ଏଥର ଦୀପାବଳିରେ ପଡୁଛି ସୂର୍ଯ୍ୟୋପରାଗ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ ପରାଗ ନୀତି

ଚଳିତ ବର୍ଷ ଦୀପାବଳି ପର୍ବକୁ ନେଇ ଅନେକ ଉତ୍ସାହ ଥିବା ବେଳେ ଏହିଦିନ ସୂର୍ଯ୍ୟୋପରାଗ ହେବାର ଜଣାପଡ଼ିଛି। ୨୪ ତାରିଖ କାଳୀପୂଜା ପରଦିନ ୨୫ ତାରିଖରେ ସୂର୍ଯ୍ୟୋପରାଗ ପଡୁଛି । ତେଣୁ ସେଦିନ ପୂଜାବିଧି କିଭଳି ରହିବ ଏବଂ ଲୋକେ ପାଳନ କେମିତି କରିବେ ଆସନ୍ତୁ ଜାଣିବା ।
ଆସନ୍ତା ଅକଟୋବର ୨୪ ତାରିଖ କାର୍ତ୍ତିକ ଅମାବାସ୍ୟା ଦିନ ପଡୁଛି କାଳୀପୂଜା ଓ ଦୀପାବଳି ଉତ୍ସବ । ଆସନ୍ତା କାତ୍ତିର୍କ ଅମାବାସ୍ୟା ଦିନ କେତୁ ଗ୍ରସ୍ତ ସୂର୍ଯ୍ୟୋପରାଗ ଘଟିବାକୁ ଯାଉଛି। ତେଣୁ ଏହି ବିରଳ ଯୋଗ ସମ୍ପର୍କରେ ଆପଣ ମାନେ ଜାଣିବା ନିହାତି ଆବଶ୍ୟକ। ପଞ୍ଜିକାକୁ ଦେଖିଲେ ଜଣାପଡ଼ୁଛି ଯେ ଆସନ୍ତା ୨୫ ଅକ୍ଟୋବରରେ ସୂର୍ଯ୍ୟୋପରାଗ ହେବାକୁ ଯାଉଛି। ସେହିପରି ପୂର୍ବଦିନ ମାନେ ୨୪ ଅକ୍ଟୋବରରେ ମାଆଙ୍କର ଶ୍ୟାମା ପୂଜା, ପୟା ଶ୍ରାଦ୍ଧ, ଦୀପ ଦାନ ସହ ଦେବ ଦୀପାବଳି ଅନୁଷ୍ଠିତ ହେବ। ମାନ୍ୟତା ଅନୁଯାୟୀ ପୟା ଶ୍ରାଦ୍ଧ ଅମାବାସ୍ୟାରେ ଅନୁଷ୍ଠିତ ହୋଇଥାଏ। ତିଥି ଅନୁଯାୟୀ ୨୪ ତାରିଖ ୪.୩୦ ପରଠୁ ଅମାବାସ୍ୟା ଆରମ୍ଭ ହେଉଛି। ସେହିପରି ୨୫ ତାରିଖ ସନ୍ଧ୍ୟା ସମୟରେ ଆମାବାସ୍ୟା ସରିଯାଉଛି।
ତେବେ ମନେରଖନ୍ତୁ ୨୫ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଅମାବାସ୍ୟା ରହୁଥିବାରୁ ସେହି ଦିନ ସୂର୍ଯ୍ୟୋ ଉଦୟ ରହୁଥିବାରୁ ଭୋର ୪.୫୬ ମିନିଟ ରେ ପାକତ୍ୟାଗ ମାନେ ହାଣ୍ଡିଛାଡ଼ ଆରମ୍ଭ ହେବ। ତେଣୁ ଏହିସମୟ କ୍ରମେ ଆପଣ ଦେବନୀତିକୁ ସାରିପାରିବେ । ଏହାପରେ ୪.୫୭ ମିନିଟରୁ ପରାଗ ଆରମ୍ଭ ହେଉଛି। ୬.୫୨ ମିନିଟରେ ପରାଗ ଶେଷ ହେଉଛି। ତେଣୁ ସେହି ସମୟରେ ସୂର୍ଯ୍ୟଙ୍କୁ ଦର୍ଶନ କରିପାରିବେ ନାହିଁ। ମୋକ୍ଷ ପାଇବା ପରେ ଦେବନୀତି ତା ପର ଦିନ ମାନେ ୨୬ ତାରିଖରୁ ଆରମ୍ଭ ହେବ।
କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ଆଗାମୀ ୨୫ ତାରିଖ ମଙ୍ଗଳବାର ଦିନ ଦୃଶ୍ୟ ହେବ । ପ୍ରାୟ ୧୬ ମିନିଟ୍ ୨୬ ସେକେଣ୍ଡ ପର୍ଯ୍ୟନ୍ତ ଏହା ଶ୍ରୀକ୍ଷେତ୍ର ପୁରୀକୁ ଦେଖାଯିବ । ଏହା ସ୍ପର୍ଶ ହେବ ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ । ଆଉ ମୋକ୍ଷ ହେବ ସନ୍ଧ୍ୟା ୬.୫୨ ମିନିଟରେ। ତେବେ ୨୫ ତାରିଖ ଅପରାହ୍ନରେ ସିନା ସୂର୍ଯ୍ୟୋପରାଗ ଲଗିବ । ହେଲେ ଏହା ପୂର୍ବ ଦିନ ଅର୍ଥତ ୨୪ ତାରିଖ ସୋମବାର ଭୋର ୪ଟା ୫୭ ମିନିଟ୍ରୁ ପାକ ତ୍ୟାଗ ରହିଛି । ତେଣୁ ଏହି ସମୟ ଠାରୁ ଭୋଜନ ଏବଂ ଖାଦ୍ୟ ରାନ୍ଧିବା ନିଷେଧ । ଏହା ସହିତ ଦେବନୀତି ମଧ୍ୟ ନିଷେଧ ରହିବ । କେବଳ ବାଲ୍ୟ, ବୃଦ୍ଧ ଏବଂ ରୋଗୀମାନେ ଖାଦ୍ୟ ଖାଇବା କଟକଣାରୁ ମୁକ୍ତ ରହିବେ ।
ଅବଶ୍ୟ ରାଜ୍ୟର ଅନ୍ୟ ସ୍ଥାନରେ ମୋକ୍ଷ ସମୟରେ ଟିକେ ଭିନ୍ନତା ରହିବ । ଯେମିତିକି କଟକରେ ୪ଟା ୫୬ ମିନିଟ୍ ୩୬ ସେକେଣ୍ଡରେ ଗ୍ରହଣ ଲାଗି ୬ଟା ୨୬ ମିନିଟ୍ ୩୨ ସେକେଣ୍ଡେରେ ମୋକ୍ଷ ହେବ । ସେହିପରି ବ୍ରହ୍ମପୁରରେ ୫ଟା ୫୬ ମିନିଟ୍ରେ ଆରମ୍ଭ ଏବଂ ୬ଟା ୩୦ ମିନିଟ୍ ୫୬ ସେକେଣ୍ଡେରେ ମୋକ୍ଷ, ସମ୍ବଲପୁରରେ ୫ଟା ୪ ମିନିଟ୍ ୪ ସେକେଣ୍ଡେରେ ଆରମ୍ଭ ଏବଂ ୬ଟା ୩୪ ମିନିଟ୍ ୪ ସେକେଣ୍ଡରେ ମୋକ୍ଷ ହେବ ।ପରଦିନ ଅର୍ଥାତ ୨୬ ତାରିଖ ବୁଧବାର ସୂର୍ଯ୍ୟ ଦର୍ଶନ ପରେ ଦେବାଦେବୀଙ୍କର ମହାସ୍ନାନ କରାଯାଇ ପାକ କର୍ମ ଓ ନୀତି ଆରମ୍ଭ ହେବ ।