ସ୍ଲଟ ବୁକିଂ ସମସ୍ୟାକୁ ଦୂର କରିବା ପାଇଁ ରିଲାଏନ୍ସ ଜିଓ ତରଫରୁ ଆସିଲା ନୂଆ ସର୍ଭିସ, ଜାଣନ୍ତୁ

କରୋନା କବଳରୁ ସୁରକ୍ଷିତ ରହିବା ପାଇଁ ସରକାର ଭ୍ୟାକସିନ ବ୍ୟବହାରକୁ ନେଇ ଅଦେଶବଳୀ ଦେଲେ କିନ୍ତୁ କରୋନା ଭ୍ୟାକସିନର ସ୍ଲଟ ବୁକ ହେବାକୁ ନେଇ ଅନେକ ସମସ୍ୟା ଦେଖାଯାଉଛି । ତେଣୁ ଗ୍ରାହକଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ଏକ ବିଶେଷ ନିଷ୍ପତ୍ତି ନିଆଯାଇଛି ।

କମ୍ପାନୀ ପକ୍ଷରୁ ଏକ ସର୍ଭିସ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ଲୋକଙ୍କ ଭ୍ୟାକସିନ ସ୍ଲଟ ବୁକିଂ କରିବାର ସମସ୍ୟା ଦୂର ହୋଇଯିବ । ସ୍ଲଟ ବୁକିଂ ପାଇଁ ବେଶି ଖୋଜିବାକୁ ପଡିବନି । ଏହି ସର୍ଭିସ ଦ୍ୱାରା ଲୋକମାନେ ବାର ସେଶନକୁ ରିଫ୍ରେଶ କରିବା ପାଇଁ ୱାନ ଟାଇମ ପାସୱାର୍ଡର ବା ଓଟିପିର ଆବଶ୍ୟକତା ପଡିବ ନାହିଁ । ସେମାନେ ସିଧାସଳଖ ଭାବେ ଭ୍ୟାକସିନ କେଉଁଠି ଉପଲବ୍ଧ ହେଉଛି ଜାଣି ପାରିବେ ।

ତେବେ ହ୍ୱାଟସଆପ ଚାର୍ଟରେ ଆପଣ ଏ ସମ୍ପର୍କରେ ସବିଶେଷ ସୂଚନା ପାଇ ପାରିବେ। ଏଥିପାଇଁ ଆପଣ ୭୦୦୦୭୭୦୦୦୭ ନମ୍ବରକୁ ସେଭ କରିବାକୁ ପଡିବ । ଏହାପରେ ଆପଣ ଏହି ନମ୍ବରରେ ଚାର୍ଟ ଆରମ୍ଭ କରି ପାରିବେ। ଏହାପରେ Hi ଲେଖିକି ପଠାଇବା ସହ ନିଜ ଏରିଆ ଏବଂ ପିନକୋର୍ଡ ଦେବାକୁ ପଡିବ, ଯେଉଁଠି ଆପଣ ଭ୍ୟାକସିନ ନେବାକୁ ଚାହୁଁଥିବେ। ଏହିପରି ଭାବେ ଆପଣ ଜିଓର ଏହି ସର୍ଭିସକୁ ବ୍ୟବହାର କରି ଲାଭ ଉଠାଇପାରିବେ । ଗୋଟିଏ ମେସେଜରେ ଭ୍ୟାକସିନ ସ୍ଲଟ ବୁକିଂ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.