଧାରରେ ନିଜର ମତ ପ୍ରକାଶ କରିଛନ୍ତି। କିଛି ଏଭଳି ଦୁର୍ଲ୍ଲଭ ଦୃଶ୍ୟ ଦେଖିବାକୁ ମିଳିବା ବହୁତ ଭାଗ୍ଯର କଥା ବୋଲି ଲେଖିଥିବାବେଳେ, ଆଉ କିଛି ସବୁଠୁ ସୁନ୍ଦର ମୁହୂର୍ତ୍ତ ବୋଲି ଲେଖିଛନ୍ତି।

ତେବେ ଆଶା କରୁଛୁ ଆଜିର ଏହି ଭାଇରାଲ୍ ଫଟୋ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭଲ ଲାଗିଛି ତେବେ ଏହାକୁ ଲାଇକ ଓ ସେୟାର କରନ୍ତୁ। ଏଭଳି ଭାଇରାଲ୍ ଭିଡିଓ ଦେଖିବା ପାଇଁ ଯୋଡି ହୋଇ ରୁହନ୍ତୁ ଆମ ଚ୍ଯାନେଲ୍ କେନ୍ଯୁଜ୍ ଓଡିଶା ସହ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.