ଆଜି ଦୃଶ୍ୟମାନ ହେବ ଚଳିତ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟପରାଗ

ଆଜି ଚଳିତ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟପରାଗ । ଯାହା ଓଡିଶାକୁ ଦୃଶ୍ୟମାନ ହେବନାହିଁ । ଏହା ଉତ୍ତର କାନାଡା, ଗ୍ରୀନଲାଣ୍ଡ ଓ ରୁଷିଆର କିଛି ଅଞ୍ଚଳରେ ବଳୟ ସୂର୍ଯ୍ୟପରାଗ ଭାବେ ଦେଖାଯିବ । ଆମେରିକା, ୟୁରୋପ, ଏସିଆ ମହାଦେଶର ଅନେକ ଅଞ୍ଚଳରେ ଏହା ଆଂଶିକ ଭାବେ ଦେଖାଯିବ । ଭାରତରେ କେବଳ ଜାମ୍ମୁ-କାଶ୍ମୀରର କିଛି ଅଞ୍ଚଳରେ ୧୦ ପ୍ରତିଶତରୁ କମ୍‌ ଆଂଶିକ ପରାଗ ଦିଶିବ । ଭାରତୀୟ ସମୟ ଅନୁସାରେ ମଧ୍ୟାହ୍ନ ୧ଟା ୪୨ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୧ ମିନିଟ୍‌ରେ ଶେଷ ହେବ । ଅପରାହ୍ନ ୪ଟା ୧୧ରେ ସୂର୍ଯ୍ୟପରାଗ ସର୍ବାଧିକ ଦେଖାଯିବ। କ୍ଷେତ୍ର ଅନୁସାରେ ସମୟର ପରିବର୍ତ୍ତନ ରହିବ । ଏନେଇ ସୂଚନା ଦେଇଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.