JIO ବ୍ୟବହାରକାରୀମାନେ ପାଇବେ ଆଉ ଏକ ସୁବିଧା , WhatsApp ସାହାଯ୍ୟରେ କରିପାରିବେ ମୋବାଇଲ୍ ରିଚାର୍ଜ

ଜିଓ ବ୍ୟବହାରକାରୀମାନେ ବହୁତ ସୁବିଧା ପାଇବାକୁ ଯାଉଛନ୍ତି | ବର୍ତ୍ତମାନ ଜିଓ ବ୍ୟବହାରକାରୀମାନେ ହ୍ଵାଟ୍ସଆପ ସାହାଯ୍ୟରେ ମୋବାଇଲ୍ ରିଚାର୍ଜ କରିପାରିବେ । କେବଳ ଏତିକି ନୁହେଁ, ଉପଭୋକ୍ତାମାନେ ମଧ୍ୟ ନିକଟସ୍ଥ ଟୀକାକରଣ କେନ୍ଦ୍ରରେ କୋଭିଡ ଟିକା ଉପଲବ୍ଧତା ବିଷୟରେ ସୂଚନା ପାଇପାରିବେ। ଜିଓ ହ୍ଵାଟ୍ସଆପ chatbot ମାଧ୍ୟମରେ ଏହି ସେବା ଆରମ୍ଭ ହୋଇଛି | କମ୍ପାନୀ ଅନୁଯାୟୀ, ବର୍ତ୍ତମାନ ଜିଓ ବ୍ୟବହାରକାରୀମାନେ ବିଲ୍ ପେ କରିପାରିବେ ଏବଂ ହ୍ଵାଟ୍ସଆପ ସାହାଯ୍ୟରେ ପ୍ରଶ୍ନର ଉତ୍ତର ଦେବା ସହିତ ଅଭିଯୋଗ ମଧ୍ୟ କରିପାରିବେ | ଏହା ସହିତ chatbot ସାହାଯ୍ୟରେ ଅନେକ ସେବାର ଲାଭ ଉଠାଇ ପାରିବେ।

ହ୍ଵାଟ୍ସଆପ ସାହାଯ୍ୟରେ ନୂତନ ସିମ କୁ ଅର୍ଡର କରିପାରିବେ

କମ୍ପାନୀର ଏହି ନୂତନ ସେବାକୁ ବ୍ୟବହାର କରି ଉପଭୋକ୍ତାମାନେ ଏକ ନୂତନ ଜିଓ ସିମ୍ ମଧ୍ୟ ଅର୍ଡର କରିପାରିବେ | ହ୍ଵାଟ୍ସଆପ ବ୍ୟବହାରକାରୀଙ୍କୁ ଜିଓ ସିମ୍ ସପୋର୍ଟ, ଜିଓ ଫାଇବର, ଇଣ୍ଟରନ୍ୟାସନାଲ ରୋମିଂ ଏବଂ ଜିଓ ମାର୍ଟ ସହ ଜଡିତ ସେବା ଗୁଡିକ ମଧ୍ୟ ପ୍ରଦାନ କରୁଛି । ମୋଟ ଉପରେ କହିବାକୁ ଗଲେ ବର୍ତ୍ତମାନ ଉପଭୋକ୍ତାମାନେ ଜିଓ ସିମ୍ ମାଧ୍ୟମରେ ଜିଓ ମୋବିଲିଟି, ଫାଇବର ଏବଂ ଜିଓ ମାର୍ଟ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିପାରିବେ |

ହ୍ଵାଟ୍ସଆପରେ ‘hi’ ଟାଇପ କରି ପଠାଇ ପାରିବେ

ଇ-ୱାଲେଟ୍, ୟୁପିଆଇ, କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ପରି ପେମେଂଟ ଅପସନ ପାଇଁ ଜିଓ ବ୍ୟବହାରକାରୀମାନେ ହ୍ଵାଟ୍ସଆପରେ ‘ହାଏ’ ଟାଇପ୍ କରି 70007 70007 ନମ୍ବର ରେ ମେସେଜ୍ ପଠାଇ ପାରିବେ | ବର୍ତ୍ତମାନ କମ୍ପାନୀ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ନୂତନ ଫିଚର୍ସ ପ୍ରଦାନ କରୁଛି ଏବଂ ଶୀଘ୍ର ଏହି ସେବା ଅନ୍ୟ ଭାଷା ଗୁଡିକରେ ମଧ୍ୟ ଉପଲବ୍ଧ ହେବ |

ଚାଟର ଅପସନ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଦିଆଯାଇଛି

ଏହି ନୂତନ ସେବାରେ ଉପଭୋକ୍ତାମାନଙ୍କୁ ଭାଷା ପରିବର୍ତ୍ତନ କରିବାର ଅପସନ ମଧ୍ୟ ଜିଓ ପ୍ରଦାନ କରିଛି | ଯଦି ଆପଣ ଚାଟ୍ ର ଭାଷା ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ଚାଟ୍ ଭାଷା ପରିବର୍ତ୍ତନ କରିବାର ଅପସନ ଉପରେ କ୍ଲିକ୍ କରି ଆପଣ ହିନ୍ଦୀ କିମ୍ବା ଇଂରାଜୀ ଆପଣଙ୍କର ସୁବିଧା ଅନୁଯାୟୀ ଭାଷା ବାଛିପାରିବେ | ଭବିଷ୍ୟତରେ ଏହି ସେବାରେ ଅନ୍ୟ ଭାଷାକୁ ମଧ୍ୟ ଅନ୍ତର୍ଭୂକ୍ତ କରାଯିବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.